ସୁନ୍ଦରଗଡ: ଅଲୋଡା ହେଲା ଶିଶୁପୁତ୍ର । ଅଳିଆଗଦାରୁ ନବଜାତକ ଶିଶୁପୁତ୍ର ଉଦ୍ଧାର । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ରାଉରକେଲା ସେକ୍ଟର- 20 ବିଶ୍ରା ଖାଟାଲ ଅଞ୍ଚଳରେ । କେହି ଦୁର୍ବୃତ୍ତ ଏକ ନବଜାତ ଶିଶୁ ପୁତ୍ରକୁ ଅଳିଆ ଗଦାରେ ଫିଙ୍ଗି ଦେଇ ଚାଲିଯିବା ପରେ ଶିଶୁଟିର କାନ୍ଦ ଶୁଣୀ ଗତକାଲି ସକାଳ ସମୟରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।
ଏହି ଖବର ଜାଣିବା ପରେ ସ୍ବେଚ୍ଛାସେବୀ ଦେବୀକା ମିଶ୍ର ଶିଶୁଟିକୁ ଉଦ୍ଧାର କରିଥିଲେ । ଏହା ପରେ ଚିକିତ୍ସା ପାଇଁ ଶିଶୁଟିକୁ ରାଉରକେଲା ସରକାରୀ ଚିକିତ୍ସାଳୟକୁ ନେଇଥିଲେ । ତେବେ କିଏ ଓ କାହିଁକି ଶିଶୁଟିକୁ ଏପରି ଅଳିଗଦାର ଫୋପାଡି ଦେଇ ଚାଲିଗଲା ସେନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ