ETV Bharat / state

ସୁନ୍ଦରଗଡ଼ରେ ଦ୍ବିତୀୟ ଏମ୍ସ ଖୋଲିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଲା ରାଜ୍ୟ - ସୁନ୍ଦରଗଡରେ ଏମ୍ସ ପାଇଁ ପ୍ରସ୍ତାବ

ସୁନ୍ଦରଗଡରେ ଦ୍ବିତୀୟ ଏମ୍ସ ଖୋଲିବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ବାସ୍ଥ୍ଯ ମନ୍ତ୍ରୀ ନବ କିଶୋର ଦାସ । ଅଧିକ ପଢନ୍ତୁ...

ସୁନ୍ଦରଗଡ଼ରେ ଦ୍ବିତୀୟ ଏମ୍ସ ଖୋଲିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଲା ରାଜ୍ୟ

author img

By

Published : Mar 30, 2021, 9:31 PM IST

ଭୁବନେଶ୍ବର: ଜିଲ୍ଲାରେ ଦ୍ବିତୀୟ ଏମ୍ସ ଖୋଲିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଲେ ରାଜ୍ୟ ସରକାର । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ସୁନ୍ଦରଗଡ଼ରେ ଏକ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଖୋଲିବା ପାଇଁ ଭିତ୍ତିଭୂମି ପ୍ରସ୍ତୁତ ଅଛି । ଏଠାରେ ରାଜ୍ୟର ଦ୍ବିତୀୟ ଏମ୍ସ ହସ୍ପିଟାଲ ଖୋଲିବାକୁ ସେ ଅନୁରୋଧ କରିଛନ୍ତି ।

ଓଡ଼ିଶାର ପଶ୍ଚିମାଞ୍ଚଳ ଏକ ଜନବହୁଳ ଅଞ୍ଚଳ । ଅନ୍ୟ ପକ୍ଷରେ ସୁନ୍ଦରଗଡ଼ରେ ଏକ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଖୋଲିବା ପାଇଁ ଭିତ୍ତିଭୂମି ପ୍ରସ୍ତୁତ ଅଛି । କର୍ପୋରେଟ ସୋସିଆଲ ରେସ୍‌ପନ୍ସିବିଲିଟି ମାଧ୍ୟମରେ ରାଜ୍ୟ ସରକାର ଓ ଜାତୀୟ ତାପଜ ଶକ୍ତି କର୍ପୋରେସନ ମଧ୍ୟରେ ସୁନ୍ଦରଗଡ଼ଠାରେ ଏକ ମେଡ଼ିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ ପାଇଁ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା । ଏବେ ଏହି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଛି । ଏଥିପାଇଁ ବିଭିନ୍ନ ଯନ୍ତ୍ରାଂଶ କ୍ରୟ ଚାଲିଛି ।

ଏହି ହସ୍ପିଟାଲରେ ୫୦୦ ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧା ରହିଛି । ପ୍ରତିବର୍ଷ ୧୦୦ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀ ପାଠ ପଢ଼ିବାର ସୁବିଧା ମଧ୍ୟ ରହିଛି । ଓଡ଼ିଶାରେ ଦ୍ବିତୀୟ ଏଆଇଆଇଏମଏସ ପ୍ରତିଷ୍ଠା ପାଇଁ ଏହି ଭିତ୍ତିଭୂମି ବ୍ୟବହାର ହୋଇପାରିବ । ଯାହାଫଳରେ ଜନବହୁଳ ପଶ୍ଚିମ ଓଡ଼ିଶାର ଜନସାଧାରଣ ନିଜ ଅଞ୍ଚଳରେ ଉନ୍ନତମାନର ଚିକିତ୍ସା ସେବା ପାଇପାରିବେ । ଏଠାକୁ ସଡ଼କପଥ, ରେଳ ଯୋଗାଯୋଗ ସୁବିଧା ରହିଛି । ନିକଟବର୍ତ୍ତୀ ଝାରସୁଗୁଡ଼ାକୁ ମଧ୍ୟ ବିମାନ ଚଳାଚଳର ସୁବିଧା ରହିଛି । ତେଣୁ ଏହିସବୁ ସୁବିଧାକୁ ଆଖି ଆଗରେ ରଖି ସୁନ୍ଦରଗଡ଼ରେ ଏମ୍ସ ଦ୍ବିତୀୟ ଶାଖା ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.