ସୁନ୍ଦରଗଡ: ରାଜ୍ୟରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ଟୀକାକରଣ ଜାରି ରହିଛି । ଏହି ଟୀକାକରଣକୁ ସରଳି କରଣ କରିବା ପାଇଁ ରାଉରକେଲାରେ ଆଉ 4ଟି ଟୀକାଦାନ କେନ୍ଦ୍ରର ପ୍ରସ୍ତୁତ କରାଯାଇଛି । ଏହି ସେହି ନୂତନ ଟିକାଦାନ କେନ୍ଦ୍ର ଗୁଡିକୁ ୨୦୦୦ ସ୍ଲଟ ପଠାଯାଇଛି ।
ତେବେ ନୂତନ ଟୀକାଦାନ କେନ୍ଦ୍ର ଗୁଡିକର ବ୍ୟବସ୍ଥା ଓ ଟିକାକରଣ ଇତ୍ୟାଦି ବିଷୟରେ ଅନୁଧ୍ୟାନ କରିବାକୁ ନୂତନ କେନ୍ଦ୍ର ଗୁଡିକରେ ପହଞ୍ଚି ଥିଲେ ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟ ଜ୍ୟୋତି ପରିଡା । ରାଉରକେଲା ସହରବାସୀଙ୍କୁ ଟୀକାକରଣ ପାଇଁ ସମୁଦାୟ ୧୨ଟି କେନ୍ଦ୍ର ଖୋଲା ଯାଇଛି । ଯାହାଦ୍ବାରା କୌଣସି ବ୍ୟକ୍ତିଙ୍କୁ ଅସୁବିଧା ହେବ ନାହିଁ କିମ୍ବା ତାଙ୍କୁ ଘଣ୍ଟା ଘଣ୍ଟା ଧରି ଛିଡା ହେବାକୁ ପଡିବ ନାହିଁ ବୋଲି କମିଶନର କହିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ