ETV Bharat / state

ମା’ ମଙ୍ଗଳାଙ୍କ ଅଗ୍ନି ଉତ୍ସବ ପାଳିତ

ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ମାଁ ମଙ୍ଗଳାଙ୍କର ଅଗ୍ନି ଉତ୍ସବ ପାଳିତ ହୋଇଯାଇଛି । ଗତ ତିନିଦିନ ଧରି ମାଙ୍କ ପୂଜାଅର୍ଚ୍ଚନା ଓ ହୋମ ଚାଲିବା ପରେ ଆଜି ପୂଜାର ଅନ୍ତିମ ଦିନରେ ଭକ୍ତ ମାନେ ସେମାନଙ୍କ ମନସ୍କାମନା ପୂର୍ଣ୍ଣ ପାଇଁ ମାଙ୍କୁ ସ୍ମରଣ କରି ନିଆଁରେ ଚାଲିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jan 20, 2021, 10:14 PM IST

ସୁନ୍ଦରଗଡ ମାଁ ମଙ୍ଗଳାଙ୍କର ଅଗ୍ନି ଉତ୍ସବ ପାଳିତ

ସୁନ୍ଦରଗଡ: ମା’ ମଙ୍ଗଳା ପ୍ରସନ୍ନ ହେଲେ ସମସ୍ତ ଦୁଃଖ, କଷ୍ଟ, ଯନ୍ତ୍ରଣା ଆପଣା ଛାଏଁ ଅପସରି ଯାଏ । ଏହି ଭାବନାକୁ ଶ୍ରଦ୍ଧା ଓ ବିଶ୍ୱାସରେ ପରିଣତ କରିଛନ୍ତି ବୀରମିତ୍ରପୁର ବାସିନ୍ଦା । ଶହେ ବର୍ଷ ଧରି ମାଙ୍କର ଏହି ଅଗ୍ନି ଉତ୍ସବ ପାଳନ କରି ଆସୁଛନ୍ତି ଜିଲ୍ଲାବାସୀ । ମାଙ୍କର ଏହି ଉତ୍ସବ କେବଳ ବୀରମିତ୍ରପୁର କିମ୍ବା ସୁନ୍ଦରଗଡ ଜିଲ୍ଲାରେ ସୀମିତ ହୋଇ ରହିନାହିଁ । ଭକ୍ତଙ୍କ ବିଶ୍ୱାସରେ ଏହା ପଡୋଶୀ ରାଜ୍ୟ ଝାରଖଣ୍ଡ ଓ ଛତିଶଗଡ ପର୍ଯ୍ୟନ୍ତ ପ୍ରସାରିତ ହୋଇଛି ।

ଚଳିତ ବର୍ଷ ଏହି ପୂଜା ମହାମାରୀ କୋଭିଡର କଟକଣାରେ ପାଳିତ ହୋଇଛି । ଗତ ତିନିଦିନ ଧରି ମାଙ୍କ ପୂଜାଅର୍ଚ୍ଚନା ଓ ହୋମ ଚାଲିବା ପରେ ଆଜି ପୂଜାର ଅନ୍ତିମ ଦିନରେ ଭକ୍ତ ମାନେ ସେମାନଙ୍କ ମନସ୍କାମନା ପୂର୍ଣ୍ଣ ପାଇଁ ମାଙ୍କୁ ସ୍ମରଣ କରି ନିଆଁରେ ଚାଲିଛନ୍ତି । ଭକ୍ତମାନେ ବିଶ୍ୱାସ କରନ୍ତି ଏହି ନିଆଁରେ ଥରେ ଚାଲିଗଲେ ସବୁ ପାପ କ୍ଷୟ ହୁଏ ଓ ପରିବାରର ସମସ୍ତ ନକରାତ୍ମକ ଚିନ୍ତା ଦୂର ହୁଏ । ଏହି ଭାବନାରେ ଆଜି ଭକ୍ତମାନେ ଜଣଙ୍କ ପରେ ଜଣେ ଅଗ୍ନିକୁଣ୍ଡ ପାରି କରିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.