ETV Bharat / state

ସୁନ୍ଦରଗଡରେ ମା’ ଗୃହର ସୁଲଭ ସୁବିଧା ପାଇଲେ ଗର୍ଭବତୀ ମହିଳା - ମା ଗୃହର ସେବା

ସୁନ୍ଦରଗଡରେ ର୍ଭବତୀ ମହିଳାମାନଙ୍କ ପାଇଁ ଜିଲ୍ଲାରେ ମା’ ଗୃହର ସେବା ଆରମ୍ଭ କରାଯାଇଛି । ଜିଲ୍ଲାରେ ୨୦ଟି ମା’ ଗୃହ ମାଧ୍ୟମରେ 9 ମାସ ମଧ୍ୟରେ ୬୧୬୯ ଗର୍ଭବତୀ ମହିଳାଙ୍କୁ ଗର୍ଭାବସ୍ଥା ଏବଂ ପ୍ରସହ ପରବର୍ତ୍ତୀ ସେବା ଯୋଗାଇ ଦିଆଯାଇଛି । ଅଧିକ ପଢନ୍ତୁ

ସୁନ୍ଦରଗଡରେ ମା ଗୃହର ସୁଲଭ ସୁବିଧା ପାଇଲେ ଗର୍ଭବତୀ ମହିଳା

author img

By

Published : Oct 14, 2022, 10:51 PM IST

ସୁନ୍ଦରଗଡ: ସୁନ୍ଦରଗଡରେ ମା’ ଗୃହର ସେବା ପାଇଲେ ଗର୍ଭବତୀ ମହିଳା । ଗର୍ଭବତୀ ମହିଳାମାନଙ୍କ ପାଇଁ ଜିଲ୍ଲାରେ ‘ମା’ ଗୃହର ସେବା ଆରମ୍ଭ କରାଯାଇଛି । ଜିଲ୍ଲାରେ ୨୦ ଟି ମା ଗୃହ ମାଧ୍ୟମରେ ଚଳିତ ବର୍ଷ ଜାନୁଆରୀ ସେପ୍ଟେମ୍ବର ମାସ ମଧ୍ୟରେ ୬୧୬୯ ଗର୍ଭବତୀ ମହିଳାଙ୍କୁ ଗର୍ଭାବସ୍ଥା ଏବଂ ପ୍ରସହ ପରବର୍ତ୍ତୀ ସେବା ଯୋଗାଇ ଦିଆଯାଇଛି । ସେଥିମଧ୍ୟରେ ୩୮୦୯ ଗର୍ଭବତୀ ମହିଳା ଏବଂ ୨ ହଜାର ୩୬୦ ଜଣ ପ୍ରସୂତି ମା’ ଅଛନ୍ତି ।

ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ଅଞ୍ଚଳ ସୁନ୍ଦରଗଡ଼ ଜିଲ୍ଲା । ବଣ ପାହାଡ଼ ଓ ନଦୀ ନାଳ ଘେରା ବିଭିନ୍ନ ଦୁର୍ଗମ ଅଞ୍ଚଳର ଗର୍ଭବତୀ ମା’ମାନଙ୍କୁ ଠିକଣା ସମୟରେ ଡାକ୍ତରଖାନାରେ ପହଞ୍ଚାଇବା ଅନେକ ସମୟରେ ଏକ ଆହ୍ବାନ ହୋଇଥାଏ । ତେବେ ମା’ଗୃହ ଦ୍ବାରା ଆଜି ଏହାର ସମାଧାନ ହୋଇପାରିଛି । ସାଧାରଣତଃ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଥିବା ସରକାରୀ ଡାକ୍ତରଖାନାର ଆଖପାଖରେ ପ୍ରତିଷ୍ଠିତ ମା’ଗୃହକୁ ଗର୍ଭବତୀ ମହିଳାମାନଙ୍କୁ ସମ୍ଭାବ୍ୟ ପ୍ରସବ ତାରିଖ ପୂର୍ବରୁ ଆଣି ରଖାଯାଇଥାଏ । ସେଠାରେ ହିତାଧିକାରୀମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ ଦିଆଯିବା ସହ ସେମାନଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଏ । ପ୍ରସବ ସମୟ ଆସିଲେ ମା’ଗୃହର କର୍ମୀମାନେ ଠିକଣା ସମୟରେ ଗର୍ଭବତୀ ମା’ଙ୍କୁ ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚାଇ ଦେଇଥାନ୍ତି ।

‘ମା’ଗୃହକୁ ଆସୁଥିବା ପ୍ରତ୍ୟେକ ଗର୍ଭବତୀ ମହିଳାମାନଙ୍କର ସେବା ଯତ୍ନ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେମାନଙ୍କ ଉଚ୍ଚତା, ଓଜନ, ରକ୍ତଚାପ ଏବଂ ସୁଗାର ସ୍ତର ଆଦି ନିୟମିତ ପରୀକ୍ଷା କରାଯାଇଥାଏ । ତା’ ସହିତ ପ୍ରସବ ପରେ ନବଜାତର ଯତ୍ନ, ଶିଶୁକୁ ସ୍ତନ୍ୟପାନ କରାଇବା ଏବଂ ବ୍ୟକ୍ତିଗତ ପରିଚ୍ଛନତା ଭଳି ଗୁରୁତ୍ବପୂର୍ଣ୍ଣ ବିଷୟରେ ମା ଗୃହରେ ରହଣି ସମୟରେ ଗର୍ଭବତୀ ମହିଳାମାନଙ୍କୁ ସଚେତନ କରାଯାଇଥାଏ ।

ସେହିପରି ପ୍ରତି ମା’ ଗୃହରେ ଗର୍ଭବତୀ ମହିଳାଙ୍କ ସହ ଆସୁଥିବା ଜଣେ ପରିବାର ସଦସ୍ୟଙ୍କ ପାଇଁ ମାଗଣାରେ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାରେ ମା’ ଓ ଶିଶୁ ସୁରକ୍ଷା ପାଇଁ ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ସ୍ବତନ୍ତ୍ର ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଚାଲିଛି । ଏହା ଅଧୀନରେ ଜିଲ୍ଲାର ସମସ୍ତ ଗର୍ଭବତୀ ମା’ଙ୍କୁ ଗର୍ଭାବସ୍ଥାରେ ମାଗଣାରେ ୪ଥର ଅଲଟ୍ରାସାଉଣ୍ଡ ଓ ଅନ୍ୟାନ୍ୟ ପରୀକ୍ଷା ସେବା ଯୋଗାଇ ଦିଆଯାଉଛି । ଏହା ସହିତ ଗର୍ଭବତୀ ମହିଳାମାନଙ୍କୁ ସେମାନଙ୍କ ଘରୁ ନିକଟସ୍ଥ ମା’ଗୃହ ଏବଂ ମା’ଗୃହରୁ ଡାକ୍ତରଖାନା ଯିବା ଆସିବା ଲାଗି ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି । ୨୦୧୨ ମସିହାରେ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ କରି ୪ ମା ଗୃହ ପ୍ରତିଷ୍ଠା କରାଯାଇଥିଲା । ବର୍ତ୍ତମାନ ଜିଲ୍ଲାର ୧୨ଟି ବ୍ଲକରେ ମୋଟ ୨୦ଟି ମା’ ଗୃହ କାର୍ଯ୍ୟକ୍ଷମ ରହିଛି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.