ETV Bharat / state

ରାକ୍ଷୀ ପୂର୍ଣ୍ଣିମା ପାଳନ କଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ଷ୍ଟିଲ୍‌ ସିଟି ଉତ୍ସବମୁଖର

author img

By ETV Bharat Odisha Team

Published : Aug 30, 2023, 6:39 PM IST

ରାଉରକେଲାରେ ନିଆରା ଢଙ୍ଗରେ ପାଳନ ହେଲା ରାକ୍ଷୀ ପୂର୍ଣ୍ଣିମା । ଦିବ୍ୟାଙ୍ଗ ପିଲାମାନେ ଭାଇ ହାତରେ ସ୍ନେହର ଡୋରୀ ବାନ୍ଧି ପାଳନ କଲେ ରାକ୍ଷୀ ପୂର୍ଣ୍ଣିମା । ଅଧିକ ପଢ଼ନ୍ତୁ

ରାଉରକେଲାରେ ନିଆରା ଢଙ୍ଗରେ ପାଳନ ହେଲା ରାକ୍ଷୀ ପୂର୍ଣ୍ଣିମା

ରାଉରକେଲା: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇର ହାତରେ ସ୍ନେହର ଡୋରୀ ବାନ୍ଧିଲା ଭଉଣୀ । ଭାଇ ମଧ୍ୟ ସାରା ଜୀବନ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରି ଏହି ସ୍ନେହର ଡୋରିକୁ ବାନ୍ଧିଛି । ଭାଇ ହାତରେ ବନ୍ଧା ଯାଉଥିବା ସାଧାରଣ ସୂତାଟିଏ ଭଉଣୀ ପାଇଁ ସାରା ଜୀବନ ସାଜିଯାଏ ରକ୍ଷା କବଚ । ଏନେଇ ରାଉରକେଲା ସହରର ଅଶାଦୀପ ଦିବ୍ୟାଙ୍ଗ ସ୍କୁଲରେ ଛାତ୍ରଛାତ୍ରୀ ବେଶ ଧୁମଧାମରେ ପାଳନ କରିଛନ୍ତି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇମାନଙ୍କ ହାତରେ ଶ୍ରଦ୍ଧାର ସହ ରାକ୍ଷୀ ବାନ୍ଧି ଏହି ପବିତ୍ର ରକ୍ଷାବନ୍ଧନ ପାଳନ କରିଛନ୍ତି ଦିବ୍ୟାଙ୍ଗ ଛାତ୍ରୀ । ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜ ହାତରେ ରାକ୍ଷୀ ପ୍ରସ୍ତୁତ କରି ଭାଇମାନଙ୍କ ହାତରେ ବାନ୍ଧିବାକୁ ନେଇ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ: Raksha Bandhan 2023: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ବାନ୍ଧିଲେ ସ୍କୁଲ ଛାତ୍ରୀ

ଭାଇ ଭଉଣୀର ଏ ପବିତ୍ର ସମ୍ପର୍କରେ ଅନେକ ପ୍ରତିଶ୍ରୁତି ଓ ସୁରକ୍ଷାର ବାର୍ତ୍ତା ନେଇ ରକ୍ଷା ବନ୍ଧନ ପାଳନ କରାଯାଏ । ଦ୍ବୀପ, ଅରୁଆ ଚାଉଳ, ସିନ୍ଦୁର, ଟିକାରେ ରାକ୍ଷୀର ଥାଳି ସୁନ୍ଦର ଭାବେ ସଜା ହୋଇଥାଏ । ପାରମ୍ପରିକ ଭାବେ ଭଉଣୀମାନେ ଭାଇର ସ୍ନେହର ପ୍ରତୀକ ଏବଂ ସୁରକ୍ଷା ପାଇବାର ସଙ୍କେତ ସ୍ୱରୂପ ଭାଇ ହାତରେ ରାକ୍ଷୀ ବାନ୍ଧିଥାଆନ୍ତି । ପ୍ରତିବଦଳରେ ଭାଇମାନେ ନିଜ ଭଉଣୀଙ୍କୁ ସୁରକ୍ଷା ଦେବା ସହ ସାରା ଜୀବନ ସେମାନଙ୍କ ରକ୍ଷା କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ ହୋଇଥାଏ ।

ଏହା ବି ପଢନ୍ତୁ: ଯବାନଙ୍କୁ ରାକ୍ଷୀ ପିନ୍ଧାଇଲେ ଭବାନୀପାଟଣାବାସୀ, ମଙ୍ଗଳ ମନାସି କଲେ ପୂଜାର୍ଚ୍ଚନା

ରାଉରକେଲା ଶ୍ରଦ୍ଧା ଦିବ୍ୟାଙ୍ଗ ବିଦ୍ୟାଳୟରେ ଦୀର୍ଘ ବର୍ଷର ଏହି ପରମ୍ପରା ଏକ ହୃଦୟସ୍ପର୍ଶୀ ଢଙ୍ଗରେ ପାଳନ କରାଯାଇଛି । ଯେଉଁ ଦିବ୍ୟାଙ୍ଗ ପିଲାମାନେ ସେମାନଙ୍କ ଜୀବନରେ ଅନେ ଆହ୍ୱାନର ସମ୍ମୁଖୀନ ହୋଇ ମଧ୍ୟ ଜୀବନକୁ ଖୁସିରେ ବଞ୍ଚିବା ପାଇଁ ପ୍ରେରଣା ଦେଇଛନ୍ତି । କିଛି ପିଲା ହୁଏତ ନିଜ ଅକ୍ଷମତା କାରଣରୁ ରାକ୍ଷୀ ବାନ୍ଧି ପାରିନଥିବେ, କିନ୍ତୁ ସେମାନଙ୍କର ଉତ୍ସାହ ଓ ଭଲପାଇବା ସ୍ପଷ୍ଟ ବାରି ହୋଇପଡୁଥିଲା । ଏନେଇ ସ୍କୁଲର ଶିକ୍ଷକ ଆକାଶ ସାହୁ କହିଛନ୍ତି,"ପିଲାମାନଙ୍କୁ ସବୁ ପରମ୍ପରା ସହିତ ଜଡିତ କରାଇବା ସହ ଖୁସି ପ୍ରଦାନ କରିବା ଆମର ଉଦ୍ଦେଶ୍ୟ । ସେମାନେ କିପରି ସମାଜର ମୁଖ୍ୟଧାର ସହ ଯୋଡ଼ି ହୋଇ ନିଜକୁ ଆନ୍ୟମାନଙ୍କ ଠାରୁ ଭିନ୍ନ ନଭାବିବେ ସେନେଇ ଏହା ଏକ ଛୋଟିଆ ପଦକ୍ଷେପ ।"

ଇଟିଭି ଭାରତ, ସୁନ୍ଦରଗଡ଼

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.