ରାଉରକେଲା: ଷ୍ଟିଲ୍ ସିଟି ରାଉରକେଲାରେ ଉଦଘାଟିତ ହୋଇଛି ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ । ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ସହରର ସେକ୍ଟର ୧୯ରେ ଏହି ପ୍ରଦର୍ଶନୀ ଆୟୋଜତି ହୋଇଯାଇଛି । ଏହାର ଉଦଘାଟନ ପାନ ପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ଏବଂ ଆରଏସପି ସିଜିଏମ ପ୍ରତାପ କୁମାର ସ୍ବାଇଂ କରିଥିଲେ । ଉଦଘାଟନ ପରେ ଚିତ୍ରକଳା ପ୍ରଦର୍ଶନୀ ବୁଲି ଦେଖିଥିଲେ ଏବଂ ଶିଳ୍ପୀମାନଙ୍କ ଚିତ୍ରକଳା ର ପ୍ରଶଂସା କରିଥିଲେ ।
ତେବେ ଏହି ପ୍ରଦର୍ଶନୀ ରାଉରକେଲା ସହର ସମେତ ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରଦର୍ଶନ କରାଯିବ । ତେବେ ଖୁବ ସୁନ୍ଦର ସୁନ୍ଦର ଆକର୍ଷଣୀୟ ଉଚ୍ଚକୋଟିର ଚିତ୍ର ତଥା ରାଜ୍ୟର ବଡ଼ ଚିତ୍ରକାରମାନଙ୍କ ଚିତ୍ର ଏଥିରେ ସ୍ଥାନ ପାଇଛି । ରାଜ୍ୟରେ ଚିତ୍ରକଳାର ବହୁଳ ପ୍ରଚାରପ୍ରସାର ଏବଂ ଯୁବ ଓ ବୟସ୍କମାନଙ୍କ ମଧ୍ୟରେ ଚିତ୍ରକାରିତା ଉପରେ ଇଛା ଏବଂ ଆଗ୍ରହ ପାଇଁ ଏହା ଆୟୋଜନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ- କେନ୍ଦୁଝରରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ
ଏହା ମଧ୍ୟ ପଢନ୍ତୁ - ରିଞ୍ଜିତାଲରେ 'ଇଡିତାଲ ଚିତ୍ରକଳା' ପ୍ରଦର୍ଶନୀ, ଜିଆଇ ମାନ୍ୟତାକୁ ଅପେକ୍ଷା
ତେବେ ଓଡ଼ିଶାର ସଂକୃତି ଏବଂ ଲୋକ କଥା ସହ ରାଜ୍ୟର ଅନ୍ୟାନ୍ୟ ଐତିହାସିକ ଘଟଣାର ଚିତ୍ର ଏଠାରେ ସ୍ଥାନ ପାଇଥିଲା । ବିଭିନ୍ନ ପ୍ରତିଷ୍ଠିତ କଳାକାରମାନଙ୍କ ଜୀବନ୍ତ ଚିତ୍ରକାରକୁ ଦେଖିବା ଲାଗି ଏଠାରେ ଭିଡ଼ ମଧ୍ୟ ଜମିଛି । ଲୋକଙ୍କ ମଧ୍ୟରେ ଆକର୍ଷଣ ନିମନ୍ତେ ଲଳିତକଳା ଏକାଡେମୀ ଦ୍ବାରା ସଂଗୃହୀତ ବହୁ ବରିଷ୍ଠ ଓ ଯୁବ ଶିଳ୍ପୀଙ୍କ ଚିତ୍ରକଳାଗୁଡିକୁ ନେଇ ରାଉରକେଲାଠାରେ ଭ୍ରାମ୍ୟମାଣ ପ୍ରଦର୍ଶନୀର ଶୁଭାରମ୍ଭ ହୋଇଛି । ଏହି ପ୍ରଦର୍ଶନୀ ଦ୍ବାରା ରାଜ୍ୟରେ ଥିବା କୋଣ ଅନୁକୋଣର ପ୍ରତିଷ୍ଠିତ ଶିଳ୍ପୀମାନଙ୍କର ଚିତ୍ରକଳା ଜନସାଧାରଣ, କଳାପ୍ରେମୀ, ଛାତ୍ରଛାତ୍ରୀ ଦେଖିବାର ସୁଯୋଗ ପାଇପାରିବେ । ପ୍ରତ୍ୟେକ ଜିଲ୍ଲାରେ କଳାର ପ୍ରଚାର ପ୍ରସାର ହୋଇ ପାରିବ । ଏହି ପ୍ରଦର୍ଶନୀ ରାଉରକେଲାର ଚିତ୍ରଶିଳ୍ପୀ ଗୋକୁଳାନନ୍ଦ ଦାଶ, ଦେବେନ୍ଦ୍ର ମହାରଣା ଓ ଅନିରୁଦ୍ଧ ସାହୁଙ୍କ ସମେତ ରାଜ୍ୟର ଅନ୍ୟ ଜିଲ୍ଲାର ଚିତ୍ର ଶିଳ୍ପୀମାନଙ୍କର ମୋଟ ୪୦ଟି ଚିତ୍ରକଳାର ପ୍ରଦର୍ଶନ କରାଯାଇଛି ।
ଇଟିଭି ଭାରତ, ରାଉରକେଲା