ETV Bharat / state

ଶ୍ରମିକ ମାରଣ ନୀତି ବିରୋଧରେ ରିଲାଇବୁଲ ସ୍ପଞ୍ଜ କାରଖାନା ସମ୍ମୁଖରେ ଶ୍ରମିକଙ୍କ ବିକ୍ଷୋଭ

Labor union protest: ରିଲାଇବୁଲ ସ୍ପଞ୍ଜ ପ୍ରାଇଭେଟ ଲିମିଟେଡରେ ସମ୍ମୁଖରେ ଶ୍ରମିକଙ୍କ ବିକ୍ଷୋଭ ପ୍ରଦର୍ଶନ । ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ଶ୍ରମିକ । ସମସ୍ୟାର ସମାଧାନ ପାଇଁ ଦାବି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 13, 2023, 4:10 PM IST

Updated : Dec 13, 2023, 10:53 PM IST

ଶ୍ରମିକ ମାରଣ ନିତୀ ବିରୋଧରେ ରିଲାଇବୁଲ ସ୍ପଞ୍ଜ ପ୍ରାଇଭେଟ ଲିମିଟେଡ ସମ୍ମୁଖରେ ଶ୍ରମିକଙ୍କ ବିକ୍ଷୋଭ

ରାଉରକେଲା: ରିଲାଇବୁଲ ସ୍ପଞ୍ଜ ପ୍ରାଇଭେଟ ଲିମିଟେଡରେ ଶ୍ରମିକ ଆନ୍ଦୋଳନ । ସର୍ବନିମ୍ନ ମଜୁରି ସମେତ ବିଭିନ୍ନ ଦାବି ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରି କରିଛନ୍ତି । ରିଲାଇବୁଲ ସ୍ପଞ୍ଜ ପ୍ରାଇଭେଟ ଲିମିଟେଡର ସ୍ଥାନୀୟ ଶ୍ରମ ବିଭାଗ ଓ କାରଖାନା କର୍ତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଶ୍ରମିକମାନେ ସେମାନଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟରୁ ବଞ୍ଚିତ ହେଉଥ‌ିବା ଅଭିଯୋଗ କରିଛନ୍ତି । ତେଣୁ ଗତ ମଙ୍ଗଳବାର ଦିନ କମ୍ପାନୀର ଶତାଧିକ ଶ୍ରମିକ ଆନ୍ଦୋଳନକୁ ଓହ୍ଲାଇଥିଲେ ।

କଲୁଙ୍ଗା ବଲଣ୍ଡା ସ୍ଥିତ ରିଲାଇବୁଲ ସ୍ପଞ୍ଜ ପ୍ରାଇଭେଟ ଲିମିଟେଡରେ ୩୦୦ରୁ ଅଧିକ ଶ୍ରମିକ କାମ କରିଥାନ୍ତି । ଏହି କାରଖାନାରେ ଶ୍ରମିକ ଆଇନକୁ ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗ ହୋଇଛି । କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କୁ ସର୍ବନିମ୍ନ ମଜୁରି ମିଳୁନଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ପୁରୁଷ ଶ୍ରମିକମାନେ ଦୈନିକ ୨୮୦ ଟଙ୍କା ପାଉଥିବାବେଳେ ମହିଳା ଶ୍ରମିକଙ୍କୁ ୨୬୦ଟଙ୍କା ଦିଆଯାଉଛି । ଏହାସହ ଶ୍ରମିକଙ୍କ ଇଏସଆଇ ବ୍ୟବସ୍ଥା ନଥିବା ସହ ସେମାନଙ୍କ ଦରମାରୁ ଇପିଏଫ ବାବଦ ଟଙ୍କା ବି କଟୁନାହିଁ । ଶ୍ରମିକମାନଙ୍କ ପ୍ରତି ଏଭଳି ଉଦାସୀନତା ଯୋଗୁଁ କାରଖାନାର ଶ୍ରମିକମାନେ ଆଇନଗତ ପ୍ରାପ୍ୟ ପାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

ଏନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଶ୍ରମ ବିଭାଗ ସମ୍ପୂର୍ଣ୍ଣ ନିରବଦ୍ରଷ୍ଟା ସାଜିଥିବାରୁ କାରଖାନା କର୍ତ୍ତୃପକ୍ଷଙ୍କ ସହ ମଧୁଚନ୍ଦ୍ରିକା ରହିଥ‌ିବା ଅଭିଯୋଗ କରିଛନ୍ତି ଶ୍ରମିକ । କାରଖାନା କର୍ତ୍ତୃପକ୍ଷଙ୍କ ଶ୍ରମିକମାରଣ ନୀତି ବିରୋଧରେ ମଙ୍ଗଳବାର ସକାଳେ କାରଖାନାର ଶତାଧିକ ଶ୍ରମିକ କାର୍ଯ୍ୟ ବନ୍ଦ କରି ଧର୍ମଘଟକୁ ଓହ୍ଲାଇଥିଲେ | ସମସ୍ତ ଶ୍ରମିକଙ୍କୁ ସର୍ବନିମ୍ନ ମଜୁରି ପ୍ରଦାନ ସହ ଇଏସ୍‌ଆଇ ବ୍ୟବସ୍ଥା, ଇପିଏଫ କାଟିବା, ସମସ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଲାଗୁ କରିବା ଦାବିରେ ବିକ୍ଷୋଭ କରିଥିଲେ ।

ଏହା ମଧ୍ୟ ପଢନ୍ତୁ.....ଶ୍ରମିକ ଶୋଷଣ ବିରୋଧରେ ପ୍ରତିବାଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଏଆଇଟିୟୁସି

ତେବେ ସିଟୁ ପକ୍ଷରୁ ଏହି ଧର୍ମଘଟ ସ୍ଥାନରେ ପହଞ୍ଚି ଶ୍ରମିକମାନଙ୍କ ଦାବିକୁ ସମର୍ଥନ କରିଥିଲେ । ତୁରନ୍ତ ସମସ୍ତ ଶ୍ରମିକମାନଙ୍କ ଦାବି ପୂରଣ ପାଇଁ ସେମାନେ କାରଖାନା କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ । ଏନେଇ କାରଖାନା ମାନେଜମେଣ୍ଟ ଓ ଶ୍ରମ ବିଭାଗ ସହ ମଧ୍ୟ ତୁରନ୍ତ ଯୋଗାଯୋଗ କରାଯାଇଥିଲା । ଉଭୟ ମାନେଜମେଣ୍ଟ ଓ ଶ୍ରମ ବିଭାଗ ଅଫିସରେ ଆସନ୍ତା ୧୪ ତାରିଖ ଆଲୋଚନା କରି ସମସ୍ତ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ଧର୍ମଘଟ ସ୍ଥଗିତ ହୋଇଥିଲା । ଶ୍ରମିକମାନଙ୍କୁ ସମସ୍ତ ଆଇନ୍‌ ଗତ ପ୍ରାପ୍ୟ ନ ମିଳିଲେ ଆଗାମୀ ଦିନରେ ତିବ୍ର ଆନ୍ଦୋଳନ କରାଯିବା ସହ ଉତ୍ପାଦନ ବନ୍ଦ କରାଯିବ ବୋଲି ଶ୍ରମିମାନଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ରାଉରକେଲା

Last Updated : Dec 13, 2023, 10:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.