ETV Bharat / state

ସୁନ୍ଦରଗଡ ମଦ ବ୍ୟବସାୟୀଙ୍କ ଘରେ ଚଢାଉ ଜାରି, ରାଜ୍ୟବ୍ୟାପୀ ୩୦୦ କୋଟିରୁ ଊର୍ଦ୍ଧ୍ବ କଳାଧନ ଜବତ - ରାଉଲକେଲାରେ ଆୟକର ରେଡ୍

IT department conduct raids: ସାରା ରାଜ୍ୟରେ ଚାଲିଛି ସବୁଠାରୁ ବଡ଼ ଇନକମ ଟ୍ୟାକ୍ସ ରେଡ଼ । ସୁନ୍ଦରଗଡ ଏବଂ ରାଉରକେଲାରେ ଦୁଇ ମଦ ବ୍ୟବସାୟୀଙ୍କ ଘରେ ଚଢ଼ାଉ ଜାରି । ଅଧିକ ପଢନ୍ତୁ

ଧରା ପଡିଲେ କଳାଧନ ସାମ୍ରାଜ୍ୟର ମହାକୁବେର , ରାଜ୍ୟବ୍ୟାପୀ ୩୦୦ କୋଟିରୁ ଉର୍ଧ୍ବ କଳାଧନ ଜବତ

author img

By ETV Bharat Odisha Team

Published : Dec 7, 2023, 4:09 PM IST

ଧରା ପଡିଲେ କଳାଧନ ସାମ୍ରାଜ୍ୟର ମହାକୁବେର , ରାଜ୍ୟବ୍ୟାପୀ ୩୦୦ କୋଟିରୁ ଉର୍ଧ୍ବ କଳାଧନ ଜବତ

ରାଉରକେଲା: ସାରା ରାଜ୍ୟରେ ବର୍ତ୍ତମାନ ଜାରି ରହିଛି ସବୁଠାରୁ ବଡ଼ ଇନକମ ଟ୍ୟାକ୍ସ ରେଡ଼ । ରାଜ୍ୟର ବର୍ତ୍ତମାନ ସୁଦ୍ଧା ହୋଇଥିବା ସମସ୍ତ ଇନକମ ଟ୍ୟାକ୍ସ ରେଡ଼ ମାନଙ୍କ ମଧ୍ୟରେ ଏହା ସବୁଠାରୁ ବଡ଼ ରେଡ଼ । ସୁନ୍ଦରଗଡ ଏବଂ ରାଉରକେଲାରେ ଦୁଇ ମଦ ବ୍ୟବସାୟୀଙ୍କ ଘରେ ଚଢ଼ାଉ ଜାରି ରହିଛି । ତେବେ ମଦ ଟ୍ୟାକ୍ସ ଚୋରି ଅଭିଯୋଗରେ ମଦ ବ୍ୟବସାୟୀ ମାନଙ୍କୁ ଇନକମ ଟ୍ୟାକ୍ସ ବିଭାଗ ତଦନ୍ତ ଘେରକୁ ଆଣିଛି । ଏହି ଚଢ଼ାଉରେ ଠାବ ହେଉଛି ମଦ ବ୍ୟବସାୟୀଙ୍କ ଅମାପ ଅମାପ ସମ୍ପତ୍ତି । ଲକ୍ଷେ କି ୫୦ ଲକ୍ଷ ନୁହେଁ କୋଟିଏ କି ଦୁଇ କୋଟି ନୁହେଁ ତାଙ୍କ ଠାରୁ ବର୍ତ୍ତମାନ ସାରା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦୦ କୋଟିରୁ ଅଧିକ ଟଙ୍କା ଠାବ କରାଯାଇଛି । ଘର ଚଟାଣ ହେଉ କି ପଲଙ୍କ, ରୋଷେଇ ଘର ହେଉ ଅବା ଡ୍ରଇଁ ରୁମ, ଯେଉଁଠି ଖୋଜିଲେ ସେଇଠୁ ମିଳୁଛି ଟଙ୍କା । ଟଙ୍କା ଗଣି ଗଣି ହାଲିଆ ଆୟକର ବିଭାଗ । ଟଙ୍କା ଟଙ୍କାରେ ବର୍ତ୍ତମାନ ଗାଡି ଉପରେ ଗଡ଼ି ଫୁଲ ହୋଇଯାଉଛି । ତେବେ ମଦ ବେପାର ଏବଂ ଅନ୍ୟାନ୍ୟ ବେପାରରେ ଏହି ବ୍ୟବସାୟୀ ମାନେ ଆୟକର ଫାଙ୍କିବା ଅଭିଯୋଗରେ ପୂର୍ବରୁ ରାଜ୍ୟର ମଦ ବ୍ୟବସାୟୀ ରାଜକିଶୋର ସାହୁ ଏବଂ ଦୁବରାଜ ସାହୁଙ୍କ ମଦ ପ୍ରସ୍ତୁତ କାରଖାନାରେ ଚଢାଉ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ .... ନିର୍ବାଚନରେ କଳାଧନ ବ୍ୟବହାର ଉପରେ ନଜର ରଖିବ SIT, ୩ ମାସରେ ପରବର୍ତ୍ତୀ ରିପୋର୍ଟ

୧୦୦ ଟଙ୍କିଆରୁ ୫୦୦ ଟଙ୍କିଆ ନୋଟର ବିଡା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତିି ଆୟକର ଅଧିକାରୀ । ତେବେ ଗତକାଲି ଠାରୁ ବୌଦ୍ଧ, ରାଉରକେଲା, ଭୁବନେଶ୍ୱର ସୁନ୍ଦରଗଡ଼, ବଲାଙ୍ଗୀର, ରାୟଗଡ଼ା ସମେତ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ଚଢାଉ ଜାରି ରଖିଛି । ଏବେ ସୁଦ୍ଧା ପ୍ରାୟ ୩୦୦ କୋଟିରୁ ଅଧିକ ଟଙ୍କା ଅଧିକାରୀମାନେ ଗଣିସାରିଲେଣି । ଆହୁରି ସମ୍ପତ୍ତି ଗଣିବା ବର୍ତ୍ତମାନ ସୁଦ୍ଧା ଜରି ରଖିଛନ୍ତି ଇନକମ ଟ୍ୟାକ୍ସ ବିଭାଗ । ତେବେ ସୁନ୍ଦରଗଡ ଠାରେ ଏବଂ ରାଉରକେଲା ଠାରେ ହେଉଥିବା ଚଢ଼ାଉରେ ମଧ୍ୟ ବିପୁଳ ପରିମାଣର ଟଙ୍କା ସହ ଅମାପ ସମ୍ପତ୍ତି ଉପରେ ଚଢ଼ାଉ ଜାରି ରହିଛି ।

ତେବେ ସୁନ୍ଦରଗଡ଼ରେ ରାଜ କିଶୋର ଜୟସ୍ବାଲଙ୍କ ଘରେ ଚଢ଼ାଉ ଜାରି ରହିଛି । ରାଜ କିଶୋରଙ୍କ ବ୍ୟବସାୟ ସମ୍ବଲପୁର, ବଲାଙ୍ଗୀର ଏବଂ ଝାଡ଼ଖଣ୍ଡ ସହ କଲିକତା ଯାଏ ଲମ୍ବିଛି । ସେହିପରି ରାଉରକେଲା ସହରର କାମେଶ୍ୱର ତିବାରୀଙ୍କ ବାସଗୃହରେ ମଧ୍ୟ ଚଢ଼ାଉ ଜାରି ରହିଛି । କାମେଶ୍ବରଙ୍କର ରାଉରକେଲା, ଝାଡଖଣ୍ଡ, ସୁନ୍ଦରଗଡ ଆଦି ଅଞ୍ଚଳରେ ନିଜ ମଦ ସହ ବିଭିନ୍ନ ବ୍ୟବସାୟ ଅଛି । ତେବେ ତାଙ୍କର ବାସଭବନ ସହ ପାହାଡ଼ି ବାର, ସେକ୍ଟର 19 ସ୍ଥିତ ସରୋବରରେ ମଧ୍ୟ ଚଢ଼ାଉ ଜାରି ରହିଛି । ତେବେ ବ୍ୟାପକ ପରିମାଣରେ ଏହି ଦୁଇ ଜଣଙ୍କ ଠାରୁ ବହୁ ସଂଖ୍ୟାରେ ଟଙ୍କା ଜବତ ହୋଇଛି । ତେବେ ଓଡିଶା ଭଳି ଗରିବ ରାଜ୍ୟରେ ଏମିତି ଅନେକ କଳାଧନ କୁବେରଙ୍କ ଉପସ୍ଥିତି ସାଧାରଣରେ ଅନେକ ପ୍ରଶ୍ନକୁ ଇଙ୍ଗିତ କରୁଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.