ETV Bharat / state

ବିଭିନ୍ନ କୋଚିଂ ସେଣ୍ଟରରେ ଅଗ୍ନିଶମ ବିଭାଗର ଯାଞ୍ଚ - rourkela

ରାଉରକେଲା ସହରରେ ଥିବା ବିଭିନ୍ନ କୋଚିଂ ସଂସ୍ଥାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ ଅଗ୍ନିଶମ ବିଭାଗର 10ଟି ଟିମ । ଫାୟାର ଅଫିସର ମହେଶ୍ବର ସ୍ବାଇଁଙ୍କ ତତ୍ତ୍ବାବଧାନରେ ଏହି ଟିମ ବିଭିନ୍ନ କୋଚିଂ ସେଣ୍ଟରର ତଦାରଖ କରିଥିଲେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା
author img

By

Published : Jun 1, 2019, 11:40 AM IST

ରାଉରକେଲା: ସହରରେ ଥିବା ବିଭିନ୍ନ କୋଚିଂ ସଂସ୍ଥାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ ଅଗ୍ନିଶମ ବିଭାଗର 10ଟି ଟିମ । ଫାୟାର ଅଫିସର ମହେଶ୍ବର ସ୍ବାଇଁଙ୍କ ତତ୍ତ୍ବାବଧାନରେ ଏହି ଟିମ ବିଭିନ୍ନ କୋଚିଂ ସେଣ୍ଟରର ତଦାରଖ କରିଥିଲେ । ସୁରଟରେ କୋଚିଂ ସେଣ୍ଟରରେ ନିଆଁ ଲାଗି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । ଏହାପରେ ତତ୍ପରତା ଦେଖାଦେଇଥିଲା । ତେବେ ରାଉରକେଲାରେ ଅଗ୍ନିଶମ ବିଭାଗ ଆଜି ତଦାରଖ ଆରମ୍ଭ କରିଛି ।

ବିଭିନ୍ନ କୋଚିଂ ସଂସ୍ଥାନଙ୍କୁ ବିଭାଗ ତରଫରୁ ନୋଟିସ ଦିଆଯାଇଥିବାବେଳେ ଏହି ଟିମ ସଂସ୍ଥାରେ ଯଦି କେବେ ଅଘଟଣ ଘଟେ, ତେବେ ନିଜ ଜୀବନକୁ କିଭଳି ବଞ୍ଚାଇବେ ସେଦିଗରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ଏହାସହ ଫାୟାର ସେଫଟି ସାର୍ଟିଫିକେଟ ନେବା ଉପରେ ଗୁରୁତ୍ବ ଦିଆଯାଇଥିଲା ।

ସହରର କିଛି କୋଚିଂ ସଂସ୍ଥାନର ସୁରକ୍ଷା ବ୍ୟବସ୍ଥା ଠିକ ଥିବାବେଳେ ଅଧିକାଂଶ ସଂସ୍ଥାର ସୁରକ୍ଷା ବ୍ୟବସ୍ଥା ସଠିକ ନାହିଁ । ତେବେ ଏହାକୁ ନେଇ ଅଗ୍ନିଶମ ବିଭାଗର ପଦକ୍ଷେପ ଉପରେ ନଜର ରହିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା ସହର ରେ ଥିବା ବିଭିନ୍ନ କୋଚିଂ ସଂସ୍ଥା ର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ ପାଇଁ ଅଗ୍ନିଶମ ବିଭାଗ ର 10 ଟି ଟିମ କୁ ପଠାଇଥିଲେ ଫାୟାର ଅଫସର ମହେଶ୍ୱର ସ୍ୱାଇଁ। ସୁରଟ ର ନିଆଁ ଲାଗି କୋଚିଂ ସଂସ୍ଥାନ ରେ ବହୁତ ଅଧିକ ଛାତ୍ର ଛାତ୍ରୀଙ୍କ ମୃତ୍ୟୁ ପରେ ତତ୍ପର ହୋଇ ଥିବା ଅଗ୍ନିଶମ ବିଭାଗ ଆଜି କାର୍ଯନୁଷ୍ଠାନ ଆରମ୍ଭ କରିଛି।

Body:ବିଭିନ୍ନ କୋଚିଂ ସଂସ୍ଥାନ ମାନଙ୍କୁ ବିଭାଗ ତରଫରୁ ନୋଟିସ ଦିଆ ଯାଇ ଥିବା ବେଳେ ଏହି ଟିମ ସଂସ୍ଥାନ ଟେ ଯାଇ ଛାତ୍ର ଛାତ୍ରୀ ମାନଙ୍କୁ ନିଅ ଲାଗିଲେ କଣ କରିବେ ତାହା ବୁଝାଇ ଥିଲେ। ନିଆଁ କି କି କାରଣ ରୁ ଲାଗେ ତାର ମୁକାବିଲା କେମିତି କରାଯିବ। ଏହା ବୁଝାଇବା ସହିତ ଫାୟାର ସେଫଟି ସାର୍ଟିଫିକେଟ ନେବା ଉପରେ ଗୁରୁତ୍ୱ ଦିଅ ଯାଇ ଥିଲା।

Conclusion:ରାଉରକେଲା ରେ କିଛି କୋଚିଂ ସଂସ୍ଥାନ ର ସୁରକ୍ଷା ବ୍ୟବସ୍ଥା ଅଛି କିନ୍ତୁ ଅଧିକାଂଶ ସଂସ୍ଥା ର ସୁରକ୍ଷା ବ୍ୟବସ୍ଥା ନାହିଁ। ଦେଖା ଯାଉ ଅଗ୍ନିଶମ ବିଭାଗ କଣ କରୁଛି।
ବାଇଟ- ମହେଶ୍ୱର ସ୍ୱାଇଁ,ଫାୟାର ଅଧିକାରୀ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.