ETV Bharat / state

ଧାନ ବିକ୍ରି ନ କରିପାରି ଚିନ୍ତାରେ ଧାନ ଚାଷୀ

author img

By

Published : Feb 9, 2021, 8:18 AM IST

Updated : Feb 9, 2021, 11:37 AM IST

ସୁନ୍ଦରଗଡ ଜିଲ୍ଲା କିଞ୍ଜିରକେଲା ଧାନମଣ୍ଡିରେ ଅବ୍ୟବସ୍ଥା। ଯେତିକି ଧାନ ବିକ୍ରି କରିବା କଥା ସେତିକି ଧାନ ବିକ୍ରି ନ କରି ପାରି ଚିନ୍ତାରେ ଚାଷୀ। ଅଧିକ ପଢନ୍ତୁ...

ଧାନମଣ୍ଡିରେ ଅବ୍ୟବସ୍ଥା
ଧାନମଣ୍ଡିରେ ଅବ୍ୟବସ୍ଥା

ସୁନ୍ଦରଗଡ: ମଣ୍ଡିରେ ପଡି ରହିଛି ଚଷୀଙ୍କ ବସ୍ତାବସ୍ତା ଧାନ। ସରକାରଙ୍କ ମାରଣ ନୀତି ଯୋଗୁଁ ଧାନ ବିକ୍ରି ନ କରିପାରି ହନ୍ତସନ୍ତ ହେଉଛନ୍ତି ଚାଷୀ। ଖରା ଶୀତ ବର୍ଷାରେ ଧାନ ବିକ୍ରି କରିବାକୁ ମଣ୍ଡିରେ ଧାନକୁ ଜଗି ରହିଛି ଛାଷୀ। ନା ମିଲର ଆସୁଛି, ନା ମଣ୍ଡିରୁ ଧାନ ଉଠୁଛି। ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା କିଞ୍ଜିରକେଲା ଧାନମଣ୍ଡିରେ।

କିଞ୍ଜିରକେଲା ଧାନମଣ୍ଡିରେ ଅବ୍ୟବସ୍ଥା

ଖରା ବର୍ଷା ଶୀତରେ ପରିବାରର ଗୁଜୁରାଣ ମେଣ୍ଟାଇବାକୁ ଧାନ ଅମଳ କରିଛି ଚାଷୀ। ଧାନକୁ ବିକ୍ରି କରି ଦୁଇ ପଇସା ରୋଜଗାର କରିବାର ସ୍ବପ୍ନ ଅଧାରେ ରହିଛି। ସରକାରଙ୍କ ମାରଣ ନୀତି ପାଇଁ ଯେତିକି ଧାନ ବିକ୍ରି ହେବା କଥା ହୋଇପାରିନି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ମଣ୍ଡିରେ କମ ଧାନ ବିକ୍ରି ହୋଇଛି। ଏନେଇ ବାରମ୍ବାର ଜିଲ୍ଲାପାଳଙ୍କୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ତେଣୁ ଧାନ ବିକ୍ରି କରି ନପାରି ଚିନ୍ତାରେ ରହିଛି ଚାଷୀ।

ଏନେଇ କେତେକ ଚାଷୀ ଜିଲ୍ଲା ବେସାମରିକ ଯୋଗାଣ କାର୍ଯ୍ୟଳୟ ତ ପୁଣି କେତେକ ଏଆରସିଏସଙ୍କୁ ଅଭିଯୋଗ କରିଛନ୍ତି। ହେଲେ ସେମାନଙ୍କୁ କୌଣସି ଉପଯୁକ୍ତ ଉତ୍ତର ମିଳୁନାହିଁ। ଟାର୍ଗେଟ ଆସିଲେ ଧାନ କିଣାଯିବ ବୋଲି କହିଛନ୍ତି ଉଭୟ ଏଆରସିଏସ ଓ ସିଏସଓ। ଏହାକୁ ନେଇ ଚାଷୀଙ୍କ ମନରେ ଆଶଙ୍କା ଦେଖାଦେଇଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : Feb 9, 2021, 11:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.