ETV Bharat / state

ରାଉରକେଲାରେ ଖାଁ ଖାଁ ରାକ୍ଷୀ ବଜାର: ଆସୁନାହାନ୍ତି ଗ୍ରାହକ, ବ୍ୟବସାୟୀ ହତାଶ

author img

By ETV Bharat Odisha Team

Published : Aug 23, 2023, 7:32 PM IST

ରାଉରକେଲାରେ ରାକ୍ଷୀ ବଜାରରେ ମାନ୍ଦା ଅବସ୍ଥା । ରାକ୍ଷୀ କିଣିବାକୁ ଦୋକାନକୁ ଆସୁନାହାନ୍ତି ଗ୍ରାହକ । ଅନ ଲାଇନ ସପିଂ ଯୋଗୁଁ ବେପାର ବାଧାପ୍ରାପ୍ତ । ମୁଣ୍ଡରେ ହାତ ଦେଲେଣି ବ୍ୟବସାୟୀ । ଅଧିକ ପଢ଼ନ୍ତୁ

rakhi purnima 2023
ରାକ୍ଷୀ ପୂର୍ଣ୍ଣିମା ୨୦୨୩
ରାକ୍ଷୀ ପୂର୍ଣ୍ଣିମା ୨୦୨୩

ରାଉରକେଲା: ଆଉ ଦିନ କେଇଟା ଗଲେ ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ରାକ୍ଷୀ ବାନ୍ଧି ଭଉଣୀ ଲୋଡ଼ିବ ସୁରକ୍ଷାର ପ୍ରତିଶୃତି । ଏଥିପାଇଁ ରାଉରକେଲା ସହରରେ ଆରମ୍ଭ ହେଲାଣି ରାକ୍ଷୀ ବ୍ୟବସାୟ । ହେଲେ ଖାଁ ଖାଁ ରାକ୍ଷୀ ବଜାର । ଗ୍ରାହକ ଆସୁନଥିବାରୁ ମୁଣ୍ଡରେ ହାତ ଦେଲେଣି ବେପାରୀ । ଚଳିତ ବର୍ଷ ବେପାର ସମ୍ପୂର୍ଣ୍ଣ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଲକ୍ଷଲକ୍ଷ ଟଙ୍କାର ରାକ୍ଷୀ ଆଣି ଚିନ୍ତାରେ ବ୍ୟବସାୟୀ ।

ଆଉ ୭ ଦିନ ପରେ ରାକ୍ଷୀ ପୂର୍ଣ୍ଣିମା । ଏବେଠୁ ରାକ୍ଷୀ ବଜାରରେ ଲୋକଙ୍କ ଗହଳି ହେବା କଥା । ହେଲେ ଚଳିତ ବର୍ଷ ରାଉରକେଲା ରାକ୍ଷୀ ବଜାରରେ ସେଭଳି କିଛି ଦୃଶ୍ୟ ଦେଖିବାକୁ ମିଳିନାହିଁ । ଗ୍ରାହକ ଆସୁ ନଥିବାରୁ ମାନ୍ଦା ବେପାରକୁ ନେଇ ବ୍ୟବସାୟୀ ହତାଶ ହୋଇ ପଡ଼ିଛନ୍ତି । ଲକ୍ଷ ଲକ୍ଷ ଟଙ୍କାର ରାକ୍ଷୀ ଆଣି କ୍ଷତି ସହୁଛନ୍ତି ବେପାରୀ । ଅନ୍‌ଲାଇନ୍‌ ସପିଂ ସାଇଟରେ ଏବେ ବିଭିନ୍ନ ପ୍ରକାର ରାକ୍ଷୀ ଉପଲବ୍ଧ । ବିନା ପରିଶ୍ରମରେ ଗୋଟିଏ କ୍ଲିକ୍‌ରେ ଘରେ ଆସି ମନ ପସନ୍ଦର ରାକ୍ଷୀ ପହଞ୍ଚୁଛି । ତେଣୁ ଲୋକେ ବାହାରକୁ ନଯାଇ ଅନ୍‌ଲାଇନ୍‌ରେ ରାକ୍ଷୀ ସପିଂ କରିବାକୁ ପସନ୍ଦ କରୁଛନ୍ତି । ଯାହାର ସିଧାସଳଖ ପ୍ରଭାବ ରାକ୍ଷୀ ବଜାର ଉପରେ ପଡ଼ୁଛି । ବର୍ତ୍ତମାନ ମାର୍କେଟର ଅବସ୍ଥା ଦେଖି ବ୍ୟବସାୟୀ ହତାଶ ହୋଇପଡ଼ିଛନ୍ତି । ରାକ୍ଷୀ ପୂର୍ଣ୍ଣିମା ବଜାର ହ୍ରାସର ଏକ ପ୍ରମୁଖ କାରଣ ହେଉଛି ଅନଲାଇନ୍‌ ସପିଂ ପ୍ଲାଟଫର୍ମର ବୃଦ୍ଧି । ଫ୍ଲିପ୍‌କାର୍ଟ ଏବଂ ଆମାଜନ୍‌ ଭଳି ଇ-କମର୍ସ କମ୍ପାନୀ ଗ୍ରାହକଙ୍କ ପାଇଁ ଘରେ ବସି ଆରାମରେ ରାକ୍ଷୀ ଦେଖିବା ଏବଂ କିଣିବା ସହଜ କରିଦେଇଛି । ଏହି ପ୍ଲାଟ୍‌ଫର୍ମ୍‌ଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରକାରର ବିକଳ୍ପ ଗ୍ରାହକମାନଙ୍କୁ ପାରମ୍ପରିକ ଷ୍ଟୋର୍‌ଠାରୁ ଦୂରେଇ ଦେଇଛି । ଉପଭୋକ୍ତାଙ୍କ ବ୍ୟବହାରରେ ଏହି ପରିବର୍ତ୍ତନ ସ୍ଥାନୀୟ ବିକ୍ରେତାଙ୍କ ବା ଅଫଲାଇନ ଖୁଚୁରା ବ୍ୟବସାୟୀ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ଏହା ମଧ୍ୟ ପଢ଼ନ୍ତୁ: Watch: ଭଉଣୀ ପାଇଁ ଚିତ୍ରଶିଳ୍ପୀଙ୍କ ହ୍ୟାଣ୍ଡମେଡ ରାକ୍ଷୀ ଥାଳି, ଦେଖିଲେ ଲାଖିଯିବ ଆଖି

ଏନେଇ ବ୍ୟବସାୟୀ କହିଛନ୍ତି, "ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଭଲ ବ୍ୟବସାୟ ହୋଇଥାଏ । ୧୫ ଦିନ ପୂର୍ବରୁ ଜୋରସୋରରେ ବ୍ୟବସାୟ ହୁଏ । ଗ୍ରାହକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏବଂ ଭଲ ବ୍ୟବସାୟ ଆଶାରେ ଚଳିତ ଥର ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗର ରାକ୍ଷୀ ଆସିଛି । କିନ୍ତୁ ଏବେ ଏହାର ବିପରିତ ଚିତ୍ର ଦେଖିବାକୁ ମିଳିଛି । ଆଗଭଳି ବଜାରକୁ ଆସି ରାକ୍ଷୀ କିଣିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିନି । ଲୋକେ ଅନ୍‌ଲାଇନ୍‌ ମାର୍କେଟକୁ ବେଶି ପସନ୍ଦ କରୁଛନ୍ତି । ତେଣୁ ୩୦ ଟଙ୍କାର ରାକ୍ଷୀକୁ ୧୨୦ ଟଙ୍କା ଦେଇ କିଣୁଛନ୍ତି । ଫଳରେ ରାକ୍ଷୀ ବଜାର ପ୍ରଭାବିତ ହେଉଛି ।" ତେବେ ଏଭଳି ସ୍ଥିତି ରହିଲେ ଆଗକୁ ବହୁ ଅସୁବିଧା ହେବ ବୋଲି କହିଛନ୍ତି ବ୍ୟବସାୟୀ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.