ETV Bharat / state

ନକ୍ସଲଙ୍କ ଯୋଜନା ପଣ୍ଡ, ରେଳଧାରଣା ନିକଟରୁ ଲ୍ୟାଣ୍ଡମାଇନ ଉଦ୍ଧାର

ଓଡିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ନକ୍ସଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ରେଳଧାରଣା ନିକଟରୁ ପ୍ରାୟ 10 କିଲୋଗ୍ରାମରୁ ଊର୍ଦ୍ଧ୍ବ ଓଜନର ଲ୍ୟାଣ୍ଡମାଇନ ଜବତ ହୋଇଛି । ଅଧିକ ପଢନ୍ତୁ

author img

By

Published : Aug 18, 2023, 12:30 PM IST

Updated : Aug 18, 2023, 12:41 PM IST

ଷ୍ଟେସନ ନିକଟ ଜଙ୍ଗଲରୁ ଲ୍ୟାଣ୍ଡ ମାଇନ ଉଦ୍ଧାର
ଷ୍ଟେସନ ନିକଟ ଜଙ୍ଗଲରୁ ଲ୍ୟାଣ୍ଡ ମାଇନ ଉଦ୍ଧାର

ରାଉରକେଲା/କେ. ବଲାଙ୍ଗ: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ପୁଣି ଦେଖାଦେଇଛି ନକ୍ସଲ ହିଂସାର ଚିତ୍ର । ସୁନ୍ଦରଗଡ଼ ଜିଲ୍ଲା ଓଡିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ନକ୍ସଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ପ୍ରାୟ ୧୦ କିଲୋଗ୍ରାମ ଓଜନର ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇଛି । ଗୁରୁବାର କେ. ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଡିହିରେ ନକ୍ସଲଙ୍କ ବଡଧରଣ ହିଂସାକାଣ୍ଡ ଯୋଜନା ପଣ୍ଡ ହୋଇଛି । ଟୋପାଡିହି ରେଳଷ୍ଟେସନ ରେଳଧାରଣା ପାର୍ଶ୍ବରୁ ୧୦ କିଲୋଗ୍ରାମରୁ ଊର୍ଦ୍ଧ୍ବ ଓଜନର ଲ୍ୟାଣ୍ଡମାଇନ ଜବତ କରିଛନ୍ତି ଡିଭିଏଫ ଯବାନ । ସ୍ଥାନୀୟ ପୋଲିସ ଓ ଡିଭିଏଫ ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡମାଇନ ଠାବ କରାଯାଇଛି ।

ଷ୍ଟେସନ ନିକଟ ଜଙ୍ଗଲରୁ ଲ୍ୟାଣ୍ଡ ମାଇନ ଉଦ୍ଧାର
ଷ୍ଟେସନ ନିକଟ ଜଙ୍ଗଲରୁ ଲ୍ୟାଣ୍ଡ ମାଇନ ଉଦ୍ଧାର

ଏନେଇ ବଣାଇ ଏସଡିପିଓ କହିଛନ୍ତି, "ଯେଉଁ ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇଛି ତାହା ନିଷ୍କ୍ରିୟ ହୋଇଯାଇଛି । ଯେତେବେଳେ ଏହି ଅଞ୍ଚଳରେ ନକ୍ସଲମାନେ ସକ୍ରିୟ ଥିଲେ ସେହି ସମୟରେ ଏହି ଲ୍ୟାଣ୍ଡ ମାଇନ ଖଞ୍ଜା ଯାଇଥିଲା ।"ତେବେ ଯବାନ ମାନେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ଏହା ରାଡାରକୁ ଆସିଥିଲା । ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚିଥିବାବେଳେ ଲ୍ୟାଣ୍ଡମାଇନଟି ପୂର୍ବରୁ ନିଷ୍କ୍ରିୟ ଥିବା ଜଣାପଡ଼ିଛି । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଗୁଇନ୍ଦା ସୂଚନା ଆଧାରରେ ରେଳବାଇ ପକ୍ଷରୁ ଟୋପାଡିହି ଷ୍ଟେସନମାଷ୍ଟର ଓ ଅନ୍ୟ କର୍ମଚାରୀଙ୍କୁ ସତର୍କ କରି ଦିଆଯାଇଛି । ଏହାସହ ସିଆରପିଏଫ ଓ ଆରପିଏଫ ଯବାନଙ୍କୁ ଘଟଣାସ୍ଥଳରେ ମୁତୟନ କରାଯାଇଛି । ଝାଡ଼ଖଣ୍ଡ ପରେ ଓଡ଼ିଶା ପାର୍ଶ୍ବରେ ନକ୍ସଲମାନଙ୍କ ହିଂସାକାଣ୍ଡ ଯୋଜନା ଜିଲ୍ଲା ପୋଲିସ ଓ ଡିଭିଏଫ ଯବାନମାନଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି ।

ଏହା ବି ପଢନ୍ତୁ...ଝାଡ଼ଖଣ୍ଡରେ ପୋଲିସ ଓ ନକ୍ସଲ ମଧ୍ୟରେ ଏନକାଉଣ୍ଟର: ଓଡ଼ିଆ ଯବାନ ଶହୀଦ

ସେପଟେ ଦୁର୍ଦ୍ଦାନ୍ତ ନକ୍ସଲ ନେତା ମିଶ୍ରି ବେସ୍ରା କୋହ୍ଲାଣ, ସରଣ୍ଡା ପରେ ଓଡ଼ିଶା ପାର୍ଶ୍ବରେ ନିଜର ସ୍ଥିତି ଜାହିର କରିବାକୁ ପ୍ରୟାସ ଆରମ୍ଭ କରୁଥିବା ବିଶେଷ ସୂତ୍ରରୁ ସୂଚନା ରହିଛି । ସୂଚନା‌ଯୋଗ୍ୟ, ଗତ ସପ୍ତାହ ମଧ୍ୟରେ ନକ୍ସଲମାନଙ୍କ ଗୁଳିରେ 3 ଜଣ ଯବାନ ଶହୀଦ ହୋଇଛନ୍ତି । ଶହୀଦଙ୍କ ମଧ୍ୟରେ ଓଡ଼ିଆ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ ଥିବାବେଳେ ଦୁଇଜଣ ବିହାର ଓ ଝାଡ଼ଖଣ୍ଡର ଦୁଇ ଜଣ ଯବାନ ଶହୀଦ ହୋଇଛନ୍ତି । କେବଳ ଏତିକି ନୁହେଁ, ଝାଡ଼ଖଣ୍ଡ ପାର୍ଶ୍ବ ଜଙ୍ଗଲରୁ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ ହୋଇଛି । ଯବାନମାନେ ୧ ୧ରୁ ଅଧିକ ନକ୍ସଲ ବଙ୍କର ମଧ୍ୟ ଧ୍ବଂସ କରିଛନ୍ତି ।

ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ପୋଲିସର ମୋଷ୍ଟୱାଣ୍ଟେଡ୍ ତାଲିକାରେ ଥିବା ଦୁର୍ଦ୍ଦାନ୍ତ ନକ୍ସଲ ମିଶ୍ରି ବେସ୍ରାକୁ ଧରିବାକୁ ସିଆରପିଏଫ, ଝାଡ଼ଖଣ୍ଡ ଜାଗୁଆର ପୁଲିସ, ଡିଭିଏଫ ଓ ସ୍ଥାନୀୟ ପୋଲିସ ପକ୍ଷରୁ ମିଳିତ ଭାବେ ଉଭୟ ପାର୍ଶ୍ବ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ମାତ୍ର ମିଶ୍ରି ବେସ୍ରାକୁ ଧରିବାରେ ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ପୋଲିସ ଫେଲ ମାରିଛନ୍ତି । ତେବେ ଏହି ଲ୍ୟାଣ୍ଡ ମାଇନ ଜବତ ହେବା ପରେ ଏହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅଞ୍ଚଳରେ ଲ୍ୟାଣ୍ଡମାଇନ ସମେତ ଆଉ କେଉଁ କେଉଁ ମାଓ ସାମଗ୍ରୀ ରହିଛି ତାହା ଠାବ କରିବାକୁ ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି ।

ଇଟିଭି ଭାରତ, ରାଉରକେଲା

Last Updated : Aug 18, 2023, 12:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.