ETV Bharat / state

ଚାହିଁଲାନି ପରିବାର ଆଗେଇ ଆସିଲା ମଶାଣି ବନ୍ଧୁ, 56 ଜଣ ଅଜଣା ବ୍ୟକ୍ତିଙ୍କ ସାମୁହିକ ଅସ୍ଥି ବିସର୍ଜନ - Humanitarian

Masani Bandhu show Humanity: ସୁନ୍ଦରଗଡ଼ ରାଣୀ ବଗିଚା ସ୍ଥିତ ମଶାଣିରେ 56 ଜଣ ଅଜଣା ବ୍ୟକ୍ତିଙ୍କ ସାମୁହିକ ଅସ୍ଥି ବିସର୍ଜନ ପୂଜା କରାଯାଇଛି । ଅଧିକ ପଢ଼ନ୍ତୁ,

ସାମୁହିକ ଅସ୍ଥି ବିସର୍ଜନ
ସାମୁହିକ ଅସ୍ଥି ବିସର୍ଜନ
author img

By ETV Bharat Odisha Team

Published : Jan 10, 2024, 5:53 PM IST

ସାମୁହିକ ଅସ୍ଥି ବିସର୍ଜନ

ସୁନ୍ଦରଗଡ଼: ଚାଲିଛି ପୂଜାପାଠ । ବେଦ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ପରିବେଶ । ସୁନ୍ଦରଗଡ଼ ରାଣୀ ବଗିଚା ସ୍ଥିତ ମଶାଣିରେ 56 ଜଣ ଅଜଣା ବ୍ୟକ୍ତିଙ୍କ ସାମୁହିକ ଅସ୍ଥି ବିସର୍ଜନ ପୂଜା କରାଯାଇଛି । ବିଭିନ୍ନ କାରଣରୁ ମୃତ୍ୟୁ ବରଣ କରିଥିବା ଅଜଣା ବ୍ୟକ୍ତି, ବୃଦ୍ଧା ଶ୍ରମ ଓ ଆସ୍ଥା ଗୃହରେ ମୃତ୍ୟୁବରଣ କରିଥିବା ମୃତକଙ୍କ ଅସ୍ଥି ପୂଜା କରାଯାଇଛି । ଏହି ମୃତକ ମାନଙ୍କ ଅନ୍ତିମ ସଂସ୍କାର ପରେ ତାଙ୍କର ଅସ୍ଥିକୁ ତାଙ୍କ ପରିବାର ବର୍ଗ ନେବାକୁ ନଆସିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଗତ 4 ବର୍ଷରେ 700ରୁ ଅଧିକ ମୃତ ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାର କରି ଆସୁଛନ୍ତି ମଶାଣୀ ବନ୍ଧୁ ।

ଆଗେଇ ଆସିଥିଲେ ମଶାଣୀ ବନ୍ଧୁ:

ମହାମାରୀ କୋରୋନା ବଦଳାଇ ଦେଇ ଥିଲା ମଣିଷର ମାନବିକତା ଆଚରଣ । ଯେଉଁଠି ଆକ୍ରାନ୍ତ ବ୍ୟକ୍ତିଙ୍କ ପରିବାର ବର୍ଗ ଓ ସମ୍ପର୍କୀୟ ମଧ୍ୟ ଜୀବନ ଭୟରେ ପାଖ ମାଡୁ ନଥିଲେ ସେ ସମୟରେ କୋରୋନା ମୃତକଙ୍କର ଅନ୍ତିମ ସଂସ୍କାର ପାଇଁ ଆଗେଇ ଆସିଥିଲେ ଏହି ମଶାଣୀ ବନ୍ଧୁ । ଏହି ମହତ କାର୍ଯ୍ୟ ପାଇଁ ନିଜ ଜୀବନକୁ ପଛରେ ପକାଇଥିଲେ ଏହି ସମାଜ ସେବୀ । ଅନ୍ତିମ ସଂସ୍କାର ପରେ କାଳେ କେହି ଆସି ଅସ୍ଥି କଳସକୁ ନେବେ ସେ ଆଶା ରଖିଥିଲେ ଏହି ଟିମ । ଦୀର୍ଘଦିନ ଧରି କେହି ଅସ୍ଥି କଳସକୁ ନେଇ ନଥିଲେ । ତେଣୁ ମୃତକଙ୍କ ଆତ୍ମାର ଶାନ୍ତି ନିମନ୍ତେ ପୂଜାର୍ଚ୍ଚନା ସାଙ୍ଗକୁ ଅସ୍ଥି ବିସର୍ଜନ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... ବିବାହିତା ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଯୁବକଙ୍କୁ 10 ବର୍ଷ ଜେଲ୍

ଅନାଥ ମୃତକଙ୍କ ଶେଷ ସାହା ହେଲେ ମଶାଣୀ ବନ୍ଧୁ:

ଗତ ବର୍ଷ ଜୁଲାଇ ମାସରେ ମଧ୍ୟ ଏହି ମଶାଣିରେ ସାମୁହିକ ପୂଜା ଅର୍ଚ୍ଚନା କରାଯାଇଥିଲା । ପରେ ପ୍ରୟାଗରାଜ ଯାଇ ସେଠାରେ ପାରମ୍ପରିକ ରୀତିରେ 35 ଜଣଙ୍କ ଅସ୍ଥି ବିସର୍ଜନ କରିଥିଲେ । ତେବେ କେବଳ କୋରୋନା ମୃତକ ନୁହନ୍ତି, ବୃଦ୍ଧା ଶ୍ରମ ଓ ଆସ୍ଥା ଗୃହରେ ମୃତ୍ୟୁବରଣ କରିଥିବା ଏବଂ ସଡ଼କ ତଥା ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାର ନିଃଶୁଳ୍କ ଭାବରେ କରୁଛନ୍ତି ଏହି ମଶାଣୀ ବନ୍ଧୁ । ସଦର ବିଧାୟିକା କୁସୁମ ଟେଟେ କହିଛନ୍ତି, ‘‘ମଶାଣି ବନ୍ଧୁମାନେ କରୁଥିବା ଏହି ମହତ କାମକୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ ହେବ ।’’ ମଣିଷଟିଏ ପରିବାର ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଇଥାଏ । ହେଲେ ସ୍ବାର୍ଥ ସରିଲା ପରେ ସେହି ମଣିଷଟି ଅଲୋଡା ହୋଇଯାଏ । ତେବେ କୌଣସି ରକ୍ତ ସମ୍ପର୍କ ନଥାଇ ମଧ୍ୟ ମଶାଣି ବନ୍ଧୁ ଟିମ ମଣିଷପଣିଆର ଏକ ନୂଆ ଉଦାହରଣ ସୃଷ୍ଟି କରିଛି ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.