ETV Bharat / state

ଟଙ୍କା ଲୋଭରେ ଶିଶୁକୁ ଅପହରଣ, ୩ ଗିରଫ - ମେଣ୍ଢାମାରୁଣି ଜଙ୍ଗଲ

ଟଙ୍କା ଲୋଭରେ ଶିଶୁପୁତ୍ରକୁ ଅପହରଣ ଅଭିଯୋଗରେ ୩ଜଣଙ୍କୁ ଗିରଫ କଲା ପୋଲିସ । ମେଣ୍ଢାମାରୁଣି ଜଙ୍ଗଲରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଶିଶୁ ଉଦ୍ଧାର । ଅଧିକ ପଢନ୍ତୁ

missing boy rescued by police
missing boy rescued by police
author img

By

Published : Jan 17, 2023, 1:47 PM IST

missing boy rescued by police

ରାଉରକେଲା: ସୁନ୍ଦରଗଡର ଲାଲହାଟିଙ୍ଗ ବସ୍ତିରୁ ଛଅ ବର୍ଷର ଶିଶୁକୁ ଅପହରଣ କରିବା ଘଟଣା । ଟଙ୍କା ଲୋଭରେ ଶିଶୁପୁତ୍ରକୁ ଅପହରଣ କରାଯାଇଥିବା ସୂଚନା ମିଳିଛି । ପୋଲିସର ତଦନ୍ତ ପରେ ଶିଶୁ ପୁତ୍ରଟିକୁ ଉପଖଣ୍ଡ କୋଇଡା ଥାନା ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ବେଳେ ତିନି ଯୁବକଙ୍କୁ ଗିରଫ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଲାଲହାଟିଂ ବସ୍ତିରୁ ରବିବାର ଜଣେ ୬ ବର୍ଷର ଶିଶୁକୁ ଅପହରଣ କରାଯାଇଥିଲା । ପିଲାଟି ଘର ବାହାରେ ଖେଳୁଥିବା ବେଳେ ଅଭିଯୁକ୍ତମାନେ ଆସି ତାକୁ ଚକୋଲେଟ୍ ଦେବାର ଲୋଭ ଦେଖାଇ ବାଇକ୍‌ରେ ବସାଇ ନେଇ ଯାଇଥିଲେ। ଏହାପରେ ପରିବାର ଲୋକେ ଶିଶୁଟିକୁ ଖୋଜାଖୋଜି କରିଥିଲେ । କିନ୍ତୁ ଶିଶୁକୁ ନପାଇ ନିରାଶ ହୋଇଥିଲେ ।

ତେବେ ସେହିଦିନ ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ଶିଶୁଟିର ପରିବାର ଲୋକଙ୍କୁ ଫୋନ୍ କରି ଦୁଇ ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେଲେ ଶିଶୁଟିକୁ ଜୀବନରୁ ମାରି ଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ଏନେଇ ପରିବାର ଲୋକେ କୋଇଡା ଥାନାରେ ଅଭିଯୋଗ କରିଥିଲେ। । ପୋଲିସ ଫୋନ୍ କଲ୍ ଟ୍ରାକ କରି ମେଣ୍ଢାମାରୁଣି ଜଙ୍ଗଲରୁ ଶିଶୁଟିକୁ ଗତକାଲି(ସୋମବାର) ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର କରିଥିଲା । ଏହାସହ ଅପହରଣ କରିଥିବା ୩ ଜଣ ଯୁବକଙ୍କୁ ଗିରଫ କରିଥିଲା । ଅପହରଣରେ ବ୍ୟବହୃତ ବାଇକ୍‌କୁ ମଧ୍ୟ ପୋଲିସ ଜବତ କରିଛି । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-କଟକରେ ମାଆ-ପୁଅଙ୍କ ମୃତ୍ୟୁ ଘଟଣା: ମୃତ ମହିଳାଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆ ଗିରଫ

ଗିରଫ ତିନି ଅଭିଯୁକ୍ତ କୋଇଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି । କିନ୍ତୁ ସେମାନଙ୍କ ପରିଚୟ ବର୍ତ୍ତମାନ ସାମ୍ନାକୁ ଆସିନାହିଁ । ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିଛି । ଟଙ୍କା ଲୋଭରେ ଶିଶୁଟିକୁ ଯୁବକମାନେ ଅପହରଣ କରିଥିବା ଜଣାପଡିଛି । ତେବେ ଏହି ଘଟଣା ଏବେ କୋଇଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଶିଶୁଟିର ପରିବାର ସଦସ୍ୟ ଗଣମାଧ୍ୟମ ସମ୍ମୁଖରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.