ETV Bharat / state

ହେମଗିରି ରେଲୱେ ସଂଗ୍ରାମ ସମିତିର ରେଳରୋକ ଆନ୍ଦୋଳନ

author img

By ETV Bharat Odisha Team

Published : Oct 3, 2023, 10:49 PM IST

ହେମଗିରି ରେଲୱେ ସଂଗ୍ରାମ ସମିତି ପକ୍ଷରୁ ରେଳ ଷ୍ଟେସନରେ 12 ଘଣ୍ଟିଆ ରେଳ ରୋକ ଆନ୍ଦୋଳନ। ଟ୍ରେନ ରହଣି ଦାବିରେ ରେଳ ରୋକ ଆନ୍ଦୋଳନ ହୋଇଥିବାବେଳେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଯାତ୍ରୀ । ଅଧିକ ପଢନ୍ତୁ

rail blockade in hemagiri
ହେମଗିରିରେ ରେଳରୋକ
ହେମଗିରିରେ ରେଳରୋକ

ରାଉରକେଲା/ହେମଗିରି: ଷ୍ଟେସନରେ ସାଧାରଣ ଲୋକଙ୍କ ଧାରଣା ଯୋଗୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଯାତ୍ରୀବାହୀ ଟ୍ରେନ ଠାରୁ ଆରମ୍ଭ କରି ମାଲଗାଡି ଅଟକି ରହିଥିଲା । ରହଣି ଦାବିକୁ ନେଇ ପୁଣି ଥରେ ରେଳରୋକ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଛନ୍ତି ଲୋକେ । ସମ୍ପୂର୍ଣ୍ଣ ଭାବରେ ଷ୍ଟେସନରେ ଟ୍ରେନ୍‌ ରହଣି ଦାବିରେ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ । ବର୍ତ୍ତମାନ କେବଳ ୧୨ ଘଣ୍ଟା ପାଇଁ ରେଳ ରୋକ ଆନ୍ଦୋଳନ କରାଯାଇଛି ଏବଂ ଯଦି ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ । ତେବେ ଆଜି ସୁନ୍ଦରଗଡ଼ ହେମଗିରି ରେଲୱେ ସଂଗ୍ରାମ ସମିତି ପକ୍ଷରୁ ଏହି ରେଳରୋକ ଆନ୍ଦୋଳନ କରାଯାଇଥିଲା ।

ହେମଗିରି ରେଲୱେ ସଂଗ୍ରାମ ସମିତି ତରଫରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ରେଳରୋକ ଆନ୍ଦୋଳନ ହୋଇଥିଲା । ଏହି ବନ୍ଦ ପାଳନ ଯୋଗୁଁ ଆଜି ସମ୍ପୂର୍ଣ୍ଣ ହେମଗିରି ଏବଂ କନିକା ଅଞ୍ଚଳର ଦୋକାନ ବଜାର ଓ ଗାଡି ଚଳାଚଳ ଠପ୍ ହୋଇପଡିଥିଲା । ଏହି ରେଳ ଷ୍ଟେସନ ଦେଇ ଯାତାୟତ କରୁଥିବା କିଛି ଟ୍ରେନ ମଧ୍ୟ ଅଟକି ରହିଛି । ତେବେ ହେମଗିରି ଷ୍ଟେସନରେ ଟାଟା ଇତବାରି, ଟାଟା ବିଲାସପୁର, ଉତ୍କଳ ଏକ୍ସପ୍ରେସ୍‌ରେ ଗାଡ଼ି ରହଣୀ ପାଇ ଏହି ଆନ୍ଦୋଳନ କରାଯାଇଛି । 3 ଦଫା ଦାବିକୁ ନେଇ ଏହି ଆନ୍ଦୋଳନ କରାଯାଇଛି । ଗତ ସେପ୍ଟେମ୍ବର 4 ତାରିଖ ଦିନ ବିଳାଶପୁର ଜୋନ୍‌କୁ ଷ୍ଟେସନ୍‌ ମାଷ୍ଟରଙ୍କ ଜରିଆରେ 3 ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ତେବେ ହେମଗିରି, ଲେଫ୍ରିପଡ଼ା ବ୍ଳକ ତଥା ଅନେକ ବ୍ଯବସାୟୀ ସଂଗଠନ ଏହି ସମସ୍ତ ଟ୍ରେନ୍‌ ଉପରେ ନିର୍ଭର କରୁୁଥିବାବେଳେ ଅନେକ ଗରିବ ଲୋକ ମଧ୍ୟ ପଡ଼ୋଶୀ ରାଜ୍ୟକୁ ଯାଇ ସେଠାରେ ଛୋଟମୋଟ ବିକ୍ରି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରନ୍ତି । ହେଲେ ଟ୍ରେନ୍ ଗୁଡିକର ରହଣି ବନ୍ଦ କରାଯାଇଥିବାରୁ ସେମାନେ ପରିବାର ଚଳାଇବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରତ୍ୟେକ ଦିନ ହେମଗିରି ରେଳ ଷ୍ଟେସନଠାରୁ ହଜାର ହଜାର ଲୋକ ଯିବା ଆସିବା କରୁଥିବାବେଳେ ଟ୍ରେନ୍‌ଗୁଡ଼ିକ ରହଣି ବନ୍ଦ କରି ଦେଇଥିବାରୁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହା ବି ପଢନ୍ତୁ...ଆଦିବାସୀ ମାନ୍ୟତା ଦାବିରେ ହରତାଳ, ଅଁଳାଯୋଡି ଷ୍ଟେସନରେ କୁଡୁମୀ ସମାଜର ରେଳରୋକ

ଏହି ଆନ୍ଦୋଳନରେ ଅନେକ ଜନପ୍ରତିନିଧିମାନଙ୍କ ସହିତ ହଜାର ହଜାର ସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ । ଏହି ଆନ୍ଦୋଳନ ଦ୍ବାରା ଝାରସୁଗୁଡ଼ା ଓ ଛତିଶଗଡ଼ ସ୍ଥିତ ରାୟଗଡ଼ର ରେଳ ଷ୍ଟେସନରେ ଅନେକ ଟ୍ରେନ ଅଟକି ରହିଥିଲା । ଯାହାଦ୍ୱାରା ଅନେକ ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ "ଆଗାମୀ ଦିନରେ ଟାଟା-ଇତବାରି, ଟାଟା-ବିଳାଶପୁର ଏବଂ ଉତ୍କଳ ଏକ୍ସପ୍ରେସ୍‌କୁ ଏହି ହେମଗିରି ଷ୍ଟେସନରେ ଷ୍ଟପେଜ୍‌ ପ୍ରଦାନ କରାଯାଉ ନଚେତ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ" ଏଭଳି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.