ETV Bharat / state

ରାଉରକେଲାରେ "ମୁଁ ବି ହେବି ନବୀନ ଓଡ଼ିଶାର ସାରଥୀ' କାର୍ଯ୍ୟକ୍ରମ ଅନୁଷ୍ଠିତ - ରାଉରକେଲାରେ ନବୀନ ଓଡ଼ିଶାର ସାରଥୀ କାର୍ଯ୍ୟକ୍ରମ

ରାଉରକେଲାରେ 'ମୁଁ ବି ହେବି ନବୀନ ଓଡ଼ିଶାର ସାରଥି' କାର୍ଯ୍ୟକ୍ରମ ଅନୁଷ୍ଠିତ । ଏହି କାର୍ଯ୍ୟକ୍ରମକୁ ଯୁବ ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ପରାମର୍ଶ । ଅଧିକ ପଢନ୍ତୁ

ମୁଁ ବି ହେବି ନବୀନ ଓଡ଼ିଶାର ସାରଥୀ
ମୁଁ ବି ହେବି ନବୀନ ଓଡ଼ିଶାର ସାରଥୀ
author img

By ETV Bharat Odisha Team

Published : Dec 7, 2023, 11:27 AM IST

ମୁଁ ବି ହେବି ନବୀନ ଓଡ଼ିଶାର ସାରଥୀ

ରାଉରକେଲା: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏନେଇ ରାଜନୈତିକ ଦଳମାନଙ୍କ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଦଳକୁ ମଜଭୁତ କରିବାକୁ ଭିନ୍ନ ଭନ୍ନ କାର୍ଯ୍ୟପନ୍ଥା ଆପଣାଉଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ । ବିଜେପି ଓ କଂଗ୍ରେସ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଶାସକ ଦଳକୁ ଟାର୍ଗେଟ କରୁଥିବା ବେଳେ ବିଜେଡି କିନ୍ତୁ ବିକାଶମୂଳକ କାର୍ଯ୍ୟ ଆରମ୍ଭ କରି ଜନପ୍ରିୟ ହେବା ସହ ଦଳକୁ ସଶକ୍ତ କରିବାରେ ଲାଗିପଡ଼ିଛି । ଦଳ ଶିକ୍ଷା ଓ କ୍ରୀଡ଼ାକୁ ପ୍ରାଧାନ୍ୟ ଦେଇ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି । ଏନେଇ ରାଉରକେଲାରେ 'ମୁଁ ବି ହେବି ନବୀନ ଓଡିଶାର ସାରଥି' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ କୁମାର ନାୟକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ତେବେ ଯୁବକମାନଙ୍କ ହାତରେ ଦେଶର ଭବିଷ୍ୟତ ଏବଂ ଆଗାମୀ ଉଜ୍ଜ୍ୱଳ ପିଢ଼ି ଏହି ଯୁବକଙ୍କ ହାତରେ ନ୍ୟସ୍ତ ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଯେଉଁଭଳି ଭାବେ ଓଡ଼ିଶା ଆଗେଇ ଚାଲିଛି ସେନେଇ ଆଲୋଚନା ହୋଇଥିଲା । ଜିଲ୍ଲାର ଯୁବଗୋଷ୍ଠୀମାନଙ୍କୁ ସୋସିଆଲ ମିଡ଼ିଆରେ ବିଜୁ ଜନତା ଦଳର ଜନହିତକାରୀ କାର୍ଯ୍ୟ ପ୍ରସାର ପ୍ରଚାର କରିବା ସହ ବିକାଶ ପାଇଁ ଦଳ କଣ ସବୁ ପଦକ୍ଷେପ ଗ୍ରହଣ କରୁଛି ତାହା ଜନସାଧାରଣ ମାନଙ୍କୁ ଜଣାଇବା ପାଇଁ କାର୍ଯ୍ୟକ୍ରମରେ ପରାମର୍ଶ ଦିଆଯାଇଥିଲା ।

ଏହା ସହିତ ବିଜୁ ଜନତା ଦଳ ଶିକ୍ଷା ଓ କ୍ରୀଡ଼ା ପ୍ରତି ନେଉଥିବା ପଦକ୍ଷେପ ସବୁ ଜନତାଙ୍କ ପାଖକୁ ପହଞ୍ଚାଇ ଦଳ ସହିତ ଲୋକଙ୍କୁ ଏବଂ ଯୁବ ସମାଜକୁ ଯୋଡ଼ିବା ପାଇଁ ଆହ୍ବାନ ଦିଆଯାଇଥିଲା । ଆସନ୍ତା ୨୦୨୪ରେ ପୁନର୍ବାର ବିଜୁ ଜନତା ଦଳକୁ ବିଜୟ କରି ନବୀନ ପଟ୍ଟନାୟକଙ୍କୁ ଆଉଥରେ ମୁଖ୍ୟମନ୍ତ୍ରୀ କରି ଓଡ଼ିଶାର ବିକାଶକୁ ଆଗେଇ ନେବା ପାଇଁ ସହଯୋଗ କରିବାକୁ ଆହ୍ବାନ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ- ବିଜେଡି ଟାର୍ଗେଟରେ ଯୁବ ଭୋଟର୍ସ, ସୋସିଆଲ ମିଡିଆରେ ବିକାଶମୂଳକ କାର୍ଯ୍ୟର ପ୍ରଚାର କରିବାକୁ ପରାମର୍ଶ

ଏନେଇ ରାଉରକେଲା ବିଧାୟକ ତଥା ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଏହି ଅବସରରେ ଯୁବ ସମାଜକୁ ଉତ୍ସାହିତ କରି କହିଛନ୍ତି ଯେ,'ରାଉରକେଲା ଆଜି ବିଶ୍ଵ ପରିଚିତ ସହର ହେବାର ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ ଯାଉଛି । ଯୁବକମାନେ ଦେଶର ଭବିଷ୍ୟତ, ନିଷ୍ଠାର ସହକାରେ କାର୍ଯ୍ୟକ୍ରମ ଜାରି ରଖିଲେ ଓଡ଼ିଶାର ଏବଂ ଦେଶର ଭବିଷ୍ୟତ ଉଜ୍ଜ୍ବଳମୟ ହୋଇପାରିବ ।' ତେବେ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧକ୍ଷା କୁନ୍ତି ପ୍ରଧାନ, ଉପାଧ୍ୟକ୍ଷ କମଲ ଲାକ୍ରା, ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ଦୃତି ମାର୍ଥା, ବରିଷ୍ଠ ନେତା ଜିଲ୍ଲା ସଭାପତି ହାଲୁ ମୁଣ୍ଡାରୀ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି କାର୍ଯ୍ୟକ୍ରମରେ ବହୁ ନୂତନ ଯୁବକ ଏବଂ କଲେଜ ଛାତ୍ରଛାତ୍ରୀ ଆସି ମଧ୍ୟ ଯୋଗ ଦେଇଥିଲେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.