ETV Bharat / state

ସ୍କୁଲ ଛାତ୍ରାବାସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଅନ୍ତେବାସୀ - କୋଇଡା ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ନିଆଁ

ସ୍କୁଲ ଛାତ୍ରାବାସରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଅନ୍ତେବାସୀ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡାସ୍ଥିତ କୋଇଡା ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ । ଅଧିକ ପଢ଼ନ୍ତୁ

ସ୍କୁଲ ଛାତ୍ରାବାସରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଛାତ୍ର

author img

By

Published : Dec 12, 2022, 10:07 PM IST

ସ୍କୁଲ ଛାତ୍ରାବାସରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଛାତ୍ର

ରାଉରକେଲା : ସ୍କୁଲ ଛାତ୍ରାବାସରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଅନ୍ତେବାସୀ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡାସ୍ଥିତ କୋଇଡା ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ । ଏହି ଛାତ୍ରବାସରେ ଆଜି ହଠାତ ନିଆଁ ଲାଗିଥିଲା । ଛାତ୍ରମାନେ ସ୍କୁଲ ଯିବାପରେ ହଠାତ ସ୍କୁଲ ହଷ୍ଟେଲରେ ନିଆଁ ଲାଗିବାର ଦେଖି ଭୟଭୀତ ହୋଇପଡ଼ିଥିଲେ । ତେବେ ବର୍ତ୍ତମାନ ଯାଏଁ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

ଅନ୍ୟପକ୍ଷରେ ସମ୍ପୂର୍ଣ୍ଣ ସ୍କୁଲରେ ନିଆଁ ଲାଗିବା ଦେଖି ତାହାକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ସମସ୍ତେ । ସ୍କୁଲ କର୍ତ୍ତୃପକ୍ଷ ଏନେଇ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । କିଛି ସମୟପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଏହି ଦୁର୍ଘଟଣାରେ କୌଣସି ଅନ୍ତେବାସୀ ଆହତ ହୋଇନଥିବା ସୂଚନାରୁ ପ୍ରକାଶ । ଅଳ୍ପକେ ବର୍ତ୍ତିଯାଇଛନ୍ତି ସମସ୍ତ ଅନ୍ତେବାସୀ । କେବଳ ହଷ୍ଟେଲ ଭିତରେ ଛାତ୍ରମାନଙ୍କର ବହି, ଡ୍ରେସ, ବେଡ୍ ଏଭଳି କେତେକ ଆସବାବପତ୍ରରେ ନିଆଁ ଲାଗି ଜଳିଯାଇଛି । ହଷ୍ଟେଲରେ ସ୍କୁଲ ଛାତ୍ର ସମସ୍ତେ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ତେବେ କେଉଁ କାରଣରୁ ହଷ୍ଟେଲରେ ନିଆଁ ଲାଗିଲା ସେନେଇ ତଦନ୍ତ ଜାରୀ ରହିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.