ETV Bharat / state

ସାପ କାମୁଡ଼ାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

author img

By

Published : May 18, 2021, 3:07 PM IST

ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ଅରକୈକଲା ଗ୍ରାମରେ ସାପ କାମୁଡ଼ାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର । ଅଧିକ ପଢନ୍ତୁ...

ସାପ କାମୁଡ଼ାରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର
ସାପ କାମୁଡ଼ାରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର

ସୁନ୍ଦରଗଡ: ବିଷାକ୍ତ ସାପ କାମୁଡ଼ାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର । ଏଭଳି ଏକ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ଅରକୈକଲା ଗ୍ରାମରେ । ଘଟଣାରୁ ପ୍ରକାଶ ଯେ ଗ୍ରାମର ମୂରଲୀଧର ଡାଙ୍ଗୁଆ ଓ ତାଙ୍କର ପତ୍ନୀ ଅହଲ୍ୟା ଡାଙ୍ଗୁଆ ସୋମବାର ରାତିରେ ଖାଇ ସାରି ତଳେ ଶୋଇଥିବାବେଳେ ଏକ ବିଷାକ୍ତ ସାପ କାମୁଡ଼ିଥିଲା । ଫଳରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଭୟଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ସାପ କାମୁଡ଼ାରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର
ସାପ କାମୁଡ଼ାରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର

ତେବେ ଡାକ୍ତର ମୂରଲୀଧର ଡାଙ୍ଗୁଆଙ୍କୁ ମଡତ ଘୋଷଣା କରିଥିବାବେଳେ ସ୍ତ୍ରୀ ଅହଲ୍ୟା ଏବେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧିନ ଥିବା କଥା ଜଣାପଡ଼ିଛି । ଖବର ପାଇ ଲହୁଣୀପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା କଥା ଲହୁଣୀପଡା ଥାନା ଅଧିକାରୀ ସନ୍ତୋଷ କୁମାର ଜେନା କହିଛନ୍ତି । ତେବେ କେତେକ ପଡୋଶୀ ମୂରଲୀଧର ଓ ତାଙ୍କ ସ୍ତ୍ରୀଙ୍କୁ କାମୁଡିଥିବା ସାପକୁ ମାରି ଥାନାକୁ ଆଣିଥିଲେ ବୋଲି ଜଣାପଡିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.