ETV Bharat / state

ପୁଣି ଯୌତୁକ ଜନିତ ବଧୂହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ରାଉରକେଲା ବାସନ୍ତୀ କଲୋନୀରେ ଘଟିଛି ଅଭାବନୀୟ କାଣ୍ଡ । ଯୌତୁକ ପାଇଁ ମହିଳାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

ପୁଣି ଯୌତୁକ ଜନିତ ବଧୂ ହତ୍ୟା ଅଭିଯୋଗ, ସ୍ବାମୀ ଅଟକ

author img

By

Published : Jan 24, 2021, 6:51 PM IST

ସୁନ୍ଦରଗଡ: ଯୌତୁକ ଜୁଇରେ ଜଳିଲା ଆଉ ଏକ ବଧୂ । ରାଉଲକେଲା ବାସନ୍ତୀ କଲୋନୀରେ ଶନିବାର ରାତ୍ରିରେ ଘଟିଛି ଏଭଳି ଲୋମଟାଙ୍କୁରା କାଣ୍ଡ । ପ୍ରିୟଦର୍ଶିନୀ ଓରଫ ଟିକି ପ୍ରଧାନ ନାମକ ଜଣେ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକେ ଯୌତୁକ ନିର୍ଯ୍ୟାତନା ଦେଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ବାପଘର । ଘଟଣାରେ ମୃତକଙ୍କ ସ୍ବାମୀ ଜ୍ଞାନ ରଞ୍ଜନଙ୍କୁ ପୋଲିସ ଅଟକ ରଖିଛି । ଅନ୍ୟପଟେ ଜ୍ଞାନଙ୍କ ପରିବାର ଲୋକେ ତାଙ୍କ 14 ମାସର ଶିଶୁପୁତ୍ରକୁ ନେଇ କେଉଁଆଡେ ଫେରାର ହୋଇଯାଇଥିବା ଜଣାପଡିଛି । ପ୍ରାଥମିକ ତଦନ୍ତରୁ ଏହି ହତ୍ୟାକାଣ୍ଡ ଘରୋଇ କଳିକୁ କେନ୍ଦ୍ରକରି ହୋଇଥିବା ପୋଲିସ ସନ୍ଦେହ କରୁଥିବାବେଳେ ମୃତ ପ୍ରିୟଦର୍ଶିନୀଙ୍କ ପରିବାର ଲୋକେ ତାଙ୍କ ଝିଅକୁ ଯୌତୁକ ପାଇଁ ପିଟି ପିଟି ହତ୍ୟା କରାଯାଇଥିବା ଲିଖିତ ଅଭିଯୋଗ କରିଛନ୍ତି ।

ପୁଣି ଯୌତୁକ ଜନିତ ବଧୂ ହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ସୂଚନାଯୋଗ୍ୟ, ଗତ ପାଞ୍ଚ ବର୍ଷ ତଳେ ରାଉଲକେଲା ବାସନ୍ତୀ କଲୋନୀ ବିଏଲ୍-125ର ଜ୍ଞାନ ରଞ୍ଜନଙ୍କ ସହ ବିବାହ କରିଥିଲେ ପ୍ରିୟଦର୍ଶିନୀ । ବିବାହର 10 ରୁ 15 ଦିନ ପରେ ପ୍ରିୟଦର୍ଶିନୀଙ୍କ ଉପରେ ଆରମ୍ଭ ହୋଇଥିଲା ଯୌତୁକ ନିର୍ଯ୍ୟାତନା । ଧୀରେ ଧୀରେ ଶାରିରୀକ ଓ ମାନସିକ ସ୍ତରରେ ଅକଥନୀୟ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଥିଲା । ଏନେଇ ପ୍ରିୟଦର୍ଶିନୀଙ୍କ ବାପା ମଧ୍ୟ ନିଜ ସାମର୍ଥ୍ୟ ଅନୁଯାୟୀ ଝିଅ ଶାଶୁଘରେ ଟଙ୍କା ଦେଇ ଆସୁଥିଲେ । ଗତ ଚାରି ଦିନ ପୂର୍ବରୁ ମହିଳା ତାଙ୍କ ବାପଘରକୁ ଫୋନ କରି ନିଜ ସମସ୍ୟା ସମ୍ପର୍କରେ ଜଣାଇଥିଲେ । ଯାହାପରେ ଶନିବାର ମହିଳାଙ୍କ କାକା ଓ ସାନଭାଇ ଝିଅର ଶାଶୁଘରକୁ ଯାଇ ତାଙ୍କୁ ବୁଝାସୁଝା କରି ଫେରିଥିଲେ । ମାତ୍ର ରାତି ପ୍ରାୟ ସାଢେ ଦଶଟା ସମୟରେ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ଘଟିଥିବା କଥା ମହିଳାଙ୍କ ଶାଶୁଘର ଲୋକେ ତାଙ୍କ ବାପଘରକୁ ଜଣାଇଥିଲେ । ଘଟଣା ଜାଣିବା ପରେ ପ୍ରିୟଦର୍ଶିନୀଙ୍କ ପରିବାର ଲୋକେ ଉଦିତ ନଗର ଥାନାରେ ଅଭିଯୋଗ କରିଥିଲେ ।

ଏହାପରେ ଉଦିତ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାରେ ମହିଳାଙ୍କ ସ୍ବାମୀଙ୍କୁ ଅଟକ ରଖାଯାଇଥିବାବେଳେ ତାଙ୍କ ପରିବାର ଲୋକେ ତାଙ୍କ 14 ମାସର ଶିଶୁପୁତ୍ରକୁ ଧରି ଫେରାର ହୋଇଯାଇଛନ୍ତି । ପୋଲିସ ସାଇଣ୍ଟିଫିକ ଟିମ ଦ୍ବାରା ପ୍ରମାଣ ସଂଗ୍ରହ କରୁଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସମ୍ପୂର୍ଣ୍ଣ ଘଟଣାରୁ ପରଦା ଉଠିବ ବୋଲି ପୋଲିସ ସୂଚନା ଦେଇଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.