ETV Bharat / state

ନାଗ ସାପ ଦେଖାଇ ଲୋକଙ୍କ ଠାରୁ ନେଉଥିଲା ଟଙ୍କା, ଗିରଫ କଲା ବନ ବିଭାଗ - ନାଗ ସାପ ପ୍ରଦର୍ଶନୀ କରି ଟଙ୍କା କମାଇବା ପଡିଲା ମହଙ୍ଗା

ବେଆଇନ ଭାବେ ନାଗ ସାପ ପ୍ରଦର୍ଶନୀ କରି ଟଙ୍କା କମାଇବା ପଡିଲା ମହଙ୍ଗା । ବେଦବ୍ୟାସ ମନ୍ଦିର ପରିସରରୁ ଅଭିଯୁକ୍ତକୁ ଗିରଫ କଲା ବନ ବିଭାଗ । ଅଧିକ ପଢ଼ନ୍ତୁ

illegal snake display at vedvyas temple
ବେଦବ୍ୟାସ ମନ୍ଦିରରେ ନାଗ ସାପ ପ୍ରଦର୍ଶନୀ କରି ଗିରଫ
author img

By

Published : Aug 8, 2023, 9:18 PM IST

ବେଦବ୍ୟାସ ମନ୍ଦିରରେ ନାଗ ସାପ ପ୍ରଦର୍ଶନୀ କରି ଗିରଫ

ରାଉରକେଲା: ନାଗ ସାପ ଦେଖାଇ ଲୋକଙ୍କ ଠାରୁ ନେଉଥିଲା ଟଙ୍କା । ଶ୍ରାବଣ ମାସରେ ବେଦବ୍ୟାସ ମନ୍ଦିରରେ କରୁଥିଲା ବେପାର । ବନ୍ୟପ୍ରାଣୀ ଆଇନ ବଳରେ ବେଆଇନ ସାପ ଧରା ଓ ପ୍ରଦର୍ଶନୀ ଅଭିଯୋଗରେ ବନଖଣ୍ଡ ଅଧିକାରୀ ଦ୍ୱାରା ଅଭିଯୁକ୍ତକୁ ଗିରଫ କରାଯାଇଛି । ମନ୍ଦିରରେ ନାଗ ସାପକୁ ଧରି ଭକ୍ତଙ୍କ ଠାରୁ ଟଙ୍କା ଆଦାୟ କରିବାକୁ ଉଦ୍ୟମ କରୁଥିବା ବେଳେ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ତାଙ୍କୁ କାବୁ କରିଥିଲା । ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଡିଏଫଓ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଜଣକ ହେଲେ ମଧ୍ୟପ୍ରଦେଶ ସିହାର ଜିଲ୍ଲାର ମାନ ସିଂହ ।

ଶ୍ରାବଣ ମାସ ଚାଲିଥିବାରୁ ରାଉରକେଲା ବେଦବ୍ୟାସ ମନ୍ଦିରରେ ପ୍ରବଳ ମାତ୍ରାରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଏହି ସମୟରେ ମନ୍ଦିର ପରିସରରେ ସାପକୁ ବେଆଇନ ଭାବେ ବ୍ୟବସାୟ ପନ୍ଥା ଆପଣାଇଥିଲେ ମାନ ସିଂହ । ଖବର ପାଇ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏଥିସହ ମାନ ସିଂ ପାଖରେ ଏକ ଜୀବନ୍ତ ନାଗ ସାପ ଥିବା ଦେଖିବାକୁ ପାଇଥିଲା ବନ ବିଭାଗ । ଉକ୍ତ ସାପକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ଘଟଣାର ତଦନ୍ତ ବେଳେ ଜଣାପଡ଼ିଛି ଯେ, ମାନ ସିଂହ ଜଙ୍ଗଲରୁ ସାପ ଧରିବା, ସେମାନଙ୍କ ପ୍ରତି ଅମାନୁଷିକ ବ୍ୟବହାର କରିବା ଏବଂ ଲୋକଙ୍କୁ ଦେଖାଇ ରୋଜଗାର କରୁଥିବା ବନ ବିଭାଗ ଜାଣିବାକୁ ପାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ବେଆଇନ ଭାବେ ସରିଶୃପ ନେଇ ଆସିଥିଲେ ବିମାନ ଯାତ୍ରୀ, ଟ୍ରଲି ବ୍ୟାଗ୍‌ରୁ 47ଟି ଅଜଗର ଓ 2ଟି ଛିଟିପିଟି ଉଦ୍ଧାର

1972ର ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁସାରେ ଏଭଳି ବେଆଇନ କାର୍ଯ୍ୟକୁ ସ୍ପଷ୍ଟ ଭାବେ ବାରଣ କରାଯାଇଛି, ଯେଉଁଥିରେ ଦେଶର ବିବିଧ ଏବଂ ମୂଲ୍ୟବାନ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ କଠୋର ପଦକ୍ଷେପ ନିଆଯାଉଛି । ତେବେ ବନ୍ୟପ୍ରାଣୀ ଆଇନ 1972ର ଧାରା 9, 39, 48, 48-9ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରାଯାଇଛି । ଏହି ଧାରାରେ 3 ରୁ 7 ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ 25 ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଜୋରିମାନା ବ୍ୟବସ୍ଥା ରହିଥିବା DFO ସୂଚନା ଦେଇଛନ୍ତି । ଅଭିଯୁକ୍ତକୁ ଗିରଫ କରାଯାଇ ରାଉରକେଲା ଏସଡିଜେଏମ କୋର୍ଟରେ ହଜାର କରାଯାଇଛି । ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି DFO କହିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.