ETV Bharat / state

ବନ ବିଭାଗ ଗାଡି ଧକ୍କାରେ ବାଇକ ଆରୋହୀ ମୃତ - ବନ ବିଭାଗ ଗାଡି ଧକ୍କାରେ ଯୁବକ ମୃତ

ବିଳମ୍ବିତ ରାତିରେ ବନ ବିଭାଗର ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

road accident
road accident
author img

By

Published : Mar 7, 2023, 7:05 AM IST

ରାଉରକେଲା: ବନ ବିଭାଗ ଗାଡି ଧକ୍କାରେ ଯୁବକ ମୃତ । ରବିବାର ବିଳମ୍ବିତ ରାତିରେ ବନ ବିଭାଗର ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବାର ସୂଚନା ରହିଛି । ଦୁର୍ଘଟଣା ସମୟରେ ଗାଡିରେ ବନବିଭାଗ କର୍ମଚାରୀ ବସିଥିବା ବେଳେ ଘଟଣା ଘଟିଥିବା ନେଇ ସୂଚନା ମିଳିଛି । ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ମୂଷାପୋଷ ନିକଟରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ରବିବାର ରାତିରେ ଫରେଷ୍ଟ ବିଭାଗ ଲେଖା ଥିବା ଏକ ସ୍କର୍ପିଓ ଗାଡ଼ି ଯାଉଥିବା ବେଳେ ଏକ ଯୁବକଙ୍କୁ ଧକ୍କା ଦେଇଥିଲା । ଧକ୍କାରେ ଯୁବକ ଜଣକ ବାଇକରୁ ଛିଟିକି ପଡ଼ିଥିଲେ । ଏହି ଦୁର୍ଘଟଣାରେ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଯାଏଁ ମୃତ ବାଇକ ଆରୋହୀଙ୍କ ପରିଚୟ ସ୍ପଷ୍ଟ ଭାବରେ ମିଳିନାହିଁ । କିନ୍ତୁ ଦୁର୍ଘଟଣା ପରେ ଫରେଷ୍ଟ ଡିପାର୍ଟମେଣ୍ଟର ଗାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଏହି ଗାଡ଼ିଟି ରାଉରକେଲା ବନ ବିଭାଗରେ ନିୟୋଜିତ ଥିବା ଜଣାପଡିଛି। ଯାହାକୁ ନେଇ ଘଟଣାଟି ବର୍ତ୍ତମାନ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହା ମଧ୍ୟ ପଢନ୍ତୁ- Unusual Baby: ଜନ୍ମ ନେଲା ବିଚିତ୍ର ଶିଶୁ, 4 ହାତ-ଗୋଡ଼ , ଦେଖିବାକୁ ଲୋକଙ୍କ ଭିଡ

ଅନ୍ୟପଟେ ଲୋକଙ୍କ କହିବା ଅନୁଯାୟୀ ବନବିଭାଗରେ ନିୟୋଜିତ ଥିବା ଅଧିକାଂଶ ଗାଡି ରେ ଅଭିଜ୍ଞ ଓ ଲାଇସେନ୍ସ ପ୍ରାପ୍ତ ଚାଳକକୁ ଗାଡି ଚାଳକ ହିସାବରେ ନରଖି ଅନେକ ଗାଡିରେ ବନବିଭାଗରେ ସ୍କ୍ୱାଡ୍‌ ଭାବେ କାମ କରୁଥିବା ପିଲାମାନଙ୍କୁ ଗାଡି ଚାଳନାରେ ନିୟୋଜନ କରାଯାଇଥାଏ । ତେଣୁ ଏଭଳି ଦୁର୍ଘଟଣା ଘଟିଛି । ଅନେକ ସମୟରେ ବନ ବିଭାଗର ଗାଡି ଗୁଡିକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ତେବେ ଏହାକୁ ନେଇ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି । ସେପଟେ ବିଳମ୍ବିତ ରାତିରେ ଦୁର୍ଘଟଣା ଗ୍ରସ୍ତ ଫରେଷ୍ଟ ବିଭାଗ ଗାଡ଼ିରେ ଜଣେ ଅଫିସର ସହିତ ରାଉରକେଲା ବନବିଭାଗର ଵଡବାବୁ ବସିଥିବା ବେଳେ ଅଧରାତିରେ ବଡ଼ ବାବୁଙ୍କ ଏଭଳି କାମକୁ ନେଇ ଅନେକ ଚର୍ଚ୍ଚା ହେଉଛି । ତେବେ ବନ ବିଭାଗ ଗାଡି କଣ ପାଇଁ ଏବଂ କେଉଁ ଆଡକୁ ଯାଇଥିଲା ଏବଂ ରାତି ଅଧିଆ କେଉଁ କାମ କରୁଛି ବନ ବିଭାଗ ତାହାକୁ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି । ଏହାକୁ ନେଇ ତଦନ୍ତ ଆରମ୍ଭ କରିବାକୁ ସାଧାରଣରେ ଦାବି ହେବାରେ ଲାଗିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.