ETV Bharat / state

କାର୍ ଭିତରୁ ଦେଶୀ ମହୁଲି ଜବତ, ଜଣେ ଗିରଫ

author img

By

Published : Jan 1, 2023, 6:47 PM IST

କାରରେ ଚାଲାଣ ହେଉଥିଲା ବିପୁଳ ପରିମାଣର ଦେଶୀ ମହୁଲି । ମାଡ଼ି ବସିଲା ଅବକାରୀ ବିଭାଗ। ଅଧିକ ପଢ଼ନ୍ତୁ

desi liquor seized
ଦେଶୀ ମହୁଲି ଜବତ
ଦେଶୀ ମହୁଲି ଜବତ

ରାଉରକେଲା : ରାଉରକେଲା ସହର ବେଦବ୍ୟାସ ଛକ ନିକଟରେ ଅବକାରୀ ବିଭାଗ ଚଢ଼ଉ କରି ଏକ କାର୍ ଭିତରୁ ବିପୁଳ ପରିମାଣର ଦେଶୀ ମହୁଲି ଜବତ କରିଛି । ପାଖାପାଖି 600 ଲିଟର ମହୁଲି ଜବତ ହୋଇଛି। ତେବେ ଏହି ମାମଲାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ । ଅଭିଯୁକ୍ତ ଜଣକ ଏହି କାର୍ ସାହାଯ୍ୟରେ କୁଆଁରମୁଣ୍ଡା ଅଞ୍ଚଳର ଅଙ୍କୁରପାଲି ଠାରୁ ରାଉରକେଲା ମାଲଗୋଦାମକୁ ବିପୁଳ ପରିମାଣର ଦେଶୀ ମହୁଲି ମଦ ଚାଲାଣ କରୁଥିଲା । ଏହା ଜଣାପଡ଼ିବା ପରେ ମାଡ଼ି ବସିଥିଲା ଅବକାରୀ ବିଭାଗ।

ସୂଚନାନୁସାରେ ଆଜି ନୂଆବର୍ଷ ସମୟରେ ରାଉରକେଲା ସହର ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ମଦ କାରବାର ରୋକିବା ପାଇଁ ରାଉରକେଲା ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିଲା। ତେବେ ଏହି ପାଟ୍ରୋଲିଂ କରୁଥିବା ସମୟରେ ଏକ କାରରେ ବେଆଇନ ଦେଶୀ ମହୁଲି ମଦ ଚାଲାଣ ହେଉଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିଲା ।

ଏହାପରେ ବେଦବ୍ୟାସ ଛକ ନିକଟରେ ଅବକାରୀ ବିଭାଗ ପ୍ରତ୍ୟେକ ଗାଡ଼ିକୁ ଅଟକାଇ ଚେକିଂ କରୁଥିଲା। ସେହି ସମୟରେ ଏହି କାର ଭିତରୁ ବିପୁଳ ପରିମାଣର ଦେଶୀ ମହୁଲି ଜବତ କରାଯାଇଥିଲା। ବେଆଇନ ଭାବେ ଚାଲାଣ ହେଉଥିବା ଦେଶୀ ମହୁଲି ରାଉରକେଲା ମାଲଗୋଦାମକୁ ସପ୍ଲାଏ କରାଯାଉଥିଲା ।

ନୂଆବର୍ଷ ଚାଲିଥିବାରୁ ଏବେ ଲଗାତାର ଭାବରେ ଅବକାରୀ ବିଭାଗ ପେଟ୍ରୋଲିଂ କରୁଛି। ତେବେ ରାଉରକେଲା ସହରରେ କେଉଁ କେଉଁ ଅଞ୍ଚଳରେ ଏଭଳି ବେଆଇନ ମଦ ବେପାର ହେଉଛି ତାହା ନେଇ ତଦନ୍ତ କରୁଛି ରାଉରକେଲା ଅବକାରୀ ବିଭାଗ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.