ETV Bharat / state

ଓଡ଼ିଶା-ଝାଡଖଣ୍ଡ ସୀମାନ୍ତରେ ଲ୍ୟାଣ୍ଡମାଇନ ବିସ୍ଫୋରଣ; ଜଣେ ଯବାନ ଶହୀଦ - ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ

ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ପୁଣି ବଢ଼ିଲାଣି ମାଓବାଦୀଙ୍କ ପ୍ରାଦୁର୍ଭାବ । କମ୍ବିଂ ଅପରେସନ ଚାଲିଥିବା ବେଳେ ଚାଲିଗଲା ଜଣେ ଯବାନଙ୍କ ଜୀବନ । ଅଧିକ ପଢନ୍ତୁ

ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ
ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ
author img

By ETV Bharat Odisha Team

Published : Nov 18, 2023, 2:28 PM IST

ରାଉରକେଲା: ଓଡ଼ିଶା ସୀମାବର୍ତ୍ତୀ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ମାଓ କାର୍ଯ୍ୟକଳାପ ପୁଣି ବଢ଼ିବାକୁ ଲାଗିଛି । ଗତକାଲି କମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଏୟାରଲିଫ୍ଟ ଯୋଗେ ଝାଡ଼ଖଣ୍ଡ ରିମ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ଅପରାହ୍ନ ପ୍ରାୟ ୩ଟା ସମୟରେ ଗୋଇଲକେରାଠାରେ ମାଓବାଦୀଙ୍କ ଦ୍ଵାରା ଲଗାଯାଇଥିବା ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା ।

ସୂଚନା ଅନୁଯାୟୀ, ଗତ କିଛିଦିନ ଧରି ସରଣ୍ଡା ଜଙ୍ଗଲରେ ସିପିଆଇ ମାଓବାଦୀ ସଂଗଠନର କିଛି ମାଓନେତା ଆତ୍ମଗୋପନ କରିଥିବା ପୋଲିସ ଗୁଇନ୍ଦା ସୂତ୍ରରୁ ସୂଚନା ପାଇଥିଲା । ଏହାପରେ ଝାଡ଼ଖଣ୍ଡ ପୋଲିସ ଓ ସିଆର୍‌ପିଏଫ୍ ଯବାନ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ମାତ୍ର ମାଓବାଦୀମାନେ ଆକ୍ରମଣ ପାଇଁ ପ୍ରସ୍ତୁତ ରହିଥିଲେ । ଜଙ୍ଗଲର ବିଭିନ୍ନ ଜାଗାରେ ଓ ରାସ୍ତାରେ ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ ମାଓବାଦୀ ।

ଏହି ସମୟରେ ଗୋଇଲକେରା ନିକଟସ୍ଥ ସରଣ୍ଡା ଜଙ୍ଗଲରେ ଗତକାଲି ସିଆର୍‌ପିଏଫ୍ ଯବାନ କମ୍ବିଂ ଅପରେସନ କରୁଥିଲେ । ଏହି ସମୟରେ ଏକ ମାଟି ରାସ୍ତାରେ ଯବାନମାନେ ଯାଉଥିବା ବେଳେ ମାଓବାଦୀଙ୍କ ଦ୍ବାରା ଲଗାଯାଇଥିବା ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ ଝାଡ଼ଖଣ୍ଡ ରାଜ୍ୟ ଗୁମଲା ଥାନା ଅଞ୍ଚଳର ସନ୍ତୋଷ ଓରାମ ଶଦୀହ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି । ଗୁରୁତର ଯବାନମାନେ ସିଆର୍‌ପିଏଫ୍ ସେକେଣ୍ଡ କମାଣ୍ଡାଣ୍ଟ୍ ବିଜେତା ଟିନି ଓ ଅନ୍ୟଜଣେ ସିଆର୍‌ପିଏଫ୍ ଯବାନ ଜୟନ୍ତ ନାଥ ।

ଏହାମଧ୍ୟ ପଢନ୍ତୁ..ଟକେରିଗୁଡା ଜଙ୍ଗଲରେ କୁମ୍ବିଂ ଅପରେସନ, ଲ୍ୟାଣ୍ଡମାଇନ ଉଦ୍ଧାର

ଅନ୍ୟପଟେ ମୃତ ଯବାନଙ୍କ ପତ୍ନୀ ଓ ୨ ଜଣ ପୁତ୍ରସନ୍ତାନ ଅଛନ୍ତି । ଖବରପାଇ ମୃତ ଯବାନଙ୍କ ପତ୍ନୀ ଫୁଲସୁନ୍ଦରୀ ଦେବୀ ଯବାନଙ୍କ ମରଶରୀର ଚିହ୍ନଟ ପାଇଁ ପହଞ୍ଚିଥିବା ସୂଚନା ରହିଛି । ତେବେ ଏହି ଘଟଣା ପରେ ଦୁର୍ଦ୍ଦାନ୍ତ ମାଓନେତା ମିଶିର ବେସରା ଓ ମୋଛୁ ଏବେ ପୋଲିସ ଘେରରେ । ଏହି ଦୁଇ ମାଓନେତା ୫୦ରୁ ଅଧିକ ମାଓ ସଦସ୍ୟଙ୍କ ସହ ସରଣ୍ଡା ଆଶ୍ରୟ ନେଇଥିବା ଝାରଖଣ୍ଡ ପୋଲିସକୁ ସୂଚନା ମିଳିଛି । ଯାହାପରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର ରହିଛି । ଝାଡ଼ଖଣ୍ଡ ପୋଲିସ ଓ ସିଆର୍‌ପିଏଫ୍ ଯବାନମାନେ ସରଣ୍ଡା ଜଙ୍ଗଲକୁ ଚାରିପଟୁ ଘେରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର ସଂଧ୍ୟାରେ ଜଣେ ଗ୍ରାମବାସୀ ମଧ୍ୟ ଆଇଇଡି ବିସ୍ଫୋରଣ ଯୋଗୁଁ ଗୁରୁତର ହୋଇଥିଲେ । ସେ ଏବେ ଚିକିତ୍ସାଧୀନ ଅଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.