ETV Bharat / state

ଫାଙ୍କା ଗୁଳି ଚଳାଇ ପେଟ୍ରୋଲ ପମ୍ପରୁ ଲୁଟିନେଲେ 2 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା - ପେଟ୍ରୋଲ ପମ୍ପରୁ ଚୋରୀ

ପେଟ୍ରୋଲ ପମ୍ପରୁ ଚୋରି ( Petrol Pump Robbery) । 2 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ଅଭିଯୁକ୍ତ ଫେରାର । ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲାରେ । ଅଧିକ ପଢନ୍ତୁ

ପେଟ୍ରୋଲ ପମ୍ପରୁ 2 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଚୋରୀ, ପୋଲିସ ଛାନଭିନ୍

author img

By

Published : Dec 5, 2021, 8:17 AM IST

ସୁନ୍ଦରଗଡ: ପେଟ୍ରୋଲ ପମ୍ପରୁ ଚୋରି ( Petrol Pump Robbery) । 2 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ଅଭିଯୁକ୍ତ ଫେରାର । ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲାରେ । ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ୪ ଜଣ ଦୁର୍ବୃତ୍ତ ମୁହଁରେ କପଡା ବାନ୍ଧି ଏକ ପିସ୍ତଲରୁ ଫାଙ୍କା ଗୁଳି ଚାଳନା କରିଥିଲେ । ଏହାପରେ ମିଞ୍ଜ ପେଟ୍ରୋଲ ପମ୍ପ କାଉଣ୍ଟର ମଧ୍ୟକୁ ପିଶି ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କ କାନରେ ପିସ୍ତଲ ଲଗାଇ 2 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଧରି ଫେରାର ହୋଇଯାଇଥିଲେ ।

ପେଟ୍ରୋଲ ପମ୍ପରୁ 2 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଚୋରୀ, ପୋଲିସ ଛାନଭିନ୍

ଏନେଇ ଗତକାଲି ପେଟ୍ରୋଲ ପମ୍ପ ମାଲିକ ଟାଉନ ଥାନା(town police)ରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଳିଖିତ ଟାଉନ ପୋଲିସ ସାଇଣ୍ଟିଫିକ ଟିମ ସହ ତଦନ୍ତ ଆରମ୍ଭ କରିଛି । ତେବେ ତଦନ୍ତ ସମୟରେ କାଉଣ୍ଟର ନିକଟରୁ ଏକ ଫୁଟା ଗୁଳିକୁ ଜବତ କରିଛି ପୋଲିସ । ଏଥି ସହ ରାସ୍ତା କଡରେ ଥିବା କିଛି ସିସିଟିଭି ଫୁଟେଜକୁ ଜାଞ୍ଚ କରିଛି ପୋଲିସ । ତେବେ ପେଟ୍ରୋଲ ପମ୍ପ ସିସିଟିଭିରେ କେତେକ ଦୁର୍ବୃତ୍ତଙ୍କ ଫଟୋ କଏଦ ହୋଇଥିବା ବେଳେ ଏହାକୁ ତଦନ୍ତ ଜାରି ରଖିଛି ଟାଉନ ପୋଲିସ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.