ETV Bharat / state

ଧାନମଣ୍ଡିରେ ବିଭିନ୍ନ ସମସ୍ୟାକୁ ନେଇ ଚାଷୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ଧାନମଣ୍ଡିରେ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚାଷୀ । ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ । ଅଧିକ ପଢନ୍ତୁ...

author img

By

Published : Jan 13, 2021, 10:34 PM IST

Updated : Jan 13, 2021, 10:42 PM IST

ଧାନମଣ୍ଡିରେ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ଚାଷୀ

ସୁନ୍ଦରଗଡ: ଧାନମଣ୍ଡି ସମସ୍ୟା ସୁନ୍ଦରଗଡ ଜିଲ୍ଲାପାଳଙ୍କ ପିଛା ଛାଡୁନି । ଧାନ କିଣାବିକାକୁ ସରଳୀକରଣ କରିବା ନେଇ କେଉଁ ମଣ୍ଡିରେ ଜିଲ୍ଲାପାଳ ସିଧାସଳଖ ପହଞ୍ଚି ଯାଉଛନ୍ତି ତ ପୁଣି କେଉଁ ମଣ୍ଡିର ସମସ୍ୟାର ସମାଧାନ ନେଇ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚୁଛନ୍ତି । ତସଲାଡିହି ଧାନମଣ୍ଡି, ମହୁଲପାଲି ଧାନମଣ୍ଡି ପରେ ଏବେ ବାଲିଶଙ୍କରା ଧାନ ମଣ୍ଡିରେ ସମସ୍ୟା ଦେଖାଦେଇଛି ।

ଧାନମଣ୍ଡିରେ ବିଭିନ୍ନ ସମସ୍ୟାକୁ ନେଇ ଚାଷୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ବାଲିଶଙ୍କରାର କେତେକ ଚାଷୀ ମଙ୍ଗଳବାର ଏନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମଣ୍ଡିରେ ଦେଖାଦେଉଥିବା ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି । ଜିଲ୍ଲାପାଳ ଯଦି ସମସ୍ୟାର ସାମାଧାନ ତୁରନ୍ତ ନ କରନ୍ତି, ତେବେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ସହ ବାଲିଶଙ୍କରା–ଛତିଶଗଡ ରାଜ୍ୟ ରାଜପଥକୁ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଗତ 4 ତାରିଖରେ ମଧ୍ୟ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ତେବେ ଜିଲ୍ଲାପାଳ ଦେଇଥିବା ପ୍ରତିଶ୍ରୁତିର କୌଣସି ସୁଫଳ ନ ମିଳିବାରୁ ସେମାନେ ପୁଣି ଥରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବାଲିଶଙ୍କରା ଲ୍ୟାମ୍ଫସର ଚିହ୍ନଟ ହୋଇଥିବା 170 ଜଣ ଚାଷୀଙ୍କର ଆଜି ଯାଏଁ ଟୋକନ ଜେନେରେଟ ହୋଇନାହିଁ । ମାତ୍ର ଏହି ଚାଷୀମାନଙ୍କୁ ଗତ ଅଗଷ୍ଟ ମାସରୁ ଚିହ୍ନଟ କରାଯାଇଛି । ତେଣୁ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଚାଷୀ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : Jan 13, 2021, 10:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.