ETV Bharat / state

3 ବାଇକ ଲୁଟେରାଙ୍କୁ ଗିରଫ କଲା ରଘୁନାଥପାଲି ପୋଲିସ - ରଘୁନାଥ ପାଲି ପୋଲିସ ହାତରେ ବାଇକ ଚୋର

ରାଉରକେଲା ରଘୁନାଥପାଲି ପୋଲିସକୁ ବଡ ସଫଳତା ମିଳିଛି । ସହରରେ ମୋଟର ସାଇକେଲ ଚୋରି କରିବା ସହ ଛିନତାଇ କରି ଆତଙ୍କ ଖେଳାଇ ଆସିଥିବା ତିନି ଅପରାଧିଙ୍କୁ ଗିରଫ କରିବାସହ ସେମାନଙ୍କ ନିକଟରୁ 6 ଟି ମୋଟର ସାଇକେଲ ଓ ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟି ଓ ଗୋଟିଏ ମୋବାଇଲ ଫୋନ ଜବତ କରିଛି । ଅଧିକ ପଢନ୍ତୁ...

3 ବାଇକ ଲୁଟେରାଙ୍କୁ ଗିରଫ କଲା ରଘୁନାଥ ପାଲି ପୋଲିସ

author img

By

Published : Feb 14, 2021, 5:50 PM IST

ସୁନ୍ଦରଗଡ: ରାଉରକେଲା ରଘୁନାଥ ପାଲି ପୋଲିସକୁ ବଡ ସଫଳତା ମିଳିଛି । ସହରରେ ମୋଟର ସାଇକେଲ ଚୋରି କରିବା ସହ ଛିନତାଇ କରି ଆତଙ୍କ ଖେଳାଇ ଆସିଥିବା ତିନି ଅପରାଧିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 6 ଟି ମୋଟର ସାଇକେଲ ଓ ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟି ଓ ଗୋଟିଏ ମୋବାଇଲ ଫୋନ ଜବତ କରିଛି । ଅଭିଯୁକ୍ତ ମାନେ ଗତ 12 ତାରିଖରେ ରାଉରକେଲା ଜେଲ ପାଖ ଏଫସିଆଇ ବସ୍ତି ରୋଡର ସତ୍ୟନାରାୟଣ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କର od-14c-9516 ନମ୍ବର ବିଶିଷ୍ଟ ହୋଣ୍ଡା ଆକ୍ଟିଭା ଗାଡିକୁ ଚୋରି କରିଥିଲେ ବୋଲି ଥାନାରେ ମାମଲା ରୁଜ୍ଜୁ ହୋଇଥିଲା ।

3 ବାଇକ ଲୁଟେରାଙ୍କୁ ଗିରଫ କଲା ରଘୁନାଥ ପାଲି ପୋଲିସ

ତେବେ ସେହି ଦିନ ଅପରାଧିମାନେ ରାଉରକେଲା ଗାର୍ଡେନ ବାର ନିକଟରୁ ଜଣେ ବ୍ୟକ୍ତିଙ୍କ ମୋବାଇଲ ଫୋନ ଛିନତାଇ କରି ଫେରାର ହୋଇ ଯାଇଥିଲେ । ଏହି ଦୁଇଟି ଅଭିଯୋଗରେ ରଘୁନାଥ ପାଲି ପୋଲିସ ଖୋଳତାଡ ଆରମ୍ଭ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 6 ଟି ମୋଟର ସାଇକେଲ, ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟର ଓ ଛିନତାଇ କରିଥିବା ମୋବାଇଲ ଫୋନକୁ ଜବତ କରିଛି । ଗତକାଲି ଏହିମାନଙ୍କୁ ଗିରଫ କରିବାସହ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ରାଜା ପାତ୍ର, ଅଙ୍ଗଦ କୁମାର ଓରଫ ଶର୍ମା ଓ ଭିକି ଓରଫ ବିକି ନଗେଶ । ସମସ୍ତ ଅଭିଯୁକ୍ତଙ୍କ ଘର ଆମ୍ବେଦକର ବସ୍ତି ବୋଲି ରଘୁନାଥ ପାଲି ପୋଲିସ କହିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.