ETV Bharat / state

ଜାନୁଆରୀ ୧୫ରୁ ସରସ ମେଳା, ବିଭିନ୍ନ ରାଜ୍ୟର ପାରମ୍ପରିକ ସାମଗ୍ରୀ ଓ ଖାଦ୍ୟର ଝଲକ ଦେଖାଇବେ SHG ମହିଳା

author img

By

Published : Jan 11, 2023, 7:53 PM IST

ରାଉରକେଲାରେ ଜାନୁଆରୀ ୧୫ରୁ ୨୭ ଯାଏଁ ଆୟୋଜିତ ହେବ ଜାତୀୟସ୍ତରୀୟ ସରସ ମେଳା । ଟେରାକୋଟା, ଢୋକ୍ରା କାଷ୍ଟିଂ, ହସ୍ତତନ୍ତ, ବେତ ଓ ବାଉଁଶ ସାମଗ୍ରୀ ସହିତ ବିଭିନ୍ନ ରାଜ୍ୟର ପାରମ୍ପରିକ ଖାଦ୍ୟ ସାଜିବ ମୁଖ୍ୟ ଆକର୍ଷଣ । ଅଧିକ ପଢ଼ନ୍ତୁ

ରାଉରକେଲା ସରସ ମେଳା ନେଇ ସାମ୍ବାଦିକ ସମ୍ମିଳନୀ

ରାଉରକେଲା: ହକି ବିଶ୍ବକପ୍ ଅବସରରେ ରାଉରକେଲା ଭଞ୍ଜ ଭବନସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ 'ସରସ ମେଳା' ଆୟୋଜନ କରାଯିବ । ଜାନୁଆରୀ ୧୫ରୁ ୨୭ ତାରିଖ ଯାଏଁ ଏହି ଜାତୀୟସ୍ତରୀୟ ମେଳା ଚାଲିବ । ଏଥିରେ ରାଜ୍ୟ ଏବଂ ରାଜ୍ୟ ବାହାରର ସ୍ବୟଂ ସହାୟକ ଗୋଷ୍ଠୀ ତଥା ଉତ୍ପାଦକ ଗୋଷ୍ଠୀର ମହିଳା ଯୋଗଦେବେ । ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିବା ସହ ବିକ୍ରି କରିବାର ସୁଯୋଗ ପାଇପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଜାନୁଆରୀ ୧୫ରୁ ସରସ ମେଳା
ଜାନୁଆରୀ ୧୫ରୁ ସରସ ମେଳା

୧୩ ଦିନ ଧରି ଚାଲିବ, ୨୫୦ଟି ଷ୍ଟଲ ପଡ଼ିବ- ସରସ ମେଳା ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏଥିରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ ଯୋଗଦେଇ ସରସ ମେଳାରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଛନ୍ତି, "୧୩ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ୨୫୦ଟି ଷ୍ଟଲ୍‌ ପଡ଼ିବ । ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ଜାତୀୟସ୍ତରୀୟ ମେଳା ଆୟୋଜନ କରାଯାଉଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହି ମେଳାକୁ ସଫଳ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ସହଯୋଗ କରିବା ଆବଶ୍ୟକ ।" ଏହି ସରସ ମେଳାର କିପରି ଅଧିକ ପ୍ରଚାରପ୍ରସାର ହୋଇପାରିବ ସେନେଇ ବିଶେଷ ଧ୍ୟାନ ଦେବାକୁ ସେ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅନୁରୋଧ କରିଥିଲେ ।

ସରସ ମେଳାର ମୁଖ୍ୟ ଆକର୍ଷଣ- ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓରମାସ ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ମେଳା ଆୟୋଜନ କରାଯାଉଛି । ଏଥିରେ ସୁନ୍ଦରଗଡ଼ ସହିତ ବିଭିନ୍ନ ଜିଲ୍ଲାର ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକର ମହିଳାମାନେ ସାମିଲ ହେବେ । ସେମାନଙ୍କ ଦ୍ବାରା ପ୍ରସ୍ତୁତ ଟେରାକୋଟା ସାମଗ୍ରୀ, ଢୋକ୍ରା କାଷ୍ଟିଂ, ହସ୍ତତନ୍ତ ସାମଗ୍ରୀ ସହିତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଏଠାରେ ବିକ୍ରୟ ହୋଇପାରିବ । ସେହିପରି ଉତ୍ତରପ୍ରଦଶର କାଗଜ ପ୍ରସ୍ତୁତ ସାମଗ୍ରୀ, ଆସାମ ଓ ତ୍ରିପୁରାର ବେତ ଓ ବାଉଁଶ ପ୍ରସ୍ତୁତ ସାମଗ୍ରୀ, ମଣିପୁର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜମ୍ମୁ ଓ କଶ୍ମୀରର ଉଲ୍‌ ପୋଷାକ, ପଶ୍ଚିମବଙ୍ଗର ଝୋଟ ପ୍ରସ୍ତୁତ ସାମଗ୍ରୀ, ମଣିପୁରର ଶୁଖିଲା ଫୁଲ, ଆନ୍ଧ୍ରପ୍ରଦେଶ ଓ କେରଳର ପ୍ରସିଦ୍ଧ ହସ୍ତତନ୍ତ ସାମଗ୍ରୀ ଏହି ସରସ ମେଳାର ମୁଖ୍ୟ ଆକର୍ଷଣ ପାଲଟିବ ।

ମେଳାରେ ହକି ବିଶ୍ବକପ ସିଧାପ୍ରସାରଣ ଦେଖିବା ଲୋକେ- ଏହି ମେଳାରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ରାଜ୍ୟ ତଥା ରାଜ୍ୟ ବାହାରର ପ୍ରସିଦ୍ଧ କଳାକାରମାନେ ଏଥିରେ ସାମିଲ ହେବେ । ଓଡ଼ିଶା ସହିତ ବିଭିନ୍ନ ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟର ଝଲକ୍‌ ଦେଖିବାକୁ ମିଳିବ । ହକି ପୁରୁଷ ବିଶ୍ବକପ୍ ଅବସରରେ ଏହି ମେଳା ଆୟୋଜନ କରାଯାଉଥିବାରୁ ଏହାକୁ ଅଧିକ ଆକର୍ଷଣୀୟ କରିବା ଲାଗି ପ୍ରଶାସନ ଲକ୍ଷ୍ୟ ରଖିଛି । ମେଳାକୁ ଆସୁଥିବା ଲୋକମାନେ ଯେପରି ହକି ବିଶ୍ବକପର ସିଧାପ୍ରସାରଣ ଦେଖିପାରିବେ, ସେନେଇ ବିଶେଷ ବ୍ୟବସ୍ଥା କରାଯାଉଛି । ସାଧାରଣ ଲୋକଙ୍କ ପାଇଁ ମେଳା ପରିସରରେ ସେଲଫି ପଏଣ୍ଟ ଏବଂ ଛୋଟ ପିଲାଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ କରାଯାଉଛି । ସେହିପରି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ପାଇଁ ବିଭିନ୍ନ କର୍ମଶାଳା ଆୟୋଜନ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ସୁନ୍ଦରଗଡ଼ ଓରମାସର ଡେପୁଟି ସିଇଓ କେଶବ ଝା, ସୁନ୍ଦରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଏବଂ ରାଉରକେଲା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫତିମା ଏକ୍କା ଯୋଗ ଦେଇଥିଲେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.