ETV Bharat / state

ରାଉରକେଲାରେ ଆରମ୍ଭ ହେଲା କଳିଙ୍ଗ ହର୍ବାଲ ମେଳା

author img

By ETV Bharat Odisha Team

Published : Jan 5, 2024, 1:01 PM IST

Kalinga Herbal Mela: ରାଉରକେଲାରେ ଆରମ୍ଭ ହେଲା କଳିଙ୍ଗ ହର୍ବାଲ ମେଳା। ଆୟୁର୍ବେଦିକ ଚିକିତ୍ସା ଏବଂ ଔଷଧର ପ୍ରଚାର ପ୍ରସାର ଲକ୍ଷ୍ୟ। ଅଧିକ ପଢନ୍ତୁ

କଳିଙ୍ଗ ହର୍ବାଲ ମେଳା
କଳିଙ୍ଗ ହର୍ବାଲ ମେଳା
କଳିଙ୍ଗ ହର୍ବାଲ ମେଳା

ରାଉରକେଲା: ଓଡିଶା ସରକାରଙ୍କ ଦ୍ବାରା ରାଉରକେଲା ସହରରେ ଆୟୋଜିତ ହୋଇଛି କଳିଙ୍ଗ ହର୍ବାଲ ମେଳା। ଆୟୁର୍ବେଦ ଚିକିତ୍ସା ଓ ଔଷଧର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଏହି ମେଳା ଆୟୋଜିତ କରାଯାଇଛି। ଗତାକାଲି (ଗୁରୁବାର)ଠାରୁ ଏହି ମେଳା ଆରମ୍ଭ ହୋଇଥିବା ବେଳେ ଆସନ୍ତା 8 ତାରିଖ ଯାଏଁ ଚାଲିବ। ମେଳାରେ ସାମଗ୍ରୀ ବିକ୍ରି ସାଙ୍ଗକୁ ହର୍ବାଲ ମେଳା ପ୍ରଦର୍ଶିତ ହେଉଛି ।

ଓଡ଼ିଶା ସରକାରଙ୍କ ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦ ଏବଂ ପାନପୋଷ ବନଖଣ୍ଡ ଦ୍ୱାରା ରାଉରକେଲା ଭଞ୍ଜ ଭବନ ପ୍ରଦର୍ଶନୀ ପଡ଼ିଆରେ କଳିଙ୍ଗ ହର୍ବାଲ ମେଳା ଉଦ୍‌ଘାଟିତ ହୋଇଯାଇଛି। ଏହା ଆସନ୍ତା ଆଠ ତାରିଖ ଯାଏଁ ଚାଲିବ । ଉଦଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥ‌ିବା ବେଳେ ସମ୍ମାନିତ ଅତିଥି ଭାବେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦ ସିଇଓ ସୁଦୀପ ନାୟକ, ରାଉରକେଲା ଆଞ୍ଚଳିକ ବନ୍ୟ ପ୍ରାଣୀ ସଂରକ୍ଷକ ଡାକ୍ତର ଅରୁଣ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: କଳିଙ୍ଗ ହର୍ବାଲ ମେଳା ୨୦୨୩: ଲକ୍ଷ୍ୟ ଆୟୁର୍ବେଦ ଚିକିତ୍ସା ଓ ଔଷଧର ପ୍ରଚାର ପ୍ରସାର

ଏନେଇ ଶ୍ରମ ମନ୍ତ୍ରୀ ସାରଦା ନାୟକ କହିଛନ୍ତି, "ଏହି ହର୍ବାଲ ମେଳାର ସ୍ବତନ୍ତ୍ର ଗୁରୁତ୍ବ ରହିଛି । ସହରାଞ୍ଚଳରେ ଔଷଧୀୟ ବୃକ୍ଷର ଚାରାରୋପଣ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ତେବେ ବର୍ତ୍ତମାନ ବିଜ୍ଞାନ ଯୁଗରେ ମଧ୍ୟ ଆୟୁର୍ବେଦ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ଏବଂ ଆୟୁର୍ବେଦ ଔଷଧ ଯୋଗୁଁ ବହୁ ରୋଗର ନିରାକରଣ ମଧ୍ୟ ହୋଇ ପାରୁଛି। ତେବେ ଏହି ରାଜ୍ୟ ସ୍ତରୀୟ ହର୍ବାଲ ମେଳା ଆୟୁର୍ବେଦ ବୈଦ୍ୟଙ୍କୁ ଉତ୍ସାହିତ କରିବା ସ‌ହ ପାରମ୍ପରିକ ଚିକିତ୍ସା ଏବଂ ଔଷଧୀୟ ବୃକ୍ଷ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଏହି ମେଳା ବେଶ ଉପାଦେୟ ହେବ।"

ଏହି ମେଳା ପ୍ରତିଦିନ ଆସନ୍ତା ଆଠ ତାରିଖ ଯାଏ ସକାଳ ୬ଟାରୁ ରାତ୍ର ୯ ଟା ପର୍ଯ୍ୟନ୍ତ ଚାଲିବ । ଏଥିସହ ମେଳାରେ ସାରା ରାଜ୍ୟର ୩୦ଟି ସ୍ୱୟଂ ସହାୟକ ଗୋଷ୍ଠୀ, ବନ ସଂରକ୍ଷଣ ସମିତି, ଏବଂ ରାଜ୍ୟ ତଥା ରାଜ୍ୟ ବାହାରର ଔଷଧୀୟ ବୃକ୍ଷ ବିତରକ, ସରକାରୀ ଓ ବେସରକାରୀ ସଂସ୍ଥା ସାମିଲ୍ ହୋଇଛନ୍ତି । ମେଳାରେ ସାମଗ୍ରୀ ବିକ୍ରି ସାଙ୍ଗକୁ ହର୍ବାଲ ମେଳା ପ୍ରଦର୍ଶିତ ହେଉଛି । ଏହି ମେଳାରେ ବୈଦ୍ୟମାନେ ମାଗଣାରେ ପରାମର୍ଶ ଦେବା ନେଇ ସୂଚନା ରହିଛି । ସକାଳେ ଯୋଗ ଶିକ୍ଷା ପ୍ରଦାନ କରାଯିବ। ଏହା ବ୍ୟତୀତ କ୍ରେତା ବିକ୍ରେତା ମିଟ୍, ବୈଦ୍ୟ ସମ୍ମିଳନୀ ଓ କର୍ମଶାଳା, ଔଷଧୀୟ ବୃକ୍ଷ ପ୍ରଦର୍ଶନୀ କରାଯିବ ବୋଲି ସୂଚନା ରହିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.