ETV Bharat / state

କାଉନସେଲିଂ ପରେ ଘରକୁ ଫେରିଲେ ସୁନ୍ଦରଗଡ଼ରୁ ଉଦ୍ଧାର ହୋଇଥିବା ପୀଡ଼ିତା - ଦୁଇ ଉଲଗ୍ନ ମହିଳା ଉଦ୍ଧାର ଘଟଣା

ସୁନ୍ଦରଗଡ଼ରୁ ଦୁଇ ଉଲଗ୍ନ ମହିଳା ଉଦ୍ଧାର ଘଟଣା । କାଲି ଉଭୟଙ୍କୁ ଖୋଜି ଖୋଜି ସମ୍ପର୍କୀୟ ସୁନ୍ଦରଗଡ଼ରେ ପହଞ୍ଚିବା ପରେ ଆଜି ସେମାନେ ନିଜ ରାଜ୍ୟ ଛତିଶଗଡ଼କୁ ଫେରିଛନ୍ତି । ଅଧିକ ପଢ଼ନ୍ତୁ

naked women rescue
naked women rescue
author img

By ETV Bharat Odisha Team

Published : Oct 10, 2023, 4:27 PM IST

ଫେରିଲେ ସୁନ୍ଦରଗଡ଼ରୁ ଉଦ୍ଧାର ହୋଇଥିବା ପୀଡ଼ିତା

ରାଉରକେଲା: ସୁନ୍ଦରଗଡ଼ରୁ ଦୁଇ ଉଲଗ୍ନ ମହିଳା ଉଦ୍ଧାର ଘଟଣା । ଆଜି ଏହି ଦୁଇ ମହିଳା ଘରକୁ ଫେରିଛନ୍ତି । କାଉନସେଲିଂ ପରେ ଛତିଶଗଡ଼ରୁ ଆସିଥିବା ଭଉଣୀ ଏବଂ ସାନ ଝିଅ ସହ ଉଭୟ ଘରକୁ ଫେରିଥିବା ଜଣାପଡ଼ିଛି । ଏହି ଘଟଣାର ତଦନ୍ତ ଭାର ଛତିଶଗଡ଼ ପୋଲିସ ନିଜ ହାତକୁ ନେଇଛି । ସେଠାରେ ଛତିଶଗଡ଼ ପୋଲିସ ମୂଳରୁ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିବ ବୋଲି ଜଣାପଡ଼ିଛି ।

ଗତ ଶୁକ୍ରବାର ଦିନ ସୁନ୍ଦରଗଡ଼ରେ ଘଟିଥିଲା ଏହି ଅଭାବନୀୟ ଘଟଣା । ଦୁଇ ମହିଳା ନିର୍ବସ୍ତ୍ର ହୋଇ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଥିଲା । ପରବର୍ତ୍ତୀ ସମୟରେ ଦୁଇ ମହିଳା ସମ୍ପର୍କରେ ମା’ ଓ ଝିଅ ବୋଲି ଜଣାପଡିଥିଲା । ତେବେ ବିଭିନ୍ନ ଦିଗକୁ ନେଇ ଏହି ଘଟଣାରେ ଚର୍ଚ୍ଚା ଜୋର ଧରିଥିଲା । କାଉନସେଲିଂ ସମୟରେ ଉଭୟଙ୍କ ସହ ଦିଅର ମିଥୁନ ଜୋର ଜବରଦସ୍ତ ତାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ପୋଲିସକୁ ସେମାନେ କହିଥିଲେ । ତେବେ ଏହି କଥା ସାରା ରାଜ୍ୟରେ ଚହଳ ପକାଇ ଦେଇଥିଲା ।

ଏହା ବି ପଢନ୍ତୁ- ନିର୍ବସ୍ତ୍ର ମହିଳା ଉଦ୍ଧାର ଘଟଣା, ସୁନ୍ଦରଗଡ଼ରେ ପହଞ୍ଚିଲେ ମହିଳାଙ୍କ ଭଉଣୀ ଓ ଝିଅ

ଏହାପରେ ଗତକାଲି ମହିଳାଙ୍କ ଭଉଣୀ ଓ ସାନଝିଅ ଆସି ସୁନ୍ଦରଗଡ଼ରେ ପହଞ୍ଚିଥିଲେ ଏବଂ ତାଙ୍କ ସ୍ବାମୀ ମୃତ୍ୟୁ ହେବାପରେ ମହିଳା ଜଣକ ନିଜର ମାନସିକ ସ୍ଥିତି ହରାଇ ବସିଥିବା କଥା କହିଥିଲେ । ଏହାସହ ଦୁଷ୍କର୍ମ ଘଟଣା ସମ୍ପର୍କରେ କିଛି ଜାଣିନଥିବା କହିଥିଲେ । ଏହାପରେ ସେମାନେ ଆଜି ଉଭୟ ମହିଳାଙ୍କୁ ସାଥୀର ନେଇ ଛତିଶଗଡ଼ ଫେରିଛନ୍ତି । ଛତିଶଗଡ଼ରୁ ଆସିଥିବା ମହିଳାଙ୍କ ଝିଅ ଓ ଯାଆଙ୍କ ସହ ଆଜି ସକା‌ଳେ ଫେରିଛନ୍ତି ଦୁଇ ମହିଳା । ଟାଉନ ଥାନା ପୋଲିସ ପରିବାରକୁ ଉଦ୍ଧାର ହୋଇଥିବା ମା’ ଓ ଝିଅଙ୍କୁ ହସ୍ତାନ୍ତର କରିବା ପରେ ଛତିଶଗଡ଼ରେ ଥିବା ସେମାନଙ୍କ ଗାଁରେ ପହଞ୍ଚାଇଥିବା ଜଣାଯାଇଛି ।

ଏହା ବି ପଢନ୍ତୁ- ପୀଡ଼ିତା ବଖାଣିଲେ ହୃଦୟ ବିଦାରକ କାହାଣୀ, ଦିଅର କରୁଥିଲା ବାରମ୍ବାର ଦୁଷ୍କର୍ମ !

ଉଦ୍ଧାର ମା’ ଝିଅଙ୍କ ଗତକାଲି ଠିକଣା ମିଳିଥିଲା । ଉଭୟଙ୍କ ଘର ଛତିଶଗଡ଼ର ତୁମୁଲା ଥାନା ଖାରିବହାଲ ଗାଁରେ ବୋଲି ଜଣାପଡ଼ିଥିଲା । ସୁନ୍ଦରଗଡ଼ ଟାଉନ ଥାନାରେ ମହିଳାଙ୍କ ଭଉଣୀ ଓ ସାନ ଝିଅଙ୍କ ବୟାନ ରେକର୍ଡ କରାଯାଇଥିଲା । ଏଣେ ପୀଡ଼ିତା ମହିଳାଙ୍କ ସ୍ବାମୀଙ୍କର ମୃତ୍ୟୁ ଘଟିବା ପରେ ସେ ୮ ବର୍ଷ ହେବ ସେ ମାନସିକ ବିକୃତ ହୋଇଯାଇଥିବା ପରିବାର ଲୋକେ କହିଛନ୍ତି । ୪ ଦିନ ହେବ ସେ ଘର ଛାଡ଼ି ଚାଲି ଆସିଥିବା ସେମାନେ ତାଙ୍କୁ ଖୋଜାଖୋଜି କରୁଥିବା କଥା ମଧ୍ୟ କହିଥିଲେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.