ରାଉରକେଲା: ଆରଜିଏଚରେ ଓପିଡି ସେବା 13ତାରିଖରୁ 15 ତାରିଖ ଯାଏଁ ବନ୍ଦ ରହିବ । ରାଉରକେଲା ସରକାରୀ ଡାକ୍ତରଖାନାରେ 2ଡାକ୍ତର ଓ 7ଜଣ କର୍ମଚାରୀଙ୍କ ନମୁନା ପଜିଟିଭ ଆସିବାପରେ ସଂକ୍ରମଣକୁ ରୋକିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଆରଜିଏଚର ନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି ଯେ ବହୁତ କର୍ମଚାରୀ କ୍ବାରେଣ୍ଟାଇନରେ ଅଛନ୍ତି । କେବଳ ଜରୁରୀକାଳୀନ ବର୍ହିବିଭାଗ ଏହି ସମୟ ଖୋଲା ରହିବ ।
ରାଉରକେଲା ସରକାରୀ ହସ୍ପିଟାଲ ଉପରେ ଜିଲ୍ଲାର 70 ପ୍ରତିଶତ ରୋଗୀ ନିର୍ଭର କରନ୍ତି । ଏହିଭଳି ପରିସ୍ଥିତିରେ ଓପିଡି ବନ୍ଦ ହେବ ଦ୍ବାରା ସାଧାରଣ ରୋଗୀ ହଇରାଣ ହୋଇପାରନ୍ତି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ