ETV Bharat / state

ନକଲି ବାବାଙ୍କୁ ନିସ୍ତୁକ ମାଡ଼, ଚୋର ସନ୍ଦେହରେ ପୋଲିସ ଜିମାରେ ଦେଲେ ଲୋକେ

author img

By

Published : Aug 20, 2023, 7:22 PM IST

ବାବା ବେଶରେ ଆସି ବୁଲୁଥିଲା ଯୁବକ । ଚୋର ସନ୍ଦେହରେ ନକଲି ବାବାଙ୍କୁ ନିସ୍ତୁକ ମାଡ଼ ସହ ପୋଲିସରେ ଜିମା ଦେଲେ ଲୋକେ । ଅଧିକ ପଢ଼ନ୍ତୁ

ନକଲି ବାବାକୁ ନିସ୍ତୁକ ମାଡ଼
ନକଲି ବାବାକୁ ନିସ୍ତୁକ ମାଡ଼
ନକଲି ବାବାକୁ ନିସ୍ତୁକ ମାଡ଼

ରାଉରକେଲା/ସୁନ୍ଦରଗଡ଼: ବାବା ବେଶରେ ଥିବା ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ ମାରିଲେ ଗ୍ରାମବାସୀ । ବାବା ଦେଶରେ ବୁଲୁଥିବା ଜଣେ ଯୁବକକୁ ଚୋର ସନ୍ଦେହରେ ଗ୍ରାମବାସୀମାନେ ମାଡ଼ ମାରିଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ସୁନ୍ଦରଗଡ଼ ଟାଉନ ଥାନା ମହେଶଢ଼ିହି ଅଞ୍ଚଳରେ ଘଟିଛି । ଧର୍ମ ନାଁରେ ଲୋକଙ୍କୁ ଭଣ୍ଡାଉଥିବା ନେଇ ଅଭିଯୋଗ କରିଛନ୍ତି ଲୋକେ । ଭଣ୍ଡ ବାବାକୁ ଏଭଳି ମାଡ଼ ମାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ନକଲି ବାବାଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ସ୍ଥାନୀୟ ଯୁବକମାନେ ପୋଲିସ ନିକଟରେ ଜିମା ଦେଇଥିବା ସୂଚନା ମିଳିଛି ।

ବର୍ତ୍ତମାନ ସମୟରେ ଏହି ସୁନ୍ଦରଗଡ଼ ସହରାଞ୍ଚଳରୁ ବାବା ବେଶରେ ଆସି ବିଭିନ୍ନ କାଣ୍ଡ କାରନାମା ଭିଆଉଛନ୍ତି କିଛି ଲୋକ । ଚୋରି, ଛିନତାଇ, ଲୁଟ୍ ଏବଂ ଛୋଟ ଛୁଆ ଚୋରି ହେଉଥିବା ନେଇ ଅପରାଧିକ ମାମଲା ସାମ୍ନାକୁ ଆସିଛି । ଏନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ସୁଦ୍ଧା ପୋଲିସ ଏହି ଲୁଟେରା ମାନଙ୍କୁ ଧରିବାରେ ସକ୍ଷମ ହୋଇପାରୁନାହିଁ । ହେଲେ ଆଜି ଜଣେ ନକଲି ବାବାକୁ ଧରିଛନ୍ତି ଲୋକେ । ଜଣେ ଅଜଣା ବ୍ୟକ୍ତି ବାବା ବେଶରେ ବୁଲୁଥିବାବେଳେ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ଉପୁଜିଥିଲା । ଏହାପରେ ସେମାନେ ଯୁବକଙ୍କୁ ପଚରାଉଚରା କରିଥିଲେ ।

ଏହା ବି ପଢନ୍ତୁ...ଫିଟୁଛି ନକଲି ବାବା ଗୁମର, ଘରୁ ଅତୃପ୍ତ ଆତ୍ମା କାଢ଼ିବା ନାଁରେ ଲୁଟିଛି ଲକ୍ଷ ଲକ୍ଷ ଟଙ୍କା

ପ୍ରଥମେ ଗ୍ରାମର ଯୁବକମାନେ ବାବା ବେଶଧାରୀ ଯୁବକକୁ ଅଟକାଇଥିଲେ । ଯୁବକକୁ ଅଟକ ରଖି ସେମାନେ ପଚରାଉଚରା କରିବା ପରେ ପରିଚୟ ପତ୍ର ମାଗିଥିଲେ । ବିଭିନ୍ନ ଗ୍ରନ୍ଥ ଏବଂ ପୁରାଣ ସହ ଆଧ୍ୟାତ୍ମିକ ଘଟଣାବଳୀ ସମ୍ପର୍କରେ ପଚାରିଥିଲେ । କିନ୍ତୁ ଯୁବକ ଜଣକ ଏହା ବିଷୟରେ କୌଣସି ମତ ଦେଇନଥିଲେ କି ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ ଏବଂ ବାବା ବେଶରେ ଥିବା ଯୁବକ ଜଣକୁ ତାଙ୍କର ପରିଚୟ ପତ୍ର ମଧ୍ୟ ମାଗିଥିଲେ ହେଲେ ଯୁବକ ଜଣକ ପରିଚୟ ଦେଖାଇ ପାରିନଥିଲେ । ତେବେ ପ୍ରଶ୍ନ କରିବାରୁ ବାବା ବେଶଧାରୀ ଜଣକ ଯୁକ୍ତି କରିଥିଲେ । ତେବେ ତାଙ୍କୁ ଗାୟତ୍ରୀ ମନ୍ତ୍ର କିମ୍ବା ଅନ୍ୟ କୌଣସି ମନ୍ତ୍ର ଉଚ୍ଚାରଣ କରିବାକୁ କହିଥିଲେ ମଧ୍ୟ ସବୁଥିରେ ନକଲି ବାବା ଜଣକ ଫେଲ୍ ମାରିଥିଲେ ।

କୌଣସି ମନ୍ତ୍ର ଉଚ୍ଚାରଣ କରି ନପାରିବାରୁ ଚୋର ସନ୍ଦେହରେ ସ୍ଥାନୀୟ ଯୁବକମାନେ ବାବା ବେଶ ଧାରୀ ଯୁବକଙ୍କୁ ନକଲି ବାବା କହି ମାଡ଼ ମାରିଥିଲେ । ଫଳରେ ନକଲି ବାବା ଜଣକ ଅଚେତ ହୋଇପଡ଼ିଥିଲେ । ଏହି ସମୟର ଏକ ଭିଡିଓ ସ୍ଥାନୀୟ ଅଞ୍ଚଳରେ ଭାଇରାଲ ହେବାରେ ଲାଗିଛି । ଏନେଇ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଥିଲା । ତେବେ ପୋଲିସ ବର୍ତ୍ତମାନ ବାବା ବେଶଧାରୀ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ବେଳେ ଯୁବକର ପରିଚୟ ମିଳି ପାରିନାହିଁ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.