ETV Bharat / state

ବିନା ସୂଚନାରେ ସ୍ଥାନାନ୍ତର ହେଲା ଧାନମଣ୍ଡି, ସମସ୍ୟାରେ ସୁନ୍ଦରଗଡ ଚାଷୀ

ବିନା ସୂଚନାରେ ଧାନ ମଣ୍ଡି ଅନ୍ୟତ୍ର ବଦଳି ପରେ ସମସ୍ୟା ଘେରରେ ସୁନ୍ଦରଗଡ ଚାଷୀ । ଅଧିକ ପଢନ୍ତୁ

ସମସ୍ୟା ଘେରରେ ସୁନ୍ଦରଗଡ ତସଲାଡିହି ଅଞ୍ଚଳର ଧାନ ଚାଷୀ

author img

By

Published : Jan 11, 2021, 12:02 PM IST

Updated : Jan 11, 2021, 2:37 PM IST

ରାଉରକେଲା: ସମସ୍ୟା ଘେରରେ ସୁନ୍ଦରଗଡ ତସଲାଡିହି ଅଞ୍ଚଳର ଧାନ ଚାଷୀ । ବିନା ସୂଚନାରେ ଧାନ ମଣ୍ଡି କରାଯାଇଛି ସ୍ଥାନାନ୍ତରିତ ।

ବିନା ସୂଚନାରେ ସ୍ଥାନାନ୍ତର ହେଲା ଧାନମଣ୍ଡି, ସମସ୍ୟାରେ ସୁନ୍ଦରଗଡ ଚାଷୀ

ସୂଚନାଥାଉକି, ଧାନ ମଣ୍ଡିକୁ ଧାନ ନେଇ ଚାଷୀମାନେ ଉପସ୍ଥିତ ହେବାପରେ ତାଙ୍କ ଧାନ ମଣ୍ଡି ଅନ୍ୟତ୍ର ବଦଳି କରାଯାଇଥିବା କଥା ଜାଣିବାକୁ ପାଇଥିଲେ । କାରଣ ସଂପର୍କରେ ସେମାନେ ପଚାରିବାରୁ ସେମାନଙ୍କୁ କୌଣସି ତଥ୍ୟ କିମ୍ବା ସ୍ପଷ୍ଟୀକରଣ ଦିଆଯାଇ ନଥିଲା । ଲ୍ୟାମ୍ପସ୍ ତରଫରୁ ତସଲାଡିହି ମଣ୍ଡିରୁ ଧାନ ଆଉ କିଣା ଯାଇପାରିବ ନାହିଁ ବୋଲି ଚାଷୀଙ୍କୁ ବିଳମ୍ବିତରେ ସୂଚିତ କରାଯାଇଥିଲା । ଏହାକୁ କେନ୍ଦ୍ର କରି ଧାନ ବିକ୍ରି କରିବାକୁ ଆସିଥିବା ଓ ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ କରିଥିବା ଚାଷୀଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଥିଲା ।

ଖବରମୁତାବକ ଚାଷୀମାନେ ତାଙ୍କ ଧାନ କଟାକଟିକୁ ନେଇ ପାଟିତୁଣ୍ଡ କରିବାରୁ ସେହି ମଣ୍ଡିରୁ ଉକ୍ତ ମିଲର ଆଉ ଧାନ ଉଠାଇବ (ଲିଫ୍ଟିଂ ( lifting )) ନାହିଁ ବୋଲି ସେମାନଙ୍କୁ ସୂଚନା ମିଳିଥିଲା । ଏହା ଜାଣିବାପରେ ଚାଷୀମାନେ ଅଧିକ ଅସନ୍ତୋଷ ହୋଇଥିଲେ । ତେବେ ଏନେଇ ଲ୍ୟାମ୍ପସ ଏମ୍.ଡି କହିଛନ୍ତି ଯେ, ଉକ୍ତ ମଣ୍ଡି ସମ୍ମୁଖରେ ରାସ୍ତା ନିର୍ମାଣ ହେଉଛି । ରାସ୍ତା କାମ ଯୋଗୁଁ ବଡ ବଡ ଟ୍ରକ ଯିବାରେ ଅସୁବିଧାର ସମ୍ଭାବନା ଥିବାରୁ ଦିନକ ପାଇଁ ମଣ୍ଡିରୁ ଧାନ କିଣାବିକା ବନ୍ଦ କରାଯାଇଛି ।

ତେବେ ଆସନ୍ତା ଶନିବାରରେ ପୁଣି ସେହି ମଣ୍ଡି ଖୋଲିବା ସହ ସେହିଠାରୁ ଧାନ କିଣାବିକା ହେବ ।

ଏପଟେ ଏମ୍.ଡି.ଙ୍କର କଥାରେ ବିଶ୍ବାସ ନ ହେବାରୁ ଚାଷୀମାନେ ସମବାୟ ସମିତି ଅଧିକାରୀଙ୍କ ହସ୍ତକ୍ଷେପ ଲୋଡିଥିଲେ । ଘଟଣାର ଗୁରୁତ୍ବ ବୁଝିବା ପରେ ଟାଙ୍ଗରପାଲି ମାର୍କେଟିଂ ଅଫିସର ଓ ସହକାରୀ ନିବନ୍ଧକ ସମବାୟ ସମିତି , ସୁନ୍ଦରଗଡ ମଣ୍ଡଳ ଲ୍ୟାମ୍ପସ୍‌ରେ ପହଞ୍ଚି ଉତ୍ୟକ୍ତ ଚାଷୀଙ୍କୁ ବୁଝାସୁଝା କରିବାସହ ସମସ୍ୟାର ସମାଧାନ କରିବା ପରେ ଚାଷୀ ମାନେ ଲ୍ୟାମ୍ପସ୍ ପରିସର ଛାଡିଥିଲେ ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର , ଇଟିଭି ଭାରତ

Last Updated : Jan 11, 2021, 2:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.