ETV Bharat / state

ମହିଳା ଓ ଶିଶୁକନ୍ୟାଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି: ସୁନ୍ଦରଗଡ ଏସପି - ସୁନ୍ଦରଗଡରେ ଜାତୀୟ ଶିଶୁକନ୍ୟା ଦିବସ

ସୁନ୍ଦରଗଡ ବିକାଶ ଭବନ ପରିସରରେ ଜାତୀୟ ଶିଶୁକନ୍ୟା ଦିବସ ପାଳିତ । ମହିଳା ଓ ଶିଶୁକନ୍ୟାଙ୍କ ସୁରକ୍ଷା ପଦକ୍ଷେପ ନିଆଯାଉଥିବା କହିଲେ ଏସପି । ଅଧିକ ପଢନ୍ତୁ...

ମହିଳା ଓ ଶିଶୁକନ୍ୟାଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି: ସୁନ୍ଦରଗଡ ଏସପି

author img

By

Published : Jan 24, 2021, 7:51 PM IST

ସୁନ୍ଦରଗଡ: ଜିଲ୍ଲା ପ୍ରଶାସନ, ସୁନ୍ଦରଗଡ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ଜିଲ୍ଲା ମଙ୍ଗଳ ବିଭାଗ ଓ ଜିଲ୍ଲା ସାମାଜିକ ମଙ୍ଗଳ ବିଭାଗ ମିଳିତ ଭାବେ ଜାତୀୟ ଶିଶୁ କନ୍ୟା ଦିବସ ପାଳନ କରିଛନ୍ତି । ସୁନ୍ଦରଗଡ ବିକାଶ ଭବନ ପରିସରରେ ଶିଶୁକନ୍ୟା, ବୁଦ୍ଧିଜୀବୀ ଓ ବିଭିନ୍ନ ବିଭାଗର ସମନ୍ବୟରେ ଶିଶୁକନ୍ୟାଙ୍କ ସୁରକ୍ଷା ନେଇ ଏକ ସଚେତନତା ସଭା କରାଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ରୂପେ ସୁନ୍ଦରଗଡ ଏସପି ସାଗରିକା ନାଥ ଯୋଗ ଦେଇଛନ୍ତି । ମହିଳା ଓ ଶିଶୁକନ୍ୟାଙ୍କ ସୁରକ୍ଷା ନେଇ ପଦକ୍ଷେପ ନିଆଯାଉଛି । ତେବେ ଝିଅମାନେ ସଶକ୍ତ ହେବା ସହ ନିଜ ଉପରେ ବିଶ୍ବାସ ରଖି ଆଗକୁ ଆସିଲେ ତାଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା ନିଶ୍ଚିତ ଭାବେ କମିବ ବୋଲି ଏସପି ମତ ପ୍ରକାଶ କରିଛନ୍ତି ।

ମହିଳା ଓ ଶିଶୁକନ୍ୟାଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି: ସୁନ୍ଦରଗଡ ଏସପି

ସେହିପରି ଶିଶୁକନ୍ୟା ଓ ମହିଳାଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ ଅନୁଷ୍ଠାନର କର୍ମୀ ଏହି ସଭାରେ ଯୋଗ ଦେଇଛନ୍ତି । ଶିଶୁ ଓ ମହିଳାଙ୍କ ସୁରକ୍ଷାକୁ ନେଇ ସମସ୍ତେ ସଚେତନ ହେବା ସହ ଏନେଇ ଉର୍ଦ୍ଧିଷ୍ଟ ଆଇନ ସମ୍ପର୍କରେ ସମାଜରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ଏହି କର୍ମକର୍ତ୍ତାମାନେ ମନ୍ତବ୍ୟ ଦେଇଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.