ETV Bharat / state

ସରଗରମ ବଣାଇ ରାଜନୀତି: କାହା ମୁଣ୍ଡରେ କଳସ ଢାଳିବେ ଜନତା ? - 2024 General Election

Bonai Politics: ସୁନ୍ଦରଗଡ଼ ଜିଲ୍ଲା ବଣାଇ ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେଲାଣି ରାଜନୈତିକ ଅଙ୍କକଷା । ପୁଣି ବିଧାୟକ ହେବେ ସିପିଆଇଏମ୍‌ ନେତା ଲକ୍ଷ୍ମଣ ମୁଣ୍ଡା, ନା ବିଜେଡି ହାସଲ କରିବ ପ୍ରଥମ ବିଜୟ ? ବିଜେପି ମଧ୍ୟ ଆଶାବାଦୀ । ଅଧିକ ପଢ଼ନ୍ତୁ

ସରଗରମ ବଣାଇ ରାଜନୀତି
ସରଗରମ ବଣାଇ ରାଜନୀତି
author img

By ETV Bharat Odisha Team

Published : Jan 8, 2024, 8:43 PM IST

ସରଗରମ ବଣାଇ ରାଜନୀତି

ସୁନ୍ଦରଗଡ଼: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ଏବେଠାରୁ ବିଭିନ୍ନ ନିର୍ବାଚନୀ ମୈଦାନକୁ ଓହ୍ଲାଇ ଆରମ୍ଭ କଲେଣି ରାଜନୀତି ଅଙ୍କ କଷା । କିଏ ଜିତିବ ଲୋକଙ୍କ ଭରସା ? କାହାକୁ ଭୋଟ ଦେବେ ଲୋକେ ? ତାହାକୁ ନେଇ ଚାଲିଛି ଆଲୋଚନା । ସୁନ୍ଦରଗଡ଼ ଜିଲ୍ଲାରେ ସବୁଠାରୁ ବେଶୀ ଚର୍ଚ୍ଚାରେ ଜିଲ୍ଲାର ବଣାଇ ନିର୍ବାଚନ ମଣ୍ଡଳୀ । ବସଷ୍ଟାଣ୍ଡରୁ ଚା ଖଟି ଓ ଗାଁ ଛକ, ସବୁଠି ଗୋଟିଏ ଆଲୋଚନା, ଏଥର ବଣାଇ ନିର୍ବାଚନ ମଣ୍ଡଳୀରେ ଲୋକେ କାହାକୁ ଦେବେ ଭୋଟ ? ଲଢ଼େଇ ପାଇଁ ପ୍ରସ୍ତୁତ ବିଜେପି, ବିଜେଡି ଏବଂ CPIM ।

ବଣାଇ ନିର୍ବାଚନ ମଣ୍ଡଳୀ: ବଣାଇ ନିର୍ବାଚନ ମଣ୍ଡଳୀ ହେଉଛି ସୁନ୍ଦରଗଡ଼ ଜିଲ୍ଲାର ଏକ ଭିନ୍ନ ନିର୍ବାଚନ ମଣ୍ଡଳୀ । ୪ଟି ବ୍ଲକକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ । ଖଣି ଖାଦାନ ଭରା କୋଇଡା, କଳକାରଖାନା ଭରା ବଣାଇ, ଲହୁଣୀପଡା ବ୍ଲକ ଏବଂ ଆଦିବାସୀ ଲୋକଙ୍କ ସଂସ୍କୃତି ତଥା ଅବହେଳିତ ଏବଂ ପଛୁଆ ଭାବେ ପରିଗଣିତ ଗୁରୁଣ୍ଡିଆ ବ୍ଲକ ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ସ୍ବାଧୀନତା ପରଠାରୁ ଏହି ନିର୍ବାଚନ ମଣ୍ଡଳୀରେ ଗଣ ପରିଷଦ ଠାରୁ ଆରମ୍ଭ କରି କଂଗ୍ରେସ, ଜନତା ଦଳ, ବିଜେପି ଓ CPIM ନିଜର ଦବଦବା ରଖିଛନ୍ତି । କିନ୍ତୁ ଏହି ନିର୍ବାଚନ ମଣ୍ଡଳୀ ହେଉଛି ଏକ ମାତ୍ର ନିର୍ବାଚନ ମଣ୍ଡଳୀ, ଯେଉଁଠି ଶାସକ ବିଜେଡି ଆଜି ପର୍ଯ୍ୟନ୍ତ ଥରେ ହେଲେ ବିଜୟୀ ହୋଇନାହିଁ । ସାରା ରାଜ୍ୟରେ ଦବଦବା ରହିଥିଲେ ମଧ୍ୟ, ବଣାଇରେ ଫେଲ ମାରିଛି ବିଜେଡି । ତେବେ ଦେଶରେ ଏମେରଜେନ୍ସି ପରଠାରୁ ବଣାଇ ରାଜନୀତି ଉପରେ ଦୃଷ୍ଟି ପକାଇଲେ ଏଠାରେ ଜନତା ଦଳ ଥରେ, କଂଗ୍ରେସ ଦଳ ୨ ଥର, ବିଜେପି ଦଳ ୪ ଥର ଏବଂ CPIM ୩ ଥର ବିଜୟୀ ହୋଇଛି ।

ପୂର୍ବ ନିର୍ବାଚନ ଫଳାଫଳ: ଗତ 2014 ନିର୍ବାଚନରେ CPIM ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା, ବିଜେଡି ପ୍ରାର୍ଥି ଦୟାନିଧି କିଷାନ ଏବଂ କଂଗ୍ରେସର ଭୀମସେନ ଚୌଧୁରୀଙ୍କ ମଧ୍ୟରେ ଲଢେଇ ଜୋରଦାର ହୋଇଥିଲା । CPIM ପ୍ରାର୍ଥୀ ୩୯,୧୨୫ ଭୋଟ ପାଇ ବିଜୟୀ ହୋଇଥିବାବେଳେ ବିଜେଡି ୩୭,୩୦୭ ଏବଂ କଂଗ୍ରେସ ୩୭,୩୨୮ ଭୋଟ ପାଇଥିଲା । ବିଜେପିର ଲୁଥାର ଓରାମଙ୍କୁ ୨୫ ହଜାର ଭୋଟ ମିଳିଥିଲା । ଏହାପରେ ଗତ 2019 ନିର୍ବାଚନର ଦୃଶ୍ୟପଟ୍ଟ ଅଲଗା ଥିଲା । ଯଦିଓ ଲଗାତାର ଭାବେ ଏଠାରେ CPIM ବିଜୟ ଲାଭ କରିଥିଲା, ବିଜେଡି ମଧ୍ୟରେ କଡା ଟକ୍କର ଦେଇଥିଲା । କଂଗ୍ରେସ ସହ ମେଣ୍ଟ କରି CPIMରୁ ଲକ୍ଷ୍ମଣ ମୁଣ୍ଡା ୫୯,୯୩୯ ଭୋଟ ପାଇ କ୍ରମାଗତ ୨ୟ ଥର ପଇଁ ବିଜୟୀ ହୋଇଥିଲେ । ବିଜେଡିର ରଣଜିତ କିଷାନ ୪୭,୯୦୯ ଭୋଟ ପାଇଥିଲା ବେଳେ BJPର ଅନୀଲ ବାର୍ଲାଙ୍କୁ ୩୭,୨୬୬ ଭୋଟ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଜଗଦ୍ଦେବଙ୍କୁ ନେଇ ପୁଣି ଚଳଚଞ୍ଚଳ ବେଗୁନିଆ ରାଜନୀତି

ଏମିତି ରହିଛି ତିନି ଦଳର ସ୍ଥିତି:

CPIM: ଏହି ନିର୍ବାଚନ ମଣ୍ଡଳୀରେ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଲଗାତାର ଦୁଇ ଥର ଏବଂ ମୋଟ ତିନି ଥର ବିଜୟ ଲାଭ କରିଛନ୍ତି । ହେଲେ ଏଥର ବଣାଇରେ ବହୁଛି ବିଧାୟକ ବିରୋଧୀ ହାୱା । ଏହି ଅଞ୍ଚଳରେ ବିଧାୟକ କୌଣସି କାର୍ଯ୍ୟ କରିନଥିବା ଅଭିଯୋଗ ହେଉଛି । ବଣାଇ ଅଞ୍ଚଳରେ ଆଉ ଜଣେ ଦକ୍ଷ ବିଧାୟକ ଚାହୁଁଛନ୍ତି ଲୋକେ । ଅଞ୍ଚଳର ବିକାଶ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଅମଳରେ ହୋଇନଥିବା ଅଭିଯୋଗ କରିଛନ୍ତି ସାଧାରଣ ଲୋକେ । କିନ୍ତୁ ବିଧାୟକ ବଣାଇବାସୀଙ୍କ ଉପରେ ଆଶା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, "ବଣାଇବାସୀଙ୍କ ଉପରେ ମୋର ଆଶା ଓ ବିଶ୍ବାସ ରହିଛି । ଲଗାତାର ଭାବେ ସେମାନେ ମୋତେ ବିଧାୟକ ନିର୍ବାଚିତ କରିଛନ୍ତି । ଏଥର ମଧ୍ୟ ସେ ମୋତେ ପୁଣିଥରେ ସୁଯୋଗ ଦେବେ ।"

BJD: ଅନ୍ୟପକ୍ଷରେ ରାଜ୍ୟର ଶାସକ ଦଳ ବର୍ତ୍ତମାନ ଯାଏଁ ଏହି ବଣାଇ ନିର୍ବାଚନ ମଣ୍ଡଳୀରେ ବିଜୟୀ ହୋଇନଥିବାରୁ ଏହା ବିଜେଡି ପାଇଁ ଏକ ବଡ଼ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଏବଂ ଜନସାଧାରଣଙ୍କ ମଧ୍ୟରେ ଲୋକପ୍ରିୟତା ବଣାଇରେ ଫେଲ ମାରିଛି । ତେବେ ଆଗାମୀ ନିର୍ବାଚନକୁ ଆଖିରେ ରଖି ବର୍ତ୍ତମାନ ଆଠ ମାସ ମଧ୍ୟରେ ବଣାଇକୁ ଦୁଇ ଥର ଗସ୍ତ କରି ସାରିଲେଣି 5T ଅଧ୍ୟକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନ । ବର୍ତ୍ତମାନ ମଧ୍ୟ ସଜ ସଜ ଆସି ଏକ ବିଶାଳ ସଭାରେ ଲୋକଙ୍କୁ ସମ୍ବୋଧନ କରିବା ସହ ଏହି ଅଞ୍ଚଳର ବରିଷ୍ଠ ନେତାଙ୍କୁ ଭେଟି ସଂଗଠନ ମଜବୁତ କରିବା ପାଇଁ କହିଛନ୍ତି । ଏନେଇ ବିଜେଡିର ପୂର୍ବତନ ବିଧାୟକ ପ୍ରାର୍ଥୀ ରଣଜିତ କିଷାନ କହିଛନ୍ତି, "ବିଜେଡି-ବିଜେପି ମେଣ୍ଟ ସମୟରେ ଏଠାରେ କେବଳ ବିଜେପି ପ୍ରାର୍ଥୀ ଲଢ଼ୁଥିଲେ । ୨୦୧୪ରୁ ଏଠାରେ ବିଜେଡି ପ୍ରାର୍ଥୀ ଦେଇଛି । ଭଲ ଫାଇଟ୍‌ ମଧ୍ୟ କରିଛି । ଗତ ଥର କଂଗ୍ରେସ ସିପିଆଇଏମ୍‌କୁ ସମର୍ଥନ କଲା । ବିଜେପି ମଧ୍ୟ ପରୋକ୍ଷରେ ସେମାନଙ୍କୁ ସହଯୋଗ କଲା ।" ଏଥର କିନ୍ତୁ ବିଜେଡିର ସମ୍ପୂର୍ଣ୍ଣ ଭାବରେ ଏକ ପାଖିଆ ବିଜୟ ହେବ ବୋଲି କହିଛନ୍ତି ବିଜେଡି ନେତା ।

BJP: ସେପଟେ ବିଜେପି ମଧ୍ୟ ନିଜର ଗୌରବ ଏହି ନିର୍ବାଚନ ମଣ୍ଡଳୀରେ ଫେରାଇ ଆଣିବାକୁ ଚେଷ୍ଟା କରିବ । ଜୁଏଲ ଓରାମ ଏବଂ ଭୀମସେନ ଚୌଧୁରୀଙ୍କ ପରେ ଏହି ଅଞ୍ଚଳରେ ପଦ୍ମ ଫୁଟିବାରେ ଅଙ୍କୁଶ ଲାଗିଛି । ଏଥର କିନ୍ତୁ ନିର୍ବାଚନକୁ ଆଖି ଆଗରେ ରଖି ସଂଗଠନ ମଜବୁତ କରିବା ପାଇଁ ବଣାଇକୁ ଘନ ଘନ ଗସ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଏନେଇ ବିଜେପି ନେତା କହିଛନ୍ତି, "ଗତ ନିର୍ବାଚନରେ ଆମେ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାରେ ବିଫଳ ହୋଇଥିଲୁ । ସେଥିପାଇଁ ଆମେ ପରାଜିତ ହୋଇଥିଲୁ ।" ଏଥର କିନ୍ତୁ ବଣାଇରେ ପଦ୍ମ ଫୁଟିବ ବୋଲି ଆଶା କରିଛନ୍ତି ସେ ।

ଏହା ମଧ୍ୟ ପଢ଼ନ୍ତୁ...ସିମୁଳିଆ ରାଜନୀତି: ଆସନ ହାତେଇବେ ନୂଆ ଚେହେରା ନା ବଜାୟ ରହିବ ପରିବାରବାଦ ?

ଲୋକଙ୍କ ହାତରେ ସମସ୍ୟାର ଲମ୍ବା ତାଲିକା: ବଣାଇ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସମସ୍ୟା ରହିଥିବା ଲୋକେ ଅଭିଯୋଗ କରିଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର, ରାସ୍ତାଘାଟ ସବୁଥିରେ ପଛୁଆ ରହିଛି ଏହି ନିର୍ବାଚନ ମଣ୍ଡଳୀ । ବଣାଇ ହେଉଛି ଖଣିଜ ସମ୍ପଦ ସହ କଳକାରଖାନା ଭରା ନିର୍ବାଚନ ମଣ୍ଡଳୀ । ବହୁ ସୁବିଧା ସୁଯୋଗ ଥାଇ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀ ସମସ୍ତ କ୍ଷେତ୍ରରେ ଆଗରେ ରହିବା ବଦଳରେ ପଛୁଆ ହୋଇଯାଉଛି । ଲୋକଙ୍କ ଅଭିଯୋଗ, ଖଣି କାରଖାନା ଅଞ୍ଚଳ ହୋଇ ମଧ୍ୟ ଏଠାରେ ଏକ ଆଇଟିଆଇ, ଡିପ୍ଲୋମା ବା ଇଞ୍ଜିନିୟର କଲେଜ ନାହିଁ । ସ୍ବାସ୍ଥ୍ୟ ବ୍ୟବସ୍ଥା କଥା ନକହିବା ଭଲ । ଏହି ଅଞ୍ଚଳରେ ଭଲ ହସ୍ପିଟାଲ ଟିଏ ନାହିଁ । ସବ୍‌ଡିଭିଜନ ହସ୍ପିଟାଲ ଟିଏ ଅଛି, କିନ୍ତୁ ତାହାର ଅବସ୍ଥା ମଧ୍ୟ ଶୋଚନୀୟ । ଡାକ୍ତର ନଥିବାରୁ ଷ୍ଟାଫ ଅଭାବ ଏବଂ ରୋଗୀ ତଳେ ଶୋଇ ଚିକିତ୍ସା ହେଉଛନ୍ତି । ବଣାଇ ଅଞ୍ଚଳରେ ରହିଛି ବିଭିନ୍ନ କଳ କାରଖାନା ଏବଂ ଖଣି ଖାଦାନ । ହେଲେ ବେକାରୀ କବଳରେ ଏହି ଅଞ୍ଚଳର ଯୁବପୀଢ଼ି । ତେବେ ଏଥର ଯିଏ ଅଞ୍ଚଳର ବିକାଶ କରିବ, ତାକୁ ହିଁ ଲୋକେ ବାଛିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.