ETV Bharat / state

OSSC ଦୁର୍ନୀତି, ସିବିଆଇ ତଦନ୍ତ ଦାବି କଲା NSUI

ଷ୍ଟାଫ ସିଲେକସନରେ ମହାଦୁର୍ନିତିକୁ ନେଇ NSUI ପ୍ରତିବାଦ କରିବା ସହ ସିବିଆଇ ତଦନ୍ତ ପାଇଁ ଦାବି । ଅଧିକ ପଢନ୍ତୁ

OSSC ବ୍ୟକ୍ତିଗତ ସହାୟକଙ୍କ ଦୁର୍ନୀତିରେ  ସିବିଆଇ ତଦନ୍ତ ଦାବି କଲା NSUI ଛାତ୍ର କଂଗ୍ରେସ

author img

By

Published : Aug 5, 2021, 10:10 AM IST

ସୁନ୍ଦରଗଡ: ଓଡିଶା ଷ୍ଟାଫ ସିଲେକସନ କମିଶନ ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକଙ୍କ ଦ୍ୱାରା ହୋଇଥିବା ମହାଦୁର୍ନୀତିକୁ ନେଇ ଗର୍ଜିଲା ଏନଏସୟୁଆଇ ( NSUI ) । ଷ୍ଟାଫ ସିଲେକସନରେ ମହାଦୁର୍ନୀତିକୁ ନେଇ ଗତକାଲି ଏନଏସୟୁଆଇ ( NSUI ) ପକ୍ଷରୁ ପ୍ରତିବାଦ କରି ସିବିଆଇ ତଦନ୍ତ ପାଇଁ ଦାବି କରିଛି ।

OSSC ବ୍ୟକ୍ତିଗତ ସହାୟକଙ୍କ ଦୁର୍ନୀତିରେ ସିବିଆଇ ତଦନ୍ତ ଦାବି କଲା NSUI ଛାତ୍ର କଂଗ୍ରେସ

ସଭାପତି ମହମ୍ମଦ ଫୈଜାଲଙ୍କ ନେତୃତ୍ୱରେ ହୋଇଥିବା ମହାଦୁର୍ନୀତି ବିରୋଧରେ ସିବିଆଇ ତଦନ୍ତ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଏସଏସସି ଅଧ୍ୟକ୍ଷଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଏଥିସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ପ୍ରତିନିଧି ତଥା ସୁନ୍ଦରଗଡ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲା ଛାତ୍ର କଂଗ୍ରେସ।

ତେବେ ଏଥି ପ୍ରତି ଯଦି ଦୃଢ କାର୍ଯ୍ୟନୁଷ୍ଠା ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ମଧ୍ୟ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି । ଛାତ୍ର କଂଗ୍ରେସର ଏହି ବିକ୍ଷୋଭ ଶୋଭାଯାତ୍ରାରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ବେଣୁ ମାଧବ ତ୍ରିପାଠୀ, ଉପସଭାପତି ଅଜିତ ପ୍ରସାଦ ପ୍ରମୁଖ ସାମିଲ ହୋଇ ଆନ୍ଦୋଳନକୁ ଜୋରଦାର କରିଥିଲେ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.