ETV Bharat / state

କ୍ଷତିପୂରଣ, ଥଇଥାନ ଓ ନିଯୁକ୍ତ ଦାବି : ଆନ୍ଦୋଳନକୁ ଓହ୍ଲାଇଲେ MCL ବିସ୍ଥାପିତ

author img

By

Published : Jul 18, 2023, 7:19 AM IST

MCL ବିସ୍ଥାପିତମାନେ ଆଜି ପ୍ରତିବାଦ ଶୋଭାଯାତ୍ରା କରିଛନ୍ତି। ୧୪ ଖଣ୍ଡ ଗାଁର ଶହ ଶହ ଲୋକେ ଏକ ବିଶାଳ ରାଲିରେ ଯାଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଆନ୍ଦୋଳନକୁ ଓହ୍ଲାଇଲେ MCL ବିସ୍ଥାପିତ
ଆନ୍ଦୋଳନକୁ ଓହ୍ଲାଇଲେ MCL ବିସ୍ଥାପିତ
ଆନ୍ଦୋଳନକୁ ଓହ୍ଲାଇଲେ MCL ବିସ୍ଥାପିତ

ରାଉରକେଲା: ହେମଗିରି MCL ବିସ୍ଥାପିତଙ୍କ ବିଶାଳ ରାଲି ଦେଖିବାକୁ ମିଳିଛି । ଉପଯୁକ୍ତ କ୍ଷତିପୂରଣ, ପୁନର୍ବାସ, ଥଇଥାନ ଓ ନିଯୁକ୍ତି ଦାବିରେ ଗତ ୨ ତାରିଖରୁ ଧାରଣା ଜାରି ରଖିଥିବା MCL ବିସ୍ଥାପିତମାନେ ଆଜି ପ୍ରତିବାଦ ଶୋଭାଯାତ୍ରା କରିଛନ୍ତି । ୧୪ ଖଣ୍ଡ ଗାଁର ଶହଶହ ଲୋକେ ଏହି ବିଶାଳ ଶୋଭାଯାତ୍ରାରେ ଯାଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଭିଟାମାଟି, ଜମି ନେଇ ବିସ୍ଥାପିତଙ୍କୁ ସର୍ବହରା କରିବା ପରେ MCL ମନମାନି ଚଲାଇଥିବା ଅଭିଯୋଗ କରିଛନ୍ତି ବିସ୍ଥାପିତ ପରିବାର ।

"ଏହାକୁ ବରଦାସ୍ତ କରାଯିବ ନାହିଁ" ବୋଲି କହି ପ୍ରତିବାଦ କରିଛନ୍ତି ବିସ୍ଥାପିତ ଗ୍ରାମବାସୀ । ତେବେ ଉପଯୁକ୍ତ କ୍ଷତିପୂରଣ, ପୁନର୍ବାସ, ଥଇଥାନ ଓ ନିଯୁକ୍ତି ଦେବାରେ MCL ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି। ଏପରିକି ସୁପ୍ରିମକୋର୍ଟଙ୍କ ଆଦେଶକୁ ନମାନି ଜୋର ଜବରଦସ୍ତ ଖଣି ଖୋଳୁଥିବା ଅଭିଯୋଗ ହୋଇଛି । ଏନେଇ ୧୪ଟି ଗାଁର ବିସ୍ଥାପିତ ଗତ ୨ ତାରିଖରୁ ସରଡେଗା ସାଇଡିଂ ସହ ୪ଟି ଖଣି ବନ୍ଦ କରିଦେଇଥିବା ଦେଖିବାକୁ ମିଳିଥିଲା । ଯାହାଫଳରେ କୋଇଲା ଉତ୍ତୋଳନ ଓ ପରିବହନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା ।

ତୁମୁଲିଆ ଓ ଝୁପୁରୁଙ୍ଗା ଗାଁ ସମେତ ୧୪ ଖଣ୍ଡ ଗ୍ରାମର ବିସ୍ଥାପିତଙ୍କୁ ୯ ମାସ ମଧ୍ୟରେ କ୍ଷତିପୂରଣ ଓ ପୁନର୍ବାସ, ଥଇଥାନ ସୁବିଧା ଆଦି ପ୍ରଦାନ କରିବାକୁ ଗତ ୩ ନଭେମ୍ବର ୨୦୨୨ରେ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ । କିନ୍ତୁ ୭ ମାସ ବିତିଯିବା ପରେ ମଧ୍ୟ ଏହି ଦୁଇ ଗାଁର ହାତଗଣତି ବିସ୍ଥାପିତଙ୍କୁ କ୍ଷତିପୂରଣ ଦିଆଯାଇଛି । ଅନ୍ୟପଟେ 'ପୁନର୍ବାସ ଆଇନ-୨୦୧୩' ନୀତି ଲାଗୁ ହୋଇଥିବା ତୁମୁଲିଆ, ଝୁପୁରୁଙ୍ଗା, ରତନସରା ଓ କିରିପସରା ବିସ୍ଥାପିତଙ୍କ ପାଇଁ ଏଯାଏଁ ଥଇଥାନ ଓ ପୁନର୍ବାସ ସ୍ଥାନ ବା ଗୃହନିର୍ମାଣ ଭୂମି ଚୂଡ଼ାନ୍ତ କରାଯାଇନାହିଁ । ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ବିସ୍ଥାପିତଙ୍କୁ ୧୦ ଡିସିମିଲ ଘରଡିହ ଓ ଗୃହ ବା ଏକକାଳୀନ ସାଢ଼େ ୧୪ ଲକ୍ଷ ପ୍ରଦାନ ନେଇ କୌଣସି ପଦକ୍ଷେପ ଗ୍ରହଣ ହୋଇନାହିଁ ।

ସେହିପରି ଜଣକୁ ବି ବିସ୍ଥାପନ ପ୍ରମାଣପତ୍ର ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି । ଓଡ଼ିଶା ସରକାରଙ୍କ 'ଥଇଥାନ ଓ ପୁନର୍ବାସ ନୀତି-୨୦୦୬' ଓ 'ସଂଶୋଧିତ ନୀତି-୨୦୧୩' ଅନୁଯାୟୀ, ୧୪ଟି ଗାଁର ବିସ୍ଥାପିତ ପରିବାରର ଜଣକୁ ନିଯୁକ୍ତି ପ୍ରଦାନ ପାଇଁ ୨୦୨୨ ଅକ୍ଟୋବର ୧୬ରେ ଅନୁଷ୍ଠିତ ବୈଠକରେ MCL କର୍ତ୍ତୃପକ୍ଷ ରାଜି ହୋଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଜଣକୁ ବି ନିଯୁକ୍ତି ଦିଆଯାଇନାହିଁ । ଏ ପ୍ରସଙ୍ଗରେ ୮ ମାସ ତଳେ ଜିଲ୍ଲା ପ୍ରଶାସନ, MCL କର୍ତ୍ତୃପକ୍ଷ ଓ ବିସ୍ଥାପିତଙ୍କ ମଧ୍ୟରେ ତ୍ରିପାକ୍ଷିକ ନିଷ୍ପତ୍ତି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ..ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ କଡ଼ା ବିରୋଧ, ଆନ୍ଦୋଳନ ବେଳେ ବେହୋସ ହେଲେ ଏକାଧିକ ଛାତ୍ରୀ

ଯାହାକୁ MCL କାର୍ଯ୍ୟକାରୀ ନକରି ପକାଇ ରଖିଥିବା ଅଭିଯୋଗ କରି ବିସ୍ଥାପିତ ଆନ୍ଦୋଳନକୁ ଓହ୍ଲାଇଥିଲେ । ପରେ MCL ବିସ୍ଥାପିତଙ୍କ ସହ ଜିଲ୍ଲା ପ୍ରଶାସନ ଓ କମ୍ପାନି କର୍ତ୍ତୃପକ୍ଷଙ୍କ 2 ଦିନ ଧରି ଆଲୋଚନା ଏବଂ କୋଇଲା ପରିବହନରେ ନିୟୋଜିତ ଟ୍ରକ୍‌ ସଂଘର ଅନୁରୋଧ ପରେ ଜୁଲାଇ ୧୦ରୁ କେବଳ ସଡ଼କ ପରିବହନ ପାଇଁ କୁଲଡ଼ା ଓ ଗର୍ଜନବାହାଲ ଖଣି ଖୋଲି ଦେଇଛନ୍ତି ଆନ୍ଦୋଳନକାରୀ । ହେଲେ ପୂର୍ବପରି ସରଡେଗା ରେଲୱେ ସାଇଡିଂ ଓ ବସୁନ୍ଧରା, ସିଆରମାଲ ଖଣି ବନ୍ଦ ରଖିବା ସହ ଧାରଣା ଜାରି ରଖିଛନ୍ତି । ନ୍ୟାୟ ନମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ବସୁନ୍ଧରା, ମହାଲକ୍ଷ୍ମୀ ବିସ୍ଥାପିତ ଅଧିକାର ସୁରକ୍ଷା ମଞ୍ଚ ଚେତାବନୀ ଦେଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.