ସୁନ୍ଦରଗଡ଼:ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ମହିଳା ଓ କିନ୍ନରଙ୍କୁ ପ୍ରୋତ୍ସାହନ ଦେଲେ ସୁନ୍ଦରଗଡ଼ର ଜିଲ୍ଲାପାଳ । ଆରମ୍ଭ କଲେ ଯୋଜନାର ଉଦଘାଟନ । ରାଜଗାଙ୍ଗପୁର ସହରକୁ ସ୍ବଚ୍ଛ ଓ ସୁସ୍ଥ ରଖିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ ଦାୟିତ୍ବ ଦେଲେ କିନ୍ନରଙ୍କୁ ଏହା ସହ ଯୋଗାଇଲେ ବ୍ୟାଟିରୀ ଚାଳିତ ଗାଡି ।
ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ ସେମାନଙ୍କୁ ମିଳିବ ପ୍ରୋତ୍ସାହନ ରାଶି ବୋଲି କହିଛନ୍ତି ଜିଲ୍ଲାପାଳ । ଜିଲ୍ଲା ତଥା ରାଜଗାଙ୍ଗପୁର ସହର ପାଇଁ ଏହା ଏକ ଅଭିନବ ଯୋଜନା ।
ଏହି ଯୋଜନାରେ କାମ କରିବା ପାଇଁ ମାସିକ ବେତନ ଯୋଗାଇ ଦିଆଯିବ । ମହିଳା ସଶକ୍ତିକରଣ କରିବା ହେଉଛି ଓଡିଶା ସରକାରଙ୍କ ଲକ୍ଷ୍ୟ ଏହିଭଳି ଯୋଜନାମାନ କାର୍ଯ୍ୟକାରୀ ହେଲେ ମହିଳାମାନେ ଅବହେଳିତ ନ ହୋଇ ନିଜ ପରିବାର ଓ ସମାଜ ତଥା ରାଷ୍ଟ୍ରକୁ ଉନ୍ନତିପଥରେ ଆଗେଇ ନେବେ ବୋଲି କହିଛନ୍ତି ଜିଲ୍ଲାପାଳ । ତେବେ ଏହି ଯୋଜନାରେ ରାଜଗାଙ୍ଗପୁରରେ ରହୁଥିବା ୭ କିନ୍ନର ଓ ସ୍ଵୟଂ ସହାୟକ ଗୋଷ୍ଠୀର ୩ ଜଣ ମହିଳାଙ୍କୁ ନିଯୁକ୍ତ କରାଯାଇଛି ।
ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ