ETV Bharat / state

ହକି ବିଶ୍ୱକପ: ରାଉରକେଲା ସହରରେ ଆୟୋଜିତ ହେଲା ରାହାଗିର କାର୍ଯ୍ୟକ୍ରମ

ରାଉରକେଲା ସହରବାସୀଙ୍କ ଉପରେ ବର୍ତ୍ତମାନ ହକି ଫିଭର । ଏହାକୁ ନେଇ ଲୋକଙ୍କୁ ଆକର୍ଷିତ କରିବା ପାଇଁ ସହରରେ ଆୟୋଜିତ କରାଯାଇଥିଲା ରାହାଗିର କାର୍ଯ୍ୟକ୍ରମ । ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇ ନିଜର ପ୍ରତିଭା ଦେଖାଇଛନ୍ତି ରାଉରକେଲାବାସୀ । ଅଧିକ ପଢନ୍ତୁ

ରାଉରକେଲା ସହରରେ ଆୟୋଜିତ ହେଲା ରାହାଗିର କାର୍ଯ୍ୟକ୍ରମ

author img

By

Published : Dec 4, 2022, 5:11 PM IST

Updated : Dec 4, 2022, 5:33 PM IST

ରାଉରକେଲା: ସହରରେ ଆୟୋଜିତ ରାହାଗିର କାର୍ଯ୍ୟକ୍ରମରେ ଝୁମିଲେ ସହରବାସୀ । ଟ୍ୟାଲେଣ୍ଟ ହବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ଡ୍ରଇଂ, ମୁରୁଜ, ଖେଳ, ଯୋଗ ଏବଂ ବାଇକ ଷ୍ଟଣ୍ଟ କାର୍ଯ୍ୟକ୍ରମରେ ଝୁମିଲା ରାଉରକେଲା ।

ରାଉରକେଲା ସହରରେ ଆୟୋଜିତ ହେଲା ରାହାଗିର କାର୍ଯ୍ୟକ୍ରମ

ହକି ବିଶ୍ୱକପ ରଙ୍ଗରେ ରଙ୍ଗିବାରେ ଲାଗିଲାଣି ରାଉରକେଲା ସହର । ଆସନ୍ତା ଜାନୁଆରୀ ୧୩ ତାରିଖରୁ ଭୁବନେଶ୍ୱର ସହ ରାଉରକେଲାରେ ହେବାକୁ ଯାଉଛି ହକି ବିଶ୍ୱ କପ । ହକି ମହାକୁମ୍ଭ ପାଇଁ ଆରମ୍ଭ ହୋଇଯାଇଛି ବିଭିନ୍ନ କାର୍ଯ୍ୟକ୍ରମ । ସହରରେ ହକି ବିଶ୍ୱକପ ପାଇଁ ସହର ବର୍ତ୍ତମାନ ଉତ୍ସବ ମୁଖର ହୋଇ ଉଠିଛି । ଏଥି ଲାଗି ସହରର ସୌନ୍ଦର୍ଯ୍ୟକରଣ ସହ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରାଯାଉଛି । ହକି ବିଶ୍ୱକପକୁ ହର୍ଷ ଉଲ୍ଲାସ ସହ ସ୍ୱାଗତ କରିବା ଲାଗି ଆଜି ରାଉରକେଲାରେ ଆୟୋଜନ କରାଯାଇଛି ରାହାଗିର କାର୍ଯ୍ୟକ୍ରମ ।

ରାହାଗିର ପ୍ରେରଣା କାର୍ଯ୍ୟକ୍ରମ ଦ୍ୱାରା ଆଜି ସହରର ରିଂରୋଡ଼ ଆଜି ଟ୍ୟାଲେଣ୍ଟର ହବ ପାଲଟିଥିଲା । ଏହି ଉପଲକ୍ଷେ ହନୁମାନ ବାଟିକା ଛକ ଠାରୁ ସରନା ଛକ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । ଏହାସହ ବିଭିନ୍ନ କ୍ରୀଡା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବିଶେଷ କରି ହନୁମାନ ବାଟିକା ଛକ ଏବଂ ସରନା ଛକ ଠାରେ ବିଭିନ୍ନ ପ୍ରକାର କ୍ରୀଡା ପ୍ରଦର୍ଶନ କରାଯାଇଥିଲା । ଲୁଡୁ ଖେଳ ଠାରୁ ଆରମ୍ଭ କରି କ୍ୟାରମ ଖେଳ ହୋଇଥିଲା । ବରିଷ୍ଠ ନାଗରିକମାନଙ୍କ ଲାଗି ମଧ୍ୟ ହସିବା, ଚାଲିବା, ଡାକ୍ତରୀ ଯାଞ୍ଚ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ଡ୍ରଇଂ କାର୍ଯ୍ୟକ୍ରମ ସହ ମୁରୁଜ ପକାଇବା ଏବଂ ବାଇକ ଷ୍ଟଣ୍ଟ କାର୍ଯ୍ୟକ୍ରମ ଦେଖାଯାଇଥିଲା ।

ସୁନ୍ଦର ଡ୍ରଇଂ ଏବଂ ସୁନ୍ଦର ଆର୍ଟ ସହ ଆକର୍ଷଣୀୟ ବାଇକ ଷ୍ଟଣ୍ଟ ପ୍ରଦର୍ଶନ କରାଯାଇଥିଲା । ବହୁ ମାତ୍ରାରେ ରାଉରକେଲା ସହରବାସୀ ଏଥିରେ ଭାଗ ନେଇଥିଲେ ଏବଂ ନିଜର ପ୍ରତିଭା ଦେଖାଇ ଥିଲେ । ଉପରେ ହକି ବିଶ୍ୱକପକୁ ସ୍ୱାଗତ କରିବା ଲାଗି ଏବଂ ଏହି କାର୍ଯ୍ୟକ୍ରମରେ ଜଡିତ ରହିବାକୁ ସହରର ସବୁ ବର୍ଗର ଲୋକଙ୍କୁ ସାମିଲ କରାଯାଇଛି । ରାଉରକେଲା ମହାନଗର ନିଗମ କମିଶନର ଡକ୍ତର ଶୁଭଙ୍କର ମହାପାତ୍ର ନିଜେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

ଇଟିଭି ଭାରତ, ରାଉରକେଲା

Last Updated : Dec 4, 2022, 5:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.