ETV Bharat / state

ଗଞ୍ଜେଇ ଭର୍ତ୍ତି ବ୍ୟାଗ ସହ 4 ଅଭିଯୁକ୍ତ ଗିରଫ, ଜଣେ ମହିଳା ସାମିଲ - ଞ୍ଜେଇ ଚୋରା ଚାଲାଣ

ଗଞ୍ଜେଇ ଚାଲାଣ କରୁଥିବାବେଳେ ଗତକାଲି ରାଣୀବଗିଚା ବାଇପାସ ରାଜ୍ୟ ରାଜପଥ-10ରୁ ଗିରଫ କରାଯାଇଛି । 4 ବ୍ୟାଗ ଗଞ୍ଜେଇ ସହ 4 ଜଣଙ୍କୁ ଗିରଫ କରିଛି ପୋଲିସ।

ଗଞ୍ଜେଇ ଭର୍ତ୍ତି ବ୍ୟାଗ ସହ 4 ଅଭିଯୁକ୍ତ ଗିରଫ
ଗଞ୍ଜେଇ ଭର୍ତ୍ତି ବ୍ୟାଗ ସହ 4 ଅଭିଯୁକ୍ତ ଗିରଫ
author img

By

Published : Feb 19, 2021, 12:56 PM IST

ସୁନ୍ଦରଗଡ: ଗଞ୍ଜେଇ ଚୋରା ଚାଲାଣ ବେଳେ ସୁନ୍ଦରଗଡ ଟାଉନଥାନା ପୋଲିସ 4 ବ୍ୟାଗ ଗଞ୍ଜେଇ ସହ 4 ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ସାମିଲ ଥିବା ଜଣାପଡିଛି । ଏମାନେ ଗଞ୍ଜେଇ ଚାଲାଣ କରୁଥିବାବେଳେ ଗତକାଲି(ଗୁରୁବାର) ରାଣୀବଗିଚା ବାଇପାସ ରାଜ୍ୟ ରାଜପଥ-10ରୁ ଗିରଫ କରାଯାଇଛି ।

ଗଞ୍ଜେଇ ଭର୍ତ୍ତି ବ୍ୟାଗ ସହ 4 ଅଭିଯୁକ୍ତ ଗିରଫ

ଏହାସହ ସେମାନଙ୍କ ନିକଟରୁ 67 କିଲୋ 100 ଗ୍ରାମ ଓଜନର ଗଞ୍ଜେଇ , ଗୋଟିଏ ମାରୁତି ସୁଜୁକି ଡିଜାୟାର କାର, 4 ଟି ସେଲଫୋନ ଓ ନଗଦ 15,830 ଟଙ୍କା ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ 3 ଲକ୍ଷ 85 ହଜାର ଟଙ୍କା ହେବ ବୋଲି ପୋଲିସ କହିଛି ।

ଗିରଫ ଅଭିଯୁକ୍ତ ମାନେ ହେଲେ – କିଶନୁ ଓରଫ କିଶାନୁ ଶର୍ମା , ମହେଶ କୁମାର , କେଦାର ସିଂ ଓ ରେଖା ଶର୍ମା। ଏମାନେ ଝାରସୁଗୁଡାରୁ ଉତ୍ତରପ୍ରଦେଶର ମଥୁରା ଜିଲ୍ଲାକୁ ଗଞ୍ଜେଇ ଚାଲାଣ କରୁଥିବା ପୋଲିସ କହିଛି । ତେବେ ଏହି ଗଞ୍ଜେଇ ଚାଲାଣ ସଂପର୍କରେ ଟାଉନ ପୋଲିସରେ କାର୍ଯ୍ୟରତ ଥିବା ଏସଆଇ ଲକ୍ଷ୍ମିକାନ୍ତ ପ୍ରଧାନଙ୍କୁ କୌଣସି ବିଶେଷ ସୂତ୍ରରୁ ସୂଚନା ମିଳିଥିଲା ।

ସୂଚନା ପାଇବା ପରେ ସେ ଟାଉନ ଥାନା ଅଧିକାରୀ , ସଦର ଏସଡିପିଓ ଓ ସୁନ୍ଦରଗଡ ଏସପିଙ୍କୁ ସୂଚନା ଦେଇ ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ ଗଠନ କରିଥିଲେ । ଏହାପରେ ଗଞ୍ଜେଇ ଗାଡିକୁ ଅଟକାଇବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ମହିଳା ଅଭିଯୁକ୍ତଙ୍କ ଘର ବିହାରର ଗୟା ଜିଲ୍ଲାରେ ହୋଇଥିବା ବେଳେ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କ ଘର ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ବୋଲି ପୋଲିସ ସୂଚନା ଦେଇଛି । ପୋଲିସ ସମସ୍ତ ଅଭିଯୁକ୍ତଙ୍କ ଉପରେ ବିଭିନ୍ନ ଦଫାରେ ଗିରଫ କରି ଗୁରୁବାର ରାତିରେ କୋର୍ଟ ଚାଲାଣ କରିଛି ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.