ETV Bharat / state

ଲକଡାଉନ ଛଡାଇନେଲା ଶିମଲା ଲଙ୍କା ଚାଷୀଙ୍କ ବଜାର - ରାଉରକେଲା ନ୍ୟୁଜ

ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକର ଏଲଗା ଏବଂ ଆମଗୁଭା ପଞ୍ଚାୟତର ଶିମଳା ଲଙ୍କା ଯାଇଥାଏ ରାଜ୍ୟ ବାହରକୁ । ସେଥିରୁ ବେଶ୍‌ କିଛି ଦୁଇ ପଇସା ରୋଜଗାର କରିଥାନ୍ତି ଶିମଳା ଚାଷୀ । କିନ୍ତୁ ଏହି ଲକଡାଉନ ସେମାନଙ୍କ ଠାରୁ ଛଡାଇ ନେଇଛି ସେମାନଙ୍କର ରୋଜଗାର ।

ଲକଡାଉନ ଛଡାଇନେଲା କୁତ୍ରା ବ୍ଲକ ଶିମିଳା ଚାଷୀଙ୍କ ବଜାର

author img

By

Published : May 23, 2020, 8:03 PM IST

ରାଉରକେଲା: ଯୁଆଡେ ଦେଖିଲେ ଦେଖାଯାଉଛି ଗଛରେ ଲାଲ ଲାଲ ଶିମଳା ଲଙ୍କା । କିନ୍ତୁ ସେହି ଶିମଳା ଲଙ୍କା ଏବେ ଗଛରେ ହିଁ ଶୁଖି ନଷ୍ଟ ହେଉଛି । କୋରୋନା ମାଡରେ ସବୁ କ୍ଷେତ୍ର ପ୍ରଭାବିତ ହୋଇଥିବାବେଳେ ଏହି ଚାଷୀମାନେ ମଧ୍ୟ ବାଦ ପଡିନାହାନ୍ତି । ବିଶେଷ କରି ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକର ଏଲଗା ଏବଂ ଆମଗୁଭା ପଞ୍ଚାୟତର ଶିମଳା ଲଙ୍କା ଚାଷୀମାନେ ।

ଲକଡାଉନ ଛଡାଇନେଲା କୁତ୍ରା ବ୍ଲକ ଶିମିଳା ଚାଷୀଙ୍କ ବଜାର

ଓଡିଶା ଝାଡଖଣ୍ଡ ସୀମାନ୍ତରେ ଥିବା ଏହି ଗ୍ରାମର ଚାଷୀମାନେ ପ୍ରତିବର୍ଷ ଏଠାରୁ ଦିଲ୍ଲୀ, ଆଗ୍ରା, ପଶ୍ଚିମବଙ୍ଗ ପଠାଇଥାନ୍ତି ଚାଷ କରୁଥିବା ଶିମଳା । ଫଳରେ ବେଶ ଦି ପଇସା ରୋଜଗାର କରିଥାନ୍ତି । କିନ୍ତୁ କୋରୋନା ଲକଡାଉନ ଯୋଗୁଁ ଟ୍ରେନ, ବସ ଚଳାଚଳ ସବୁ ବନ୍ଦ ଥିବାରୁ ଚାଷୀମାନେ ପଠେଇ ପାରୁନାହାନ୍ତି ନିଜ ଜମିରେ ଉପୁଜାଉ ଥିବା ଶିମଳା ।

ଅନ୍ୟପଟେ ସ୍ଥାନୀୟ ବଜାରକୁ ମଧ୍ୟ ଯାଉଥିଲା ଏହି ଶିମଳା । କିନ୍ତୁ ଏବେ ଫାଷ୍ଟଫୁଡ ଦୋକାନ, ବିବାହବ୍ରତ ଭୋଜି ଆଦି ବନ୍ଦ ଥିବାରୁ ସ୍ଥାନୀୟ ମାର୍କେଟରେ ବି ଶିମଳା ବିକ୍ରି ବନ୍ଦ । ବ୍ୟାଙ୍କରୁ ଋଣ ନେଇ ଚାଷ କରିଥିବା କୁତ୍ରା ବ୍ଲକର ଏଲଗା ଏବଂ ଆମଗୁଭା ପଞ୍ଚାୟତର ଚାଷୀମାନେ ଏବେ ନିରାଶ ହୋଇ ପଡିଛନ୍ତି ।

ଏ ବାବଦରେ ସ୍ଥାନୀୟ କୃଷି ଅଧିକାରୀଙ୍କ ସାହାଯ୍ୟ ଲୋଡିଛନ୍ତି ଚାଷୀମାନେ । ତେବେ କୃଷି ଅଧିକାରୀଙ୍କ କହିବା କଥା, ଶିମଳା ଲଙ୍କା ଉଦ୍ୟାନ କୃଷି ବିଭାଗ ଅଧୀନରେ ଆସୁଛି । ସରକାର ଚାଷୀଙ୍କ ଫସଲର ବଜାର ସୃଷ୍ଟି କରିବା ଲାଗି ଯେଉଁ ଆପ କରିଛନ୍ତି ସେହି ଆପ ମାଧ୍ୟମରେ ଆବେଦନ କଲେ ମାର୍କେଟିଙ୍ଗ ହୋଇ ପାରିବ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.