ETV Bharat / state

ରାଧାକାନ୍ତ ସାର୍‌ଙ୍କ ଶିକ୍ଷାଦାନ ନିଶା, ଅବସର ପରେ ବି ନିସ୍ୱାର୍ଥ ଭାବେ ଦେଉଛନ୍ତି ଇଂରାଜୀ କୋଚିଂ

author img

By

Published : May 13, 2023, 10:07 PM IST

ପିଲାଙ୍କୁ ନିସ୍ୱାର୍ଥ ଭାବରେ ଦେଉଛନ୍ତି ମାଗଣାରେ ଇଂରାଜୀ ଶିକ୍ଷା ଦାନ। ୧୧ ବର୍ଷ ହେବ ନିରନ୍ତର ଦେଉଛନ୍ତି ଶିକ୍ଷା ଦାନ। ଅଧିକ ପଢନ୍ତୁ

Radhakant sir provides free education
Radhakant sir provides free education
ରାଧାକାନ୍ତ ସାର୍‌ଙ୍କ ଶିକ୍ଷାଦାନ ନିଶା

ରାଉରକେଲା: "ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ବର ଗୁରୁ ସାକ୍ଷାତ ପରଂବ୍ରହ୍ମ ତସମୈ ଶ୍ରୀ ଗୁରବେ ନମଃ "ଏହି ବାକ୍ୟକୁ ଆଜି ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିଛନ୍ତି ଜଣେ ଶିକ୍ଷକ । ମାଗଣାରେ ଦେଉଛନ୍ତି ପିଲାଙ୍କୁ ଶିକ୍ଷାଦାନ । ଶିକ୍ଷାଦାନ ହେଉଛି ମହତ ଦାନ । ଯଦି କୌଣସି ଶିକ୍ଷା ଗରିବ ପିଲାଙ୍କୁ ନିସ୍ୱାର୍ଥ ଭାବରେ ଦିଆଯାଏ ଏବଂ ମାଗଣାରେ ଦିଆଯାଇଥାଏ ତେବେ ତାହାର ମୂଲ୍ୟ ବହୁତ ଅଧିକ ହୋଇଥାଏ । ଏଭଳି ଗୁରୁଙ୍କୁ ପିଲାମାନଙ୍କ ପାଖରେ ଏବଂ ସମାଜରେ ଏକ ସ୍ୱତନ୍ତ୍ର ସ୍ଥାନ ମିଳିଥାଏ । ବର୍ତ୍ତମାନ ସମୟରେ ଶିକ୍ଷା ଏକ ବେପାରରେ ପରିଣତ ହୋଇଛି । ଶିକ୍ଷା ଲାଭ କରିବାକୁ ହେଲେ ବର୍ତ୍ତମାନ ସମୟରେ କୌଣସି କୋଚିଂ ସେଣ୍ଟରରେ ଆଡ଼ମିଶନ କରିବାକୁ ପଡୁଛି । କିନ୍ତୁ ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଯିଏ ମାଗଣାରେ ଦେଉଛନ୍ତି ଶିକ୍ଷା ଦାନ । ୧୧ ବର୍ଷ ହେବ ମାଗଣାରେ ପିଲାମାନଙ୍କୁ ଇଂରାଜୀ ଶିକ୍ଷା ପ୍ରଦାନ କରି ଆସୁଛନ୍ତି । ଗରିବ ଏବଂ ଅସହାୟ ପିଲାଙ୍କୁ ଇଂରାଜୀ ଭାଷାରେ ମାଗଣାରେ ଶିକ୍ଷା ଦାନ କରି ତାଙ୍କୁ ସକ୍ଷମ କରିବା ତାଙ୍କର ମୂଳ ଲକ୍ଷ୍ୟ । ସେ ବ୍ୟହେଉଛନ୍ତି ରାଉରକେଲା ସହରର ରାଧାକାନ୍ତ ମହାରଣା ।

ପିଲାଙ୍କୁ ଇଂରାଜୀ ଶିକ୍ଷାଦାନ ଦେଉଛନ୍ତି ରାଧାକାନ୍ତ ମହାରଣା ସାର୍‌ । କୌଣସି ହାଇଫାଇ କୋଚିଂ ସେଣ୍ଟର ନୁହେଁ କି ବଡ଼ କ୍ଲାସ୍‌ ରୁମ୍‌ ନୁହେଁ ବରଂ ଖୋଲା ଆକାଶ ତଳେ ଗଛ ମୂଳରେ ଚାଲିଛି ପିଲାଙ୍କୁ ଶିକ୍ଷାଦାନ । କେବଳ ଇଂରାଜୀ ଶିକ୍ଷା ଲାଭ କରିବା ପାଇଁ ସେଠାକୁ ଆସୁଛନ୍ତି ବହୁ ଗରିବ ଏବଂ ମଧ୍ୟବିତ୍ତ ପରିବାରର ଛାତ୍ରଛାତ୍ରୀ । ଦିନ ଥିଲା ଜଣେ ଦୁଇଜଣ ପିଲାଙ୍କୁ ନେଇ ମାଗଣାରେ ଦେଉଥିଲେ ଶିକ୍ଷାଦାନ । ହେଲେ ବର୍ତ୍ତମାନ ପ୍ରାୟ ୭୮ ଜଣ ଛାତ୍ରଛାତ୍ରୀଙ୍କ ନିସ୍ୱାର୍ଥ ଭାବରେ ଏକ ସୁନ୍ଦର ବାତାବରଣ ତିଆରି କରି ପିଲାଙ୍କ ସହ ହସଖୁସିରେ ସାଙ୍ଗ ହୋଇ ଏବଂ ଭୁଲ ହେଲେ କଠୋର ହୋଇ ପିଲାଙ୍କୁ ଦେଇ ଚାଲିଛନ୍ତି ଶିକ୍ଷାଦାନ ।

ଏହା ମଧ୍ୟ ପଢନ୍ତୁ-ଝାରସୁଗୁଡା ବ୍ୟାଟେଲ; ବାପାଙ୍କଠୁ ବଡ ବ୍ୟବଧାନରେ ଦୀପାଳିଙ୍କ ବିଜୟ

ତେବେ ରାଧାକାନ୍ତ ସାର୍‌ ହେଉଛନ୍ତି ଜଣେ ଅବସର ପ୍ରାପ୍ତ ଇଂରାଜୀ ଶିକ୍ଷକ । ରାଉରକେଲା ଗୋପବନ୍ଧୁ ପଲ୍ଲୀ ବିଦ୍ୟାଳୟରେ ଇଂରାଜୀରେ ଶିକ୍ଷାଦାନ କରୁଥିଲେ । ହେଲେ ସେ ଅବସର ଗ୍ରହଣ କରିବା ପରେ ଘରେ ବସି ରହିବା ବଦଳରେ ଯେଉଁ ଗରିବ ପିଲାମାନେ ଇଂରାଜୀରେ ଦୁର୍ବଳ ଥାଆନ୍ତି କିନ୍ତୁ ଇଂରାଜୀ ଭାଷା ପ୍ରତି ତାଙ୍କର ଆକର୍ଷଣ ଥାଏ ସେମାନଙ୍କୁ ସେ ଇଂରାଜୀ ଶିକ୍ଷା ଦାନ ଆରମ୍ଭ କରିଥିଲେ। ବର୍ତ୍ତମାନ ଅବସରକୁ ତାଙ୍କର ପ୍ରାୟ ୧୧ ବର୍ଷ ବିତିଗଲେ ସୁଦ୍ଧା ନିରନ୍ତର ଭାବରେ ପିଲାଙ୍କୁ ଦେଇ ଚାଲିଛନ୍ତି ଶିକ୍ଷା ଦାନ। ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଗ୍ରାଜୁଏସନ୍‌ ଶେଷ କରିଥିବା ଛାତ୍ରଛାତ୍ରୀ ମଧ୍ୟ ଏଠାକୁ ଆସି ରାଧାକାନ୍ତ ସାରଙ୍କଠାରୁ ଇଂରାଜୀ ଶିକ୍ଷା ଲାଭ କରୁଛନ୍ତି । କେବଳ ଏତିକି ନୁହେଁ ବରଂ ଯେଉଁ ଛାତ୍ରଛାତ୍ରୀ ଇଂରାଜୀରେ ଭଲ ମାର୍କ ରଖନ୍ତି ସେ ଛାତ୍ରଛାତ୍ରୀ ସ୍କୁଲ ଏବଂ କଲେଜରେ ଆଡ଼ମିଶନ ଫି' ନିଜ ତରଫରୁ ପିଲାଙ୍କୁ ପ୍ରୋତ୍ସାହନ ଦେବା ଲାଗି ପ୍ରଦାନ କରନ୍ତି ରାଧାକାନ୍ତ ମହାରଣା ସାର । ତେବେ ତାଙ୍କର ମୂଳ ଉଦ୍ଦେଶ୍ୟ ହେଉଛି ଯେ ପିଲାମାନେ କିଭଳି ଭାବରେ ପରିବାରର ଆର୍ଥିକ ଅବସ୍ଥା ଯୋଗୁଁ ଇଂରାଜୀ ଶିକ୍ଷା ଲାଭ କରିବାରୁ ବଞ୍ଚିତ ନରୁହନ୍ତୁ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.