ETV Bharat / state

ରାଉରକେଲାରେ ମହୁମାଛି ଆକ୍ରମଣ: ଅକାଳରେ ଚାଲିଗଲା ବାପା-ଝିଅ ଜୀବନ

author img

By

Published : Oct 11, 2021, 12:09 PM IST

Updated : Oct 11, 2021, 2:38 PM IST

ସୁନ୍ଦରଗଡ଼ରେ ମହୁମାଛି ଆକ୍ରମଣରେ ଅକାଳରେ ଚାଲିଯାଇଛି ଗୋଟିଏ ପରିବାରର ୨ ଜୀବନ । ଅଧିକ ପଢନ୍ତୁ...

ରାଉରକେଲାରେ ମହୁମାଛି ଆକ୍ରମଣ: ଅକାଳରେ ଚାଲିଗଲା ବାପା-ଝିଅ ଜୀବନ
ରାଉରକେଲାରେ ମହୁମାଛି ଆକ୍ରମଣ: ଅକାଳରେ ଚାଲିଗଲା ବାପା-ଝିଅ ଜୀବନ

ସୁନ୍ଦରଗଡ଼: ଜିଲ୍ଲା ରାଜଗାଙ୍ଗପୁର ବ୍ଲକ କାଂସବାହାଲ ଫାଣ୍ଡି ଅନ୍ତର୍ଗତ କାଂସବାହାଲ ଗୌଉଁତିଆ ପଡାରେ ଘଟିଛି ଏହି ଦୁଃଖଦ ଘଟଣା । ମହୁମାଛି ଆକ୍ରମଣରେ ପରିବାର ୨ ସଦସ୍ୟଙ୍କ ଚାଲିଯାଇଛି ଜୀବନ । ଅକାଳରେ ପାନପୋଷ ଗଉତିଆପଡ଼ା ଗାଁର ବାପା-ଝିଅଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ରବିବାର କାଂସବାହାଲ ନିକଟ ଜଙ୍ଗଲକୁ କୌଣସି କାମରେ ବାପା ଗୁରୁ ବଞ୍ଛୁର ଓ ବିବାହିତ ଝିଅ ମୀନା ଗର୍ଡିଆ ଯାଇଥିଲେ । ତେବେ ସେଠାରେ ସେମାନେ ମହୁମାଛିଙ୍କ ଆକ୍ରମଣର ଶିକାର ହୋଇଥିଲେ । ଏହାପରେ କିଛି ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଲାଇଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ବାପାର ମୃତ୍ୟୁ ହୋଇଥିଲା । ଝିଅ ମୀନାର ଅବସ୍ଥା ଅଧିକ ସଙ୍ଗୀନ ହେବାରୁ ତାଙ୍କୁ ରାଉରକେଲା ସରକାରା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ହେଲେ ତାଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସଂଧ୍ୟା 7:30 ଟାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ପରିବାର ତରଫରୁ ମୀନାଙ୍କ ଦିଅର ଯୁବରାଜ ଗର୍ଡିଆ ଏ ନେଇ ଆଜି(ସୋମବାର) ଅପରାହ୍ନ ୧ଟା ସମୟରେ କାଂସବାହାଲ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । କାଂସବାହାଲ ଫାଣ୍ଡି ଅଧିକାରୀ ବିଜୟ କୁମାର ସିଂ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : Oct 11, 2021, 2:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.