ETV Bharat / state

ସ୍ବାଧୀନତା ସଂଗ୍ରାମୀ ମାନ୍ୟତା ଅପେକ୍ଷାରେ 39 ଶହୀଦ - ଓଡିଶାର ଜାଲିଆନାଓ୍ବାଲା ବାଗ ଆମ୍‌କୋ-ସିମ୍‌କୋ ସହିଦ୍‌ ସ୍ମୃତି ପୀଠ

ଆମ୍‌କୋ-ସିମ୍‌କୋ ସହିଦ୍‌ ସ୍ମୃତି ପୀଠ । ଯାହାକି ଦ୍ବିତୀୟ ଜାଲିଆନାଓ୍ବାଲା ବାଗ ନାଁରେ ପରିଚିତ । ଏହି ସହିଦ ସ୍ମୃତିସ୍ଥଳୀକୁ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଛନ୍ତି । ଦେଶ ସ୍ବାଧିନ ହେବାର 73ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ ଶହୀଦଙ୍କୁ ମିଳି ନାହିଁ ସ୍ବାଧୀନତା ସଂଗ୍ରାମୀର ମାନ୍ୟତା । ଅଧିକ ପଢନ୍ତୁ:

amko simko
amko simko
author img

By

Published : Jan 24, 2020, 11:41 PM IST

Updated : Jan 24, 2020, 11:57 PM IST

ସୁନ୍ଦରଗଡ: ଜିଲ୍ଲାରେ ଥିବା ଆମକୋ ସିମକୋକୁ ଓଡିଶାର ଜାଲିଆନାୱାଲା ବାଗ କୁହାଯାଏ । ଇତିହାସରେ ଜାଲିଆନାୱାଲା ବାଗ ଠାରୁ ଏହାର ମହତ୍ତ୍ବ କୌଣସି ଗୁଣ କମ ନୁହେଁ । ୨୫ ଏପ୍ରିଲ ୧୯୩୯ ରେ ଏଠାରେ ୩୬ ଟି ମୌଜାର ଆଦିବାସୀ ଲୋକ ବ୍ରିଟଶ ସରକାର ବିରୋଧରେ ଆନ୍ଦୋଳନ ପାଇଁ ସଭା କରୁଥିବା ବେଳେ ତାଙ୍କ ଉପରେ ଗୁଳି ଚାଳନା କରାଯାଇଥିଲା । ବିଟ୍ରିଶ ସୈନିକଙ୍କ ଗୁଳିରେ 39 ଜଣ ଆଦିବାସୀ ଶହୀଦ ହୋଇଥିଲେ । କିଛି ଲୋକ ଭୟରେ ଗାଁ ଛାଡି ଦେଇ ଜଙ୍ଗଲରେ ଲୁଚିଥିଲେ । ଏହାର ଆଖପାଖର ଗାଁ ସବୁ ଜନଶୂନ୍ୟ ହୋଇଯାଇଥିଲା ।

ସ୍ବାଧୀନତା ସଂଗ୍ରାମୀ ମାନ୍ୟତା ଅପେକ୍ଷାରେ 39 ଶହୀଦ
ବ୍ରିଟିଶ ସରକାର ଦ୍ବାରା ମୁଖାର୍ଜୀ ସେଟେଲମେଣ୍ଟ ଆଇନ ଅନୁଯାୟୀ ଆଦିବାସୀଙ୍କ ଠାରୁ ଅଧିକ କର ଅସୁଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲ। । ଏମାନଙ୍କ ଠାରୁ ଅଧିକାର ସହ ପାରମ୍ପରିକ ଭାବେ ଜମି ଉପରେ ଦିଆଯାଇଥିବା ଅଧିକାରରୁ ଛଡାଇ ନିଆଯାଇଥିଲା । ଇନ୍ଦୁବିଳାସ ମୁଖାର୍ଜୀ ସେଟେଲମେଣ୍ଟ ଏହି ଖଣ୍ଟକୁଟିଂ ଅଧିକାର ଛିନ୍ନ କରିବା ସହ କରକୁ ଅଧିକ ବଢାଇ ଥିଲେ । ଏହାକୁ ବିରୋଧ କରି ଆଦିବାସୀ ନେତା ନିର୍ମଳ ମୁଣ୍ଡା ସ୍ବର ଉତ୍ତୋଳନ କରିଥିଲେ । ମୁଣ୍ଡାଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଥିଲା । ଛୋଟନାଗପୁର ଟେନାସି ଆକ୍ଟକୁ ବିରୋଧ କରି ତତକାଳୀନ ଭାଇସରାୟଙ୍କୁ ଏକ ପତ୍ର ଲେଖାଯାଇଥିଲା । ସେମାନେ ଭାଇସରୟଙ୍କୁ ଖଣ୍ଟକୁଣ୍ଟି ଅଧିକାର ଛିନ୍ନନ କରିବା, ବେଠି ପ୍ରଥାକୁ ଲୋପ କରିବା ଓ ଅଧିକ କର ଆଦାୟ ନ କରିବା ପାଇଁ ପତ୍ର ଲେଖିଥିଲେ ।ଏହାକୁ ନେଇ ସେଠାକାର ରାଜପରିବାର ଆଦିବାସୀଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ । ଆଦିବାସୀଙ୍କୁ ସେତେବେଳେ ଭୁଲ ସୂଚନା ଦିଆଯାଇଥିଲା । ଭାଇସରାୟଙ୍କୁ ଯେଉଁ ପତ୍ର ଦିଆଯାଇଥିଲା ତାହାର ଉତ୍ତର ଆସିଯାଇଛି, ରାଣୀ ଜାନକୀ ସେହି ଖବର ସମସ୍ତଙ୍କୁ ପଢି ଶୁଣାଇବା ପାଇଁ ଆସୁଛନ୍ତି ବୋଲି ପ୍ରଚାର କରାଯାଇଥିଲା । ଆଦିବାସୀମାନେ ଢୋଲ, ବାଜା ବଜାଇ ଖୁସୀ ହୋଇ ନିର୍ମଳ ମୁଣ୍ଡାଙ୍କ ଘର ନିକଟରେ ପହଞ୍ଚିଥିଲେ । ସେତେବେଳେ ନିର୍ମଳ ମୁଣ୍ଡାଙ୍କ ଗାଁକୁ ଚାରିପଟୁ ବ୍ରିଟଶ ପୋଲିସ ଓ ସୈନିକମାନେ ଘେରି ରହିଥିଲେ । ଏହି ସମୟରେ ବ୍ରିଟଶ ପଲିଟିକାଲ ଏଜେଣ୍ଟ ଜ୍ୟୋୟଫଟନ ବିଫ୍ରୋ , ନିର୍ମଳ ମୁଣ୍ଡାଙ୍କୁ ଖୋଜି ତାଙ୍କ ଘର ନିକଟରେ ପହଞ୍ଚିଥିଲେ । ସେ ନିର୍ମଳଙ୍କ ନାଁକୁ ଡାକି ତାଙ୍କ ଘର ଭିତରେ ପଶୁଥିବା ବେଳେ ତାଙ୍କର ଟୋପି ଖସି ପଡିଥିଲା । ଏଥିରେ ଉତ୍ତକ୍ଷିପ୍ତ ହୋଇ ଗୁଳି ଚାଳନା ପାଇଁ ନିର୍ଦେଶ ଦେଇଥିଲେ । ବ୍ରିଟଶ ଗୁଳିରେ 39 ଜଣ ନୀରିହ ଆଦିବାସୀ ସେହିଠାରେ ଟଳି ପଡିଥିଲେ । ଯେଉଁଥିରେ ଶିଶୁଙ୍କ ଠାରୁ ଆରମ୍ଭ କରି ବୃଦ୍ଧ, ମହିଳା ସାମିଲ ଥିଲେ । ଭୟରେ ଘଟଣାସ୍ଥଳ ଛାଡି ଯିଏ ଜୁଆଡେ ପାଇଲେ ଦୌଉଡି ପଳାଇଲେ ।ବ୍ରିଟଶମାନେ ଶବ ଗୁଡିକୁ ବୋହି ନେଇ ଚୂନ ଭାଟିରେ ପକାଇ ପୋଡିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଏଥିପାଇଁ ସେମାନଙ୍କୁ ଅନୁମତି ମିଳି ନଥିଲ। । ବାଧ୍ୟ ହୋଇ ବାମନ ବାରାର ଏକ ବଙ୍ଗଳାରେ ସମାଧି ଦିଆଯାଇଥିଲ। । ସବୁଠାରୁ ଦୁଃଖ ଓ ଆଶ୍ଚର୍ଯ୍ୟର କଥା ହେଉଛି ନିର୍ମଳ ମୁଣ୍ଡାଙ୍କୁ ସ୍ବାଧୀନତା ସଂଗ୍ରାମୀର ମାନ୍ୟତା ମିଳିଥିଲେ ମଧ୍ୟ ଶହୀଦ ହୋଇଥିବା ଅନ୍ୟମାନଙ୍କୁ ଏହି ମାନ୍ୟତା ମିଳିନାହିଁ । ଯାହା ଶହୀଦ ହୋଇଥିବା ଆଦିବାସୀଙ୍କ ପରିବାର ପାଇଁ କୁଠାରଘାତ ।ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:Body:

BLANK

Conclusion:
Last Updated : Jan 24, 2020, 11:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.