ETV Bharat / state

ମାଲବାହୀ ଟ୍ରେନ ଧକ୍କାରେ ପୂର୍ବତନ କାଉନସିଲର ମୃତ

author img

By

Published : May 26, 2021, 1:20 PM IST

ରାଜଗାଙ୍ଗପୁର ରେଳ ଷ୍ଟେସନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ମାଲବାହୀ ଟ୍ରେନ ଧକ୍କାରେ ପୂର୍ବତନ କାଉନସିଲର ସମର ସରକାରଙ୍କ ମୃତ୍ୟୁ । ତେବେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଅଧିକ ପଢନ୍ତୁ...

ମାଲବାହୀ ଟ୍ରେନ ଧକ୍କାରେ ପୂର୍ବତନ କାଉନସିଲର ମୃତ
ମାଲବାହୀ ଟ୍ରେନ ଧକ୍କାରେ ପୂର୍ବତନ କାଉନସିଲର ମୃତ

ସୁନ୍ଦରଗଡ଼: ରାଜଗାଙ୍ଗପୁର ରେଳ ଷ୍ଟେସନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଆଜି(ବୁଧବାର) ସକାଳ ପ୍ରାୟ ୪ ଘଟିକା ସମୟରେ ୧୭ ନମ୍ବର ୱାର୍ଡ ବାସିନ୍ଦା ତଥା ପୂର୍ବତନ କାଉନସିଲର ସମର ସରକାର (୭୩) ଏକ ମାଲ ବାହୀ ଟ୍ରେନ ଧକ୍କାରେ ପ୍ରାଣ ହରାଇଛନ୍ତି।

ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ସେମାନେ ସ୍ବାମୀ ଓ ସ୍ତ୍ରୀ ରହୁଥିଲେ। ଘରେ ଶୋଇଥିବା ଅବସ୍ଥାରେ ସମର ସରକାର ଏକାକୀ ଟ୍ରେନ ଲାଇନକୁ ପଳାଇ ଆସିଥିଲେ। ସ୍ତ୍ରୀ ଉଠିବା ପରେ ତାଙ୍କୁ ଘରେ ନ ପାଇ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଖୋଜା ଖୋଜି କରିଥିଲେ । ତେବେ କିଛି ସ୍ଥାନୀୟ ଲୋକେ ତାଙ୍କର କ୍ଷତ ବିକ୍ଷତ ମୃତ ଶରୀର ଟ୍ରେନ ଲାଇନରେ ପଡିଥିବାର ଦେଖିଥିଲେ। ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି।

ଜିଆରପି ପୋଲିସ ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣା ପଡିଛି। ସମର ଜଣେ ମିଷ୍ଟାଭାଷୀ, ପରୋଉପକାରୀ, ସମାଜସେବୀ ବ୍ୟକ୍ତି ଥିଲେ। ତାଙ୍କର ମୃତ ଖବର ପ୍ରଚାର ହେବା ପରେ ସାରା ରାଜଗାଙ୍ଗପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.