ETV Bharat / state

ବିଶ୍ବକପ ବେଟିଂ ମାମଲା: ଗିରଫ ଅଭିଯୁକ୍ତ ଘରୁ ବିଦେଶୀ ନୋଟ ଜବତ

ବିଶ୍ବକପ୍ ବେଟିଂ ମାମଲାରେ ଗିରଫ ନଗରମାଲ ଅଗ୍ରୱାଲ ଘରେ ଅତର୍କିତ ଚଢାଉ । ଚଢାଉ ବେଳେ ତାଙ୍କ ଘରୁ 3 ହଜାର ଡଲାର ଓ ପାସପୋର୍ଟ ଜବତ ହୋଇଛି । ଏପଟେ ଗିରଫ 2 ଅଭିଯୁକ୍ତଙ୍କୁ ବୁଧବାର ପୋଲିସ କୋର୍ଟ ଚାଲାଣ କରିଛି ।

author img

By

Published : Jun 26, 2019, 6:37 PM IST

Updated : Jun 26, 2019, 6:43 PM IST

ଫଟୋ ସୌଜନ୍ୟ-ସମ୍ବାଦଦାତା, ରାଉରକେଲା

ରାଉରକେଲା: ବିଶ୍ବକପରେ ବାଜି ଲଗାଇବା (ବେଟିଂ) ମାମଲାରେ ସୋମବାର ରାଉରକେଲାରୁ ଗିରଫ ହୋଇଥିବା ନଗରମାଲ ଅଗ୍ରୱାଲ ଘରେ ବୁଧବାର ଚଢାଉ କରିଛି ପୋଲିସ । ଚଢାଉ ବେଳେ ତାଙ୍କ ଘରୁ 3 ହଜାର ଡଲାର ଓ ପାସପୋର୍ଟ ଜବତ ହୋଇଛି । ଏପଟେ ଗିରଫ 2 ଅଭିଯୁକ୍ତଙ୍କୁ ବୁଧବାର ପୋଲିସ କୋର୍ଟ ଚାଲାଣ କରିଛି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ରାଉରକେଲା

ସୋମବାର ରାଉରକେଲା ସହରରେ ବିଶ୍ବକପ୍ ବେଟିଂର ପର୍ଦ୍ଦାଫାସ୍ କରିଥିଲା ପୋଲିସ । ଏଥିରେ 2 ଜଣଙ୍କୁ ଗିରଫ କରାଯାଇଥିଲା । ଗିରଫ ନେଇ ରାଉରକେଲା ଏସପି ସାର୍ଥକ ଷଡଙ୍ଗୀ ସୂଚନା ଦେଇଥିଲେ । ଆବଶ୍ୟକ ପଡିଲେ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଅନ୍ୟ ରାଜ୍ୟକୁ ଯିବ ବୋଲି ସେ କହିଥିଲେ ।

ବିଶ୍ବକପ ବେଟିଂ ମାମଲାରେ ପୋଲିସ ରାଉରକେଲାର ନଗରମାଲ ଅଗ୍ରୱାଲ ଓ ଦେବଗାଓଁର ସୁନୀଲ କୁମାର ସିଂହଳକୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ନଗଦ 31 ଲକ୍ଷ 17 ହଜାର 570 ଟଙ୍କା ସହ 17ଟି ମୋବାଇଲ, 3ଟି କାଲକ୍ୟୁଲେଟର ଏବଂ ଗୋଟିଏ ଏଲଇଡି ଟିଭି ଜବତ ହୋଇଛି ।

ରାଉରକେଲାରେ ଦିନକୁ ଦିନ କ୍ରିକେଟ ବେଟିଂ ବଢିଚାଲିଛି । ବିଭିନ୍ନ ହୋଟେଲରୁ ଏହାର ପରିଚାଳନା କରାଯାଉଥିବା ଅଭିଯୋଗ ହେଉଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:Body:

blank

Conclusion:
Last Updated : Jun 26, 2019, 6:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.