ରାଉରକେଲା: ରାଉରକେଲା ଚାଲିଛି ସିଟି ଫେଷ୍ଟ । ଖୁବ ମଜା ଉଠାଉଛନ୍ତି ରାଉରକେଲା ସହରବାସୀ । ପ୍ରତିଦିନ ଜମୁଛି ଲୋକଙ୍କ ଭିଡ଼ । ରାଉରକେଲାରେ ହକି ବିଶ୍ୱକପ ଆୟୋଜନ ନେଇ ଚଳଚଞ୍ଚଳ ସାରା ରାଉରକେଲା ସହର । ହକି ବିଶ୍ୱକପ ପାଇଁ ସମ୍ପୂର୍ଣ୍ଣ ରାଉରକେଲା ସହର ଉତ୍ସବ ମୁଖର ହୋଇ ଉଠିଛି । ସବୁଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ।
ରାଉରକେଲା ସହରବାସୀ ଖୁବ ଆନନ୍ଦର ସହ ରାଉରକେଲା ସହରରେ ହେଉ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଖୁବ ହର୍ଷ ଉଲ୍ଲାସରେ ମଜା ନେଉଛନ୍ତି । ଏହାରି ମଧ୍ୟରେ ରାଉରକେଲାରେ ହକି ବିଶ୍ୱକପ ପାଇଁ ଆୟୋଜନ ହେଉଛି ରାଉରକେଲା ସିଟି ଫେଷ୍ଟ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ଫୁଡ଼ ଷ୍ଟଲ ଏବଂ କିଣାକିଣି କରିବାକୁ ବିଭିନ୍ନ ହସ୍ତଶିଳ୍ପ କାର୍ଯ୍ୟର ଷ୍ଟଲ । ଏହାସହ ବିଭିନ୍ନ ସ୍ଥାନରେ ବିଭିନ୍ନ ଲୋକ ନୃତ୍ୟ ସହ ବିଭିନ୍ନ ପ୍ରକାର ନାଚ ଗୀତ କାର୍ଯ୍ୟକ୍ରମ । ରାଉରକେଲା ଲୋକଙ୍କୁ ଆକୃଷ୍ଟ କରୁଛି ସିଟି ଫେଷ୍ଟ।
ପ୍ରତ୍ୟେକ ଦିନ ଏଠାରେ ଲୋକଙ୍କ ଆସର ଜମୁଛି । ଖୁବ ଆନନ୍ଦ ଉତ୍ସାହର ସହ ଖାଇବା ବୁଲିବା ଏବଂ ଏହାସହ ନାଚ ଗୀତ ଏବଂ ସବୁଠାରୁ ଆକର୍ଷଣୀୟ ହେଲା ପ୍ରତିଦିନ ହେଉ ଥିବା ମେଗା ଇଭେଣ୍ଟ । ଯେଉଁଥିରେ ବଡ଼ ବଡ଼ ତାରକା ବଲିଓଡ଼ ଓ ଓଲିଓଡ଼ ତାରକା କଳା ପ୍ରଦର୍ଶନ କରୁଛନ୍ତି । ତେବେ ଗତ ଜାନୁଆରୀ ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଫେଷ୍ଟ ଆସନ୍ତା ୨୨ ତାରିଖ ଯାଏ ଚାଲିବ ।
ପ୍ରଥମ ଦିନ ବଲିଉଡ ଷ୍ଟାର ଦିଶା ପଟନୀ ଆସି ନିଜର ଜଲବା ଦେଖାଇଥିଲେ ଏବଂ ବଲିଉଡ ଗାୟକ ସୁଖବିନ୍ଦର ସିଂ, କେ. ପପ ଡ୍ୟାନ୍ସ ଗ୍ରୁପ ବ୍ଲାକ ସ୍ୱାନ । ଏହାପରେ ଦ୍ୱିତୀୟ ଦିନରେ ବଲିଉଡ ଗାୟକ ବେନି ଦୟାଲ, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ଏବଂ ଅନନ୍ୟ ନନ୍ଦ।ଲିସା ମିଶ୍ର ,ଋତୁରାଜ ମହାନ୍ତି,ସ୍ନିତି ମିଶ୍ର ନିଜର ଗୀତରେ ଲୋକଙ୍କୁ ମତୁଆଲା କରିଥିଲେ ।
ମୟୂରଭଞ୍ଜ ଛଉ ଡ୍ୟାନ୍ସ ଦର୍ଶକଙ୍କୁ ଝୁମାଇବେ ଏବଂ ଶେଷ ଦିନ ଜାନୁଆରୀ ୨୨ରେ ସୋନୁ ନିଗମ ଏବଂ ନୀତି ମୋହନ ନିଜ ଗୀତରେ ଲୋକଙ୍କୁ ଝୁମାଇବେ । ସିଟି ଫେଷ୍ଟ ଲାଗି ଜମୁଛି ଭିଡ଼ ଖାଇବା ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଲୋକେ । ହକି ବିଶ୍ୱକପକୁ ଅବିସ୍ମରଣୀୟ କରିବା ଲାଗି ପ୍ରଶାସନର ଚେଷ୍ଟା ଜାରି ରହିଛି ।