ରାଉରକେଲା: ଟ୍ରେନ ଆସିବା ପୂର୍ବରୁ ଗେଟ ପକେଇ ଅନ୍ୟମାନଙ୍କୁ ଟ୍ରେନ ଚାଲିଯିବା ଯାଏଁ ଅପେକ୍ଷା କରିବା ପାଇଁ ଅନୁରୋଧ କରୁଥିବା କର୍ମଚାରୀ ଆଜି ନିଜେ ଟ୍ରେନରେ କଟି ଜୀବନ ହାରିଛନ୍ତି ।
ବନ୍ଧମୁଣ୍ଡା ଡିଜେଲ କଲୋନୀ ରେଳ ଫଟାକରେ ଗେଟ ମ୍ୟାନ ଭାବେ କାର୍ଯ୍ୟରତ ଥିବା ଟି.ମନୋଜ ରାଓ ଙ୍କ ଉପରେ ଟ୍ରେନ ଚଢିଯିବାରୁ ତାଙ୍କର ମୃତ୍ୟୁ ଘଟିଛି।
ବନ୍ଧମୁଣ୍ଡା ଜିଆରପି ଘଟଣା ସ୍ଥଳରେ ପହଞ୍ଚି ମନୋଜଙ୍କ ମୃତ ଦେହ ଜବତ କରିଛି । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ଏହା ଆତ୍ମହତ୍ୟା ନା ଦୁର୍ଘଟଣା ଜିଆରପି ପୋଲିସ ତାହାର ତଦନ୍ତ ଆରମ୍ଭ କରିଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ