ETV Bharat / state

ରହସ୍ୟ ଘେରରେ ଡାଇରିଆର କାରଣ; ସତ୍ୟତାକୁ ଲୁଚାଉଛନ୍ତି ସରକାର ! - cholera in rourkela

Reason For Diarrhoea Still Unknown: ରାଉରକେଲାରେ ଡାଇରିଆ ଆତଙ୍କ ଘଟଣା । କାହିଁକି ଲୋକଙ୍କ ସାମ୍ନାକୁ ଆସି ପାରୁନହିଁ ସଠିକ୍ କାରଣ । ଏନେଇ ସରକାରକଙ୍କୁ ଘେରିଛନ୍ତି ବିରେଧୀ । ଅଧିକ ପଢନ୍ତୁ

ରହସ୍ୟ ଘେରରେ ଡାଇରିଆର ମୂଳ କାରଣ; ସତ୍ୟତାକୁ ଲୁଚାଉଛନ୍ତି କି ସରକାର !

author img

By ETV Bharat Odisha Team

Published : Jan 12, 2024, 8:25 AM IST

ରହସ୍ୟ ଘେରରେ ଡାଇରିଆର ମୂଳ କାରଣ; ସତ୍ୟତାକୁ ଲୁଚାଉଛନ୍ତି କି ସରକାର !

ରାଉରକେଲା: ବିଗତ 2023 ଶେଷ ବେଳକୁ ରାଉରକେଲା ସହରକୁ ଦୋହଲାଇ ଦେଇଥିଲା ଡାଇରିଆ ଭୟ । ଡାଇରିଆ ବର୍ତ୍ତମାନ କମିଯାଇଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ଭୟ ରହିଛି । କିନ୍ତୁ ଆଜି ଯାଏଁ ଡାଇରିଆର ପ୍ରକୃତ କାରଣ ଜଣା ପଡ଼ିନାହିଁ । ଡାଇରିଆର ପ୍ରକୃତ କାରଣ କାହିଁକି ଲୁଚାଉଛି ପ୍ରଶାସନ ବା କାହିଁକି ଲୋକଙ୍କ ସମ୍ମୁଖରେ ରଖା ଯାଉନାହିଁ ମୂଳ କାରଣ । ତେବେ କିଏ ଏବଂ କାହା ସ୍ଵାର୍ଥରେ ଏହି ସତ୍ୟତାକୁ ଲୁଚାଇ ରଖା ଯାଉଛି ବୋଲି ହୋଇଛି ପ୍ରଶ୍ନ କରିଛନ୍ତି ବିରୋଧୀ ।

ତେବେ ପ୍ରଶାସନ କହୁଛି ଭାଇରୋଲୋଜି ଏବଂ ମଇକ୍ରୋବାୟୋଲୋଜି ବିଭାଗ ସମସ୍ତ ସ୍ଥାନରୁ ସମ୍ପୁଲ ଗ୍ରହଣ କରି ଟେଷ୍ଟ କରାଯାଇଛି । ଖୁବଶୀଘ୍ର ଟେଷ୍ଟ ରିପୋର୍ଟ ଆସିବ । ହେଲେ କେବେ ଆସିବ ଟେଷ୍ଟ ରିପୋର୍ଟ କାହିଁକି ହେଉଛି ବିଳମ୍ବ ତାହା ନେଇ ପ୍ରଶାସନ ପାଖରେ ନାହିଁ ଠୋସ କାରଣ । ତେବେ ଲୋକଙ୍କ ଅଭିଯୋଗ ଯେ ଏହି ରୋଗ ୱାଟକ ଦ୍ୱାରା ଯୋଗାଇ ଦିଆଯାଉଥିବା ପାଣି ଯୋଗୁ ହୋଇଛି । ସହରର ଅନେକ ସ୍ଥାନରେ ପାଇପ ଫାଟିଥିବା ବେଳେ ପାଇପ ଦେଇ ପାଣି ପ୍ରବାହିତ ହୋଇଛି ସେଥିପାଇଁ ଡ୍ରେନ ପାଣି ମିଶିଥିବାରୁ ଲୋକେ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ । ତେବେ ଡାଇରିଆ ଏବଂ ହଇଜା ଆତଙ୍କ ହେବାରୁ ପାଇପ ଫାଟି ଥିବା ୧୦୦ରୁ ଉର୍ଦ୍ଧ୍ବ ସ୍ଥାନରେ ମରାମତି ହୋଇଛି ।

ତେବେ ଏଠାରେ ୱାଟକ ଅଧିକାରୀ ଏଭଳି ସମ୍ବେଦନଶୀଳ ଅବସ୍ଥା ପହଞ୍ଚିବା ଯାଏ କାହିଁକି ଚୁପ ବସି ରହିଥିଲେ । ଯଦି ପାଇପ ଫାଟିଥିଲା ତେବେ ୱାଟକ ଅଧିକାରୀ କାହିଁକି ସଜାଗ ହେଲେ ନାହିଁ କାହିଁକି । ଯାଦ୍ୱାରା ଏହି ଭଳି ସ୍ଥିତି ଉପୁଜିଲା । ବର୍ତ୍ତମାନ ଏଭଳି ପ୍ରଶ୍ନ ଘେରରେ ବାନ୍ଧି ହୋଇଛି ପ୍ରଶାସନ । ପାନୀୟ ଜଳ ସହ ଖାଦ୍ୟକୁ ମଧ୍ୟ ଯାଞ୍ଚ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କାହିଁକି ଆସୁନାହିଁ ଏହି ପାଣି ବା ଖାଦ୍ୟ ଯାଞ୍ଚର ରିପୋର୍ଟ । କେଉଁଠି ରହିଛି ତ୍ରୁଟି ୱାଟକର ପାଣିରେ ନା ସହରର ମିଳୁଥିବା ଖାଦ୍ୟରେ । ତାହା ବର୍ତ୍ତମାନ ଜଣାପଡିନାହିଁ । ଫଳରେ ଲୋକେ ସରକାରଙ୍କୁ କରୁଛନ୍ତି ପ୍ରଶ୍ନ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ....ନିୟନ୍ତ୍ରଣକୁ ଆସୁଛି ହଇଜା ସଂକ୍ରମଣ, ଏବେ ବି ରୋଗର କାରଣ ଅସ୍ପଷ୍ଟ

ଅନ୍ୟପେଟେ ରାଜ୍ୟ ସରକାରଙ୍କ ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ଶଙ୍କର ଓରାମ । ରାଜ୍ୟ ସରକାର ଜାଣିଶୁଣି ନିଜ ଅପରଗତାକୁ ଲୁଚାଇବା ପାଇଁ ସତ୍ୟକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ପ୍ରଥମେ ସୁନ୍ଦରଗଡ଼ ସ୍ୱାସ୍ଥ୍ୟ ବିଭାଗ ଦଳ ଏବଂ ୱାଟକ ଦଳ ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆସି ନିଜେ ସ୍ଥିତି ସମୀକ୍ଷା ଅନୁଧ୍ୟାନ କରିଛନ୍ତି । ଏହାପରେ ପୁଣି SCB ମେଡ଼ିକାଲରୁ ସ୍ପେସିଆଲ ଟିମ ଏବଂ RMRC ଭୁବନେଶ୍ୱରରୁ ସ୍ପେସିଆଲ ଟିମ ଏହାସହ ସେଣ୍ଟ୍ରାଲ ସ୍ପେସିଆଲ ଟିମ ଆସି ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.