ETV Bharat / state

ମାନସିକ ଅସୁସ୍ଥ ନାବାଳିକାଙ୍କୁ ଦୁଷ୍କର୍ମ, ୮ ମାସର ଗର୍ଭବତୀ ପରେ ଥାନାରେ ଅଭିଯୋଗ

author img

By

Published : Feb 4, 2023, 12:29 PM IST

ରାଉରକେଲାରେ ଲଜ୍ଜା । ମାନସିକ ଅସୁସ୍ଥ ନାବାଳିକାଙ୍କୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ । ଅଧିକ ପଢନ୍ତୁ

minor girl pregnant after rape in Rourkela

ରାଉରକେଲା: ନାବାଳିକାଙ୍କୁ ଦୁଷ୍କର୍ମ । ମାନସିକ ଅସୁସ୍ଥ ଥିବା ନାବାଳିକାକୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି ଇସ୍ପାତ ନଗରୀରୁ । ଶେଷରେ ନାବାଳିକା ଜଣଙ୍କ 8 ମାସର ଗର୍ଭବତୀ ଥିବା ଜଣାପଡିଛି । ଏଭଳି ଲଜ୍ଜା ଜନକ ଘଟଣା ଘଟିଛି ରାଉରକେଲା ସହରର ଉଦିତନଗର ଥାନା ଅଞ୍ଚଳରେ । ଏନେଇ ଥାନାରେ ଅଭିଯୋଗ ପରେ ନାବାଳିକାକୁ ଦୁଷ୍କର୍ମ କରିଥିବା ଦୁର୍ବୃତ୍ତ ଜଣଙ୍କୁ ପୋଲିସ ଖୋଜୁଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ପୀଡିତା ଜଣଙ୍କ ନିଜ ପରିବାର ଉଦିତନଗର ଥାନା ଅଞ୍ଚଳର ଏକ ବସ୍ତିରେ ରୁହନ୍ତି । ସେ ପିଲା ବେଳୁ ମାନସିକ ଅସୁସ୍ଥ । ଏହାର ଫାଇଦା ଉଠାଇ କେହି ଦୁର୍ବୃତ୍ତ ନାବାଳିକା ସହ ଦୁଷ୍କର୍ମ କରିଛି । ଯାହା ଫଳରେ ନାବାଳିକା ଝିଅଟି ବର୍ତ୍ତମାନ ଆଠ ମାସର ଗର୍ଭବତୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ତେବେ ନାବାଳିକା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ ମଧ୍ୟ ସେ ନିଜେ ଜାଣିବାକୁ ମଧ୍ୟ ଅସମର୍ଥ । କିନ୍ତୁ କିଛିଦିନ ପୂର୍ବେ ପୀଡିତା ଜଣଙ୍କ ଅସୁସ୍ଥ ହୋଇପଡିବାରୁ ତାଙ୍କ ମାଆ ତାଙ୍କୁ ସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ । ସେଠାରେ ନାବାଳିକା ଝିଅ ଗର୍ଭବତୀ ଥିବା ଡାକ୍ତର ସୂଚନା ଦେଇଥିଲେ ।

ଏହା ଶୁଣିବା ପରେ ପୀଡିତାଙ୍କ ମାଆ ଚାଇଲ୍ଡ ଲାଇନ ସହ ଯୋଗାଯୋଗ କରିବା ପରେ ମାନସିକ ଅସୁସ୍ଥ ଥିବା ନାବାଳିକା ଝିଅ ସହ ଦୁଷ୍କର୍ମ ହୋଇଥିବା ନେଇ ରାଉରକେଲା ଉଦିତନଗର ଥାନାରେ ଅଭିଯୋଗ କରିଥିଲେ । ତେବେ ଝିଅ ମାନସିକ ଅସୁସ୍ଥ ଥିବାରୁ ଦୁଷ୍କର୍ମ ଘଟଣା ସମ୍ପର୍କରେ କିଛି କହିବାକୁ ଅସମର୍ଥ । ତେବେ କିଏ ଏହି ନାବାଳିକାଙ୍କୁ ଦୁଷ୍କର୍ମ କଲା ସେନେଇ ତଦନ୍ତ କରୁଛି ପୋଲିସ ।

କେବେ ନାବାଳିକା ଜଣଙ୍କ କେବେ ଦୁଷ୍କର୍ମର ଶିକାର ହୋଇଥିଲେ ସେନେଇ ମଧ୍ୟ କିଛି ସୂଚନା ହସ୍ତଗତ ହୋଇନାହିଁ । ଏଭଳି ଲଜ୍ଜାଜନକ ଘଟଣା ରାଉରକେଲା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ ରାଉରକେଲା ଉଦିତନଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଚାଇଲ୍ଡ ଲାଇନ ସାହାଯ୍ୟ ନେଇ ପୋଲିସ ଦୁର୍ବୃତ୍ତକୁ ଖୋଜା ଖୋଜି ଜାରି ରଖିଛି ।

ଗତ କିଛିଦିନ ତଳେ ରାଉରକେଲା ଗୋପବନ୍ଧୁ ପାଲ୍ଲୀ ଅଞ୍ଚଳରେ ରହୁଥିବା ଜଣେ ନାବାଳିକା ଝିଅକୁ ଜଣେ ଯୁବକ ପ୍ରେମ ଜାଲରେ ଫସାଇଥିଲା । ଯୁବକ ଜଣକ ନିଜର ପରିଚୟ ଲୁଚାଇ ନିଜକୁ ବୋଲି କହି ନାବାଳିକାଙ୍କୁ ପ୍ରେମ କରି ବସିଥିଲା । ଶେଷରେ ନାବାଳିକା ଜଣଙ୍କୁ ପୂଜା କରିବା ବାହାନାରେ ଘରକୁ ଡାକି ଦୁଷ୍କର୍ମ କରିଥିଲା । ଏହାପରେ ନାବାଳିକା ଜଣଙ୍କ ଗର୍ଭବତୀ ହେବା ପରେ ଯୁବକ ଜଣଙ୍କ ବିବାହ କରିବାକୁ ମନା କରିଦେଇଥିଲେ । ସେ 6 ମାସର ଗର୍ଭବତୀ ହେବାପରେ ପରିବାର ଲୋକ ଯୁବକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.